BJD Bijuli 480×75 Mob

ଦେବତ୍ତୋର ସହକାରୀ କମିଶନରଙ୍କ ବୌଦ୍ଧ ଜିଲାର ବିଭିନ୍ନ ମନ୍ଦିର ପରିଦର୍ଶନ

BJD Bijuli 480×75 Mob

ବୌଦ୍ଧ  : ବୌଦ୍ଧଜିଲାରେ ଶତାଧିକ ମନ୍ଦିର ରହିଥିବାବେଳେ ରାଜ୍ୟ ଦେବତ୍ତୋର ବିଭାଗ ଅଧିନରେ ୧୫ ଗୋଟି ମନ୍ଦିର ରହିଛି । ଗତକାଲି ତିନିଦିନିଆ ବୌଦ୍ଧଜିଲା ଗସ୍ତରେ ସହକାରୀ କମିଶନର ମାନସ ରଞ୍ଜନ ସାମନ୍ତରାୟ ଆସି ବିଭିନ୍ନ ମନ୍ଦିର ପରିଦର୍ଶନ କରି ନୀତିକାନ୍ତି ଓ ପରିଚାଳନା ସମ୍ପର୍କରେ ଆଲୋଚନା କରିଛନ୍ତି । ପୁରୁଣାକଟକର ପ୍ରସିଦ୍ଧ ଶକ୍ତିପୀଠ ଭୈରବୀ ମନ୍ଦିର, ମନମୁଣ୍ଡା ସୁବର୍ଣ୍ଣପାଲିର ସୁବର୍ଣ୍ଣମେରୁ ମହାଦେବ ଓ ଶ୍ରୀଦଧିବାମନ ମନ୍ଦିର, ଜଗତିର ଗନ୍ଧରାଡି ଓ ହନୁମାନ ମନ୍ଦିର, ବୌଦ୍ଧ ସହରର ଐତିହାସିକ ରାମନାଥ ମନ୍ଦିର, ଶ୍ରୀଚନ୍ଦ୍ରଚୂଡ ମନ୍ଦିର, ମଦନମୋହନ ମନ୍ଦିର, ଭୈରବୀ ମନ୍ଦିର ଓ ଶ୍ରୀଜଗନ୍ନାଥ ମନ୍ଦିର ପରିଦର୍ଶନ କରିବା ସହିତ ଏହାର ପରିଚାଳନା ଓ ବିଭିନ୍ନ ସମସ୍ୟା ନେଇ ସମୀକ୍ଷା କରିଥିଲେ ।

ଉପସ୍ଥିତ ଜନସାଧାରଣ ମନ୍ଦିର ଗୁଡିକର ବିକାଶ ନିମନ୍ତେ ଦାବୀ କରିବା ସହିତ ସେବାୟତମାନେ ନିଜ ନିଜ ସମସ୍ୟା ସଂପର୍କରେ ଉପସ୍ଥାପନ କରିଥିଲେ । ଦେବତ୍ତୋର ଇନିସପେକ୍ଟର ହେମନ୍ତ କୁମାର ଦାଶ ଉପଜିଲାପାଳଙ୍କ କାର୍ଯ୍ୟାଳୟକୁ ଯାଇ ଦେବତ୍ତୋତର ବିଭାଗର ଅଧିକାରୀ ଓ କର୍ମଚାରୀଙ୍କ ସହିତ ବିଭାଗର ସମୀକ୍ଷା କରିଥିଲେ । ଏହି ଗସ୍ତ ସମୟରେ ବୌଦ୍ଧର ଅବସର ପ୍ରାପ୍ତ ଦେବତ୍ତୋର ଇନିସପେକ୍ଟର କୃଷ୍ଣାର୍ଜୁନ ମିଶ୍ର, ଶିବ ନାରାୟଣ ପଣ୍ଡା ଓ ବୌଦ୍ଧଜିଲ୍ଲା ବ୍ରାହ୍ମଣ ସମାଜର ସଂପାଦକ ଦେବାଶିଷ ପୁରୋହିତ ଉପସ୍ଥିତ ରହିଥିଲେ ।

Comments are closed.