www.samajalive.in
Sunday, December 7, 2025
26.1 C
Bhubaneswar

ବେଙ୍ଗାଲୁରରେ ଦୀପ-ବୀରଙ୍କ ରିସେପ୍ସନ ପାର୍ଟି : ଏହି ହୋଟେଲରେ ହୋଇଛି ଆୟୋଜନ

ମୁମ୍ବଇ : ଇଟାଲୀରେ ବିବାହ ପରେ ୨୧ ନଭେମ୍ବରରେ ବେଙ୍ଗାଲୁରରେ ରଣବୀର ସିଂହ-ଦୀପିକା ପାଦୁକୋନଙ୍କ ରିସେପ୍ସନ୍‍ ପାର୍ଟି।  ବେଙ୍ଗାଲୁର ସ୍ଥିତ ଷ୍ଟାର ହୋଟେଲ ଲୀଲା ପ୍ୟାଲେସରେ ଦୀପିକାଙ୍କ ପରିବାର ପକ୍ଷରୁ ଏହି ପାର୍ଟି ରଖାଯାଇଛି।

- Advertisement -

ପାର୍ଟିର ପ୍ରସ୍ତୁତିକୁ ଆଖି ଆଗରେ ରଖି ଦୀପ-ବୀର ୨୦ ନଭେମ୍ବରରୁ ବେଙ୍ଗାଲୁରରେ ପହଞ୍ଚି ସାରିଛନ୍ତି। ଦୁହିଁଙ୍କୁ ସ୍ୱାଗତ କରିବା ପାଇଁ ବେଙ୍ଗାଲୁର ସ୍ଥିତ ଦୀପିକାଙ୍କ ଘରକୁ ନୂଆ ବୋହୂ ପରି ସୁସଜ୍ଜିତ କରାଯାଇଥିଲା।

ରଣବାରଙ୍କ ପରିବାର ବର୍ଗ ମଧ୍ୟ ବେଙ୍ଗାଲୁରରେ ପହଞ୍ଚି ସାରିଛନ୍ତି।

ସୂଚନା ଅନୁସାରେ, ନବ ବିବାହିତ ଦମ୍ପତ୍ତି ରିସେପ୍ସନ୍‍ ପାର୍ଟିରେ ସବ୍ୟସାଚୀଙ୍କ ଡ଼ିଜାଇନର ପୋଷାକ ପିନ୍ଧିବେ। ତେବେ ପୂର୍ବରୁ ବିବାହର ସମସ୍ତ କାର୍ଯ୍ୟକ୍ରମରେ ଦୁହେଁ ସବ୍ୟସାଚୀଙ୍କ ଦ୍ୱାରା ଡ଼ିଜାଇନ୍‍ କରାଯାଇଥିବା ପୋଷାକ ହିଁ ପିନ୍ଧିଥିଲେ।

ରିସେପ୍ସନର ଖାଦ୍ୟ ତାଲିକାରେ ଦକ୍ଷିଣ ଭାରତୀୟ ବ୍ୟଞ୍ଜନ ରଖାଯାଇଛି। ଦୀପିକାଙ୍କ ମାଆ ଉଜ୍ଜଲା ପାଦୁକୋନ ବହୁ ବାର ସେହି ହୋଟେଲ ଯାଇ ଖାଦ୍ୟର ସ୍ୱାଦ ପରଖିଛନ୍ତି।

ଦୀପ-ବୀର ରିସେପ୍ସନ ପରଦିନ ହିଁ ମୁମ୍ବଇ ଫେରିଯିବେ। ଏହାପରେ ଦୁହେଁ ୨୪ ନଭେମ୍ବରରେ ରଣବୀରଙ୍କ ଭଉଣୀ ରିତିକାଙ୍କ ଦ୍ୱାରା ରଖାଯାଇଥିବା ପାର୍ଟିରେ ଉପସ୍ଥିତ ରହିବେ। ରିତିକା ଦୁହିଁଙ୍କ ପାଇଁ ବିଶେଷ ପାର୍ଟିର ଆୟୋଜନ କରିଛନ୍ତି। ଏଥିସହିତ ୨୮ ନଭେମ୍ବରରେ ମୁମ୍ବଇରେ ମଧ୍ୟ ଦୁହିଁଙ୍କର ଏକ ରିସେପ୍ସନ୍‍ ପାର୍ଟି ଅନୁଷ୍ଠିତ ହେବ।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories