www.samajalive.in
Saturday, December 6, 2025
26.1 C
Bhubaneswar

ଇଂ ପ୍ରଭାକର ସ୍ୱାଇଁ ପାଇଲେ କଳିଙ୍ଗ ଭାରତୀ ସଂସ୍କୃତି ସଂଗଠକ ସମ୍ମାନ

କଟକ: ଓଡ଼ିଶାର ପ୍ରାଚୀନ ସାରସ୍ବତ ଅନୁଷ୍ଠାନ କଳିଙ୍ଗ ଭାରତୀର ୫୪ତମ ଭଞ୍ଜ ମଣ୍ଡପ ପ୍ରତିଷ୍ଠା ଦିବସ ବୁଧବାର ସନ୍ଧ୍ୟାରେ ପାଳିତ ହୋଇଯାଇଛି। ଏହି ଅବସରରେ ଅନୁଷ୍ଠିତ ଉତ୍ସବରେ ବିଶିଷ୍ଟ ସାରସ୍ୱତ ସଂଗଠକ ତଥା ସାରଳା ସାହିତ୍ୟ ସଂସଦର ସଭାପତି ଡ. ଇଂ ପ୍ରଭାକର ସ୍ୱାଇଁଙ୍କୁ ଚଳିତ ବର୍ଷର ମର୍ଯ୍ୟାଦାପୂର୍ଣ୍ଣ କଳିଙ୍ଗ ଭାରତୀ ପୁରୁଷୋତ୍ତମ ପଟ୍ଟନାୟକ ସ୍ମାରକୀ ‘ସଂସ୍କୃତି ସଂଗଠକ ସମ୍ମାନ’ ପ୍ରଦାନ କରାଯାଇଛି।

କଳିଙ୍ଗ ଭାରତୀର ସଭାପତି ଡ. ଶୈଳେଶ୍ବର ନନ୍ଦଙ୍କ ସଭାପତିତ୍ୱରେ ‘ଓଡ଼ିଶାର ଅସ୍ମିତା ରକ୍ଷାରେ ଭଞ୍ଜ ଜୟନ୍ତୀ ଓ ଭଞ୍ଜ ମଣ୍ଡପ’ ଶୀର୍ଷକ ବିଷୟବସ୍ତୁ ଉପରେ ସ୍ମାରକୀ ବକ୍ତୃତାକୁ କଟକ କଳା ବିକାଶ କେନ୍ଦ୍ରର ମ୍ୟାନେଜିଙ୍ଗ ଟ୍ରଷ୍ଟି ରବିନ୍ଦ୍ରନାଥ ମହାନ୍ତି ପ୍ରଦୀପ ଜାଳି ଉତ୍ସବର ଉଦଘାଟନ କରିଥିଲେ। ଏଥିରେ କଳିଙ୍ଗ ଭାରତୀର ନିର୍ବାହୀ ସଭାପତି ପ୍ରଭାତ କୁମାର ନନ୍ଦ ସ୍ୱାଗତ ଭାଷଣ ଦେଇଥିଲେ। ସମ୍ପାଦକ ଡାକ୍ତର ଅଂଶୁମାନ କର ପ୍ରାରମ୍ଭିକ ସୂଚନା ଦେଇଥିଲେ। ଅନୁଷ୍ଠାନର ଉପଦେଷ୍ଟା ଆଇନଜୀବୀ ପ୍ରସନ୍ନ କୁମାର ନନ୍ଦ ଭଞ୍ଜ ଜୟନ୍ତୀ ଓ ଭଞ୍ଜ ମଣ୍ଡପ ଏକ ଆନ୍ଦୋଳନ ବୋଲି କହିଥିଲେ। ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଡକ୍ଟର ପ୍ରଫୁଲ୍ଲ କୁମାର ଦାଶ ଭଞ୍ଜ ସାହିତ୍ୟ ଶବ୍ଦ ସମୁଦ୍ର ପାର କରିଥିଲା ବୋଲି କହିଥିଲେ, ଯାହା ଓଡ଼ିଆ ଭାଷାକୁ ଶାସ୍ତ୍ରୀୟ ଭାଷା ପ୍ରମାଣିତ କରିବାରେ ସକ୍ଷମ ହୋଇଥିଲା। କଳିଙ୍ଗ ଭାରତୀର ଉଦ୍ୟମରେ କଟକ ମିଶନ ରୋଡଠାରେ ୫୪ ବର୍ଷ ତଳେ ୧୯୭୧ ମସିହାରେ ଓଡ଼ିଶାର ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଶ୍ୱନାଥ ଦାସ ଭଞ୍ଜ ମଣ୍ଡପର ପ୍ରତିଷ୍ଠା କରିବା ଓଡ଼ିଆ ଅସ୍ମିତାର ଅଭୁଲା ସ୍ମୃତି। ଏହି ମଣ୍ଡପ ଓଡ଼ିଶାର ବହୁ ବକ୍ତା, ଓଡ଼ିଶୀ ଶାସ୍ତ୍ରୀୟ ସଂଗୀତଜ୍ଞ ଓ ନୃତ୍ୟବିତମାନଙ୍କର ଏନ୍ତୁଡ଼ିଶାଳ। ଏହି ଅସ୍ମିତାର ସୁରକ୍ଷା ଓ ସଂରକ୍ଷଣ ପ୍ରତ୍ୟେକ ଓଡ଼ିଆଙ୍କ କର୍ତ୍ତବ୍ୟ ବୋଲି ବକ୍ତାମାନେ ମତ ବକ୍ତ୍ୟ କରିଛନ୍ତି।

- Advertisement -

ଏଥିରେ କଟକ କଳା ବିକାଶ କେନ୍ଦ୍ର ଶାସ୍ତ୍ରୀୟ ସଂଗୀତ ବିଭାଗର ଛାତ୍ରଛାତ୍ରୀ ଓ ସଙ୍ଗୀତଜ୍ଞ ଜୟଶ୍ରୀ ମହାରଣା ଓ ଗୁରୁ ତନ୍ମୟ ହୋତା ଓଡ଼ିଶୀ ଶାସ୍ତ୍ରୀୟ ଓ ଭଞ୍ଜ ସଂଗୀତ ଉପସ୍ଥାପନା କରିଥିଲେ। ଏଥିରେ ରେଭେନ୍‌ସା ବିଶ୍ୱ ବିଦ୍ୟାଳୟର ଓଡ଼ିଆ ସ୍ନାତକୋତ୍ତର ବିଭାଗର ବହୁ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।

 

 

Hot this week

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

Related Articles

Popular Categories