ଭାଲୁ ଆକ୍ରମଣରେ ଚାଷୀ ଗୁରୁତର
ହରଭଙ୍ଗା : ହରଭଙ୍ଗା ଥାନା ଅନ୍ତର୍ଗତ କୁଶଙ୍ଗ ବନ୍ୟପ୍ରାଣୀ ରେଞ୍ଜର ଅତଲସରା ଗାଁରେ ଅଭାବନୀୟ ଘଟଣା ଘଟିଛି। ଭାଲୁ ଆକ୍ରମଣରେ ଜଣେ ଚାଷୀ ଗୁରୁତର ହୋଇଛନ୍ତି। ଗୁରୁତର ଚାଷୀ ଅତଲସରା ଗାଁର ପଦ୍ମଚରଣ ନାଏକ ବୋଲି ଜଣାପଡିଛି। ଆଜି ସକାଳେ ପଦ୍ମଚରଣ ନିଜ ବିଲରେ କାମ କରୁଥିବା ସମୟରେ ଗୋଟିଏ ଜଙ୍ଗଲୀ ମାଈ ଭାଲୁ ତାଙ୍କୁ ଆକ୍ରମଣ କରିଥିଲା। ଭାଲୁ ଆକ୍ରମଣରେ ତାଙ୍କର ମୁଣ୍ଡ, ଜଙ୍ଘ, ହାତରେ ଆଘାତ ଲାଗିଛି। ତାଙ୍କୁ ଚିକିତ୍ସା ପାଇଁ ହରଭଙ୍ଗା ମେଡିକାଲରେ ଭର୍ତ୍ତି କରାଯାଇଛି। ତୁରନ୍ତ ତାଙ୍କୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି।
Comments are closed.