www.samajalive.in
Sunday, December 14, 2025
26.1 C
Bhubaneswar

ପାରାଦୀପ: ଜାହାଜରୁ ଜବତ ହୋଇଥିବା ୨୨ ପ୍ୟାକେଟରେ ଥିଲା କୋକେନ୍‌, ମୂଲ୍ୟ ପ୍ରାୟ ୨୨୦ କୋଟି

ପାରାଦୀପ: ପାରାଦୀପ ବନ୍ଦରରେ ଜାହାଜରୁ ସନ୍ଦେହଜନକ ଭାବେ ଜବତ ହୋଇଥିବା ୨୨ ପ୍ୟାକେଟ୍‌ରେ କୋକେନ୍‌ ଥିବା ସ୍ପଷ୍ଟ ହୋଇଛି। ସୀମା ଶୁଳ୍କ ବିଭାଗ ପକ୍ଷରୁ ବିସ୍ତୃତ ଯାଞ୍ଚ ପରେ ଏହା କୋକେନ ବୋଲି ସ୍ପଷ୍ଟ ହୋଇଛି। ୨୦ କେଜିରୁ ଊର୍ଦ୍ଧ୍ବ ପରିମାଣର ଏହି କୋକେନର ମୂଲ୍ୟ ପ୍ରାୟ ୨୨୦ କୋଟି ଟଙ୍କା ବୋଲି ହେବ ଅନୁମାନ କରାଯାଇଛି। ଇଣ୍ଡୋନେସିଆରୁ ଏହି କୋକେନ ଆସୁଥିଲା ଏବଂ ପାରାଦୀପ ଦେଇ ଡେନମାର୍କକୁ ଚୋରାଚାଲାଣ ହେଉଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଗୁରୁବାର ବିଳମ୍ବିତ ରାତିରେ ଡ୍ରଗ୍ସ ଚାଲାଣ ହେଉଥିବା ନେଇ ଖବର ମିଳିବା ପରେ ଯାଞ୍ଚ ଆରମ୍ଭ ହୋଇଥିଲା। ଏହାପରେ ପିଆଇସିଟି ବର୍ଥରେ ଲାଗିଥିବା ଜାହାଜରୁ ସନ୍ଦେହଜନକ ଭାବେ ୨୨ଟ ପ୍ୟାକେଟ୍ ଜବତ କରାଯାଇଥିଲା। ଷ୍ଟିଲ ପ୍ଲେଟ ଆଣି ଆସିଥିବା ‘ଏମ୍‌‌ଭି ଦେବୀ’ଜାହାଜରୁ ଏହି ୨୨ଟ ପ୍ୟାକେଟ୍ ଜବତ ହୋଇଥିଲା। ଜବତ ପରେ ଜାହାଜର ସବୁ ଅପରେସନ ବନ୍ଦ କରି କଷ୍ଟମ ଅଧିକାରୀ ତନାଘନା ଆରମ୍ଭ କରିଥିଲେ।

- Advertisement -

 

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories