www.samajalive.in
Monday, December 15, 2025
17.1 C
Bhubaneswar

କନ୍ୟା ସନ୍ତାନ ଅଧିକାର ଉପରେ ସଚେତନତା ସୃଷ୍ଟି କଲେ ଦେବରାୟ ନୟାପଲ୍ଲୀ ମହାବିଦ୍ୟାଳୟ ଛାତ୍ରଛାତ୍ରୀ

ଭୁବନେଶ୍ବର: ଦେବରାୟ ନୟାପଲ୍ଲୀ ମହାବିଦ୍ୟାଳୟରେ ରାଜ୍ୟ ସରକାରଙ୍କର ସମନ୍ୱିତ-ଯୁବ-ବିକାଶ କାର୍ୟ୍ୟକ୍ରମ ଅଧିନରେ ଶୁକ୍ରବାର ‘କନ୍ୟା ସନ୍ତାନ’ର ଅଧିକାର ସମ୍ବନ୍ଧୀୟ ସଚେତନତା କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଯୁକ୍ତ ଦୁଇ ଶ୍ରେଣୀର ଛାତ୍ରଛାତ୍ରୀମାନେ ଶୁକ୍ରବାର ମହାବିଦ୍ୟାଳୟରୁ ବାହାରି ସମସ୍ତେ ହାତରେ ବ୍ୟାନର ଏବଂ ପ୍ଲାକାର୍ଡ଼ ପ୍ରଦର୍ଶନ ସହ କନ୍ୟା ସନ୍ତାନମାନଙ୍କର ସୁରକ୍ଷା, ଶିକ୍ଷା ଏବଂ ଅଧିକାର ପ୍ରଭୃତି ବିଷୟରେ ସ୍ଲୋଗାନ ପ୍ରଦାନ କରିଥିଲେ।

ଛାତ୍ରଛାତ୍ରୀମାନେ ନୟାପଲ୍ଲୀ ଅଞ୍ଚଳରେ ସରକାରଙ୍କର କନ୍ୟା ସନ୍ତାନ ପ୍ରୋତ୍ସାହନ ଯୋଜନା ସଚେତନତା ସୃଷ୍ଟି କରିଥିଲେ। ମୁଣ୍ଡା ସାହି ଏବଂ ବ୍ରିଟ୍ କଲୋନୀ ପ୍ରଭୃତି ସାହିଗୁଡ଼ିକରେ କନ୍ୟା ସନ୍ତାନର ସୁରକ୍ଷା, ଶିକ୍ଷା ଏବଂ ଅଧିକାର ପ୍ରଭୃତି ବିଷୟରେ ଆଲୋଚନା କରିଥିଲେ। ଏଥିରେ ବହୁ ସଂଖ୍ୟାରେ ଅଧ୍ୟାପକ, ଅଧ୍ୟାପିକା ଏବଂ କର୍ମଚାରୀ ସାମିଲ୍ ହୋଇଥିଲେ । ଅଧ୍ୟକ୍ଷା ରୀନାରାଣୀ ଘଡ଼େଇ ଏବଂ ନୋଡ଼ାଲ ଅଧିକାରୀ ନିଜର ବକ୍ତବ୍ୟ ପ୍ରଦାନ କରି ରାଜ୍ୟ ସରକାରଙ୍କର ଏହି ସମନ୍ୱିତ ଯୁବ ବିକାଶ ଯୋଜନା ଅଧିନରେ ‘କନ୍ୟା ସନ୍ତାନ ପ୍ରୋତ୍ସାହନ’ ଯୋଜନାକୁ ଭୂୟସୀ ପ୍ରଶଂସା କରିଥିଲେ । ନୟାପଲ୍ଲୀ ମୁଣ୍ଡା ସାହି, ବ୍ରିଟ୍ କଲୋନୀ, ତୋଟାପଡ଼ା ଇତ୍ୟାଦି ଅଞ୍ଚଳକୁ ପରିକ୍ରମା କରିଥିଲେ ।

- Advertisement -

ଏଥିରେ ଛାତ୍ରଛାତ୍ରୀମାନେ କନ୍ୟା ସନ୍ତାନର ଶିକ୍ଷା କ୍ଷେତ୍ରରେ ଓ ମୌଳିକ ଅଧିକାର ସମ୍ବନ୍ଧରେ ଲୋକମାନଙ୍କୁ ସୁଚେଇବା ସହ କନ୍ୟା ସନ୍ତାନର ସର୍ବାଙ୍ଗୀନ ଉନ୍ନତି କଳ୍ପେ ରାଜ୍ୟ ସରକାରଙ୍କର ବିଭିନ୍ନ ଯୋଜନା ସମ୍ବନ୍ଧରେ ଅବଗତ କରାଇଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories