www.samajalive.in
Sunday, December 14, 2025
16.1 C
Bhubaneswar

ଗୁଣିଗାରେଡି ସନ୍ଦେହରେ ମରଣାତ୍ମକ ଆକ୍ରମଣ, ୩ ଅଭିଯୁକ୍ତ ଗିରଫ

ଘଣ୍ଟାପଡା: ବିଜ୍ଞାନ ଯୁଗରେ ବି ଅନ୍ଧବିଶ୍ୱାସରେ ବିଶ୍ୱାସ କରୁଛନ୍ତି ଲୋକ। ଅନ୍ଧବିଶ୍ୱାସରେ ଶିକାର ହୋଇ ଗୁଣିଗାରେଡ଼ି ସନ୍ଦେହରେ ସ୍ୱାମୀ ସ୍ତ୍ରୀଙ୍କ ଉପରେ ଘଟିଛି ମରଣାନ୍ତକ ଆକ୍ରମଣ। ଏଭଳି ଘଟଣା ଘଟିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଳକ ଘଣ୍ଟାପଡ଼ା ଥାନା ଅନ୍ତର୍ଗତ କୁଲୁତାଯୋର ଗ୍ରାମର ଖଲିଆପଡ଼ା ସାହିରେ। ସୂଚନା ଅନୁସାରେ କୁଲୁତାଯୋର ଗ୍ରାମଠାରୁ ପ୍ରାୟ ୫୦୦ମିଟର ଦୂରରେ ନିଜ ଜମି ପାଖରେ ଘର କରି ରହୁଛନ୍ତି ରଞ୍ଜିତ ମାଝୀ ଓ ତାଙ୍କ ପରିବାର।
ରଞ୍ଜିତଙ୍କ ଘରଠାରୁ ୨୦୦ ମିଟର ବ୍ୟବଧାନରେ ସେହି ଗ୍ରାମର ଚନ୍ଦ୍ରଶେଖର ମାଝୀ ଓରଫ ଇଲୁଙ୍କ ପରିବାର ମଧ୍ୟ ନିଜ ଚାଷ ଜମିରେ ଘର କରି ରହୁଛନ୍ତି। ପାଖରେ ଅନ୍ୟ କେତେକ ବ୍ୟକ୍ତି ମଧ୍ୟ ନିଜ ଜମି ଉପରେ ଘର କରି ରହିବା ସହିତ ପଡ଼ାର ନାମ ଖଲିଆପଡ଼ା ନାମିତ କରିଛନ୍ତି। ଚନ୍ଦ୍ରଶେଖର ସପରିବାର ସହ ରହୁଥିଲେ। ଇଲୁର ମାଉସୀ କୌଣସି ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ।

ଅନେକ ଡାକ୍ତରଖାନାରେ ଚିକିତ୍ସା କରାଯିବା ପରେ ମଧ୍ୟ ସୁସ୍ଥ ହେଉ ନଥିଲେ। ଶେଷରେ ନିରାଶ ହୋଇ ଗୁଣିଆର ବଶବର୍ତ୍ତୀ ହୋଇ ଚେରମୂଳୀ ବ୍ୟବହାର କରିଥିଲେ। କୌଣସିରେ ଭଲ ନହେବାରୁ କିଏ ଗୁଣିଗାରେଡି କରିଥିବା ସନ୍ଦେହ କରିଥିଲେ। ଶେଷରେ ମାଉସୀଙ୍କ ଦେହାନ୍ତ ହେବାରୁ ଇଲୁ ନିକଟରେ ବସବାସ କରୁଥିବା ରଞ୍ଜିତର ମାଆ ଶାନ୍ତି ଉପରେ ସନ୍ଦେହ କରି ଗ୍ରାମର ତିନି ଜଣ ଯୁବକଙ୍କ ସହ ମିଶି ରଞ୍ଜିତଙ୍କ ମାଆକୁ ସବୁଦିନ ପାଇଁ ସଫା କରିଦେବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ଯୋଜନା ଅନୁଯାୟୀ ସେପ୍ଟେମ୍ବର ୧୨ ତାରିଖ ଗୁରୁବାର ରାତିରେ ଖାଇ ପିଇ ରଞ୍ଜିତଙ୍କ ପରିବାର ଶୋଇଥିବା ସମୟରେ ଏକ ଧାରୁଆ ଅସ୍ତ୍ର ଧରି ତିନିଜଣ ମିଶି ଆକ୍ରମଣ କରିଥିଲେ। ସେହି ସମୟରେ ମାନସୀ ଚିତ୍କାର କରିବାରୁ ଦୁର୍ବୃତ୍ତ ମାନେ ଫେରାର ହୋଇଥିଲେ। ଭାଗ୍ୟବଶତଃ ମାଆ ଶାନ୍ତି ଅଲଗା ଘରେ ଶୋଇଥିବାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ପାଟିତୁଣ୍ଡ ଶୁଣି କିଛି ଲୋକ ପହଞ୍ଚି ଗୁରୁତର ସ୍ୱାମୀ ସ୍ତ୍ରୀଙ୍କୁ ପ୍ରଥମେ କଣ୍ଟାମାଳ ଡାକ୍ତରଖାନା ଓ ପରେ ସୋନପୁର ଡାକ୍ତରଖାନାକୁ ନେଇ ଚିକିତ୍ସା କରାଇଥିଲେ। ଘଟଣା ବିଷୟରେ ପୁଲିସ ଖବର ପାଇ ପୁଲିସ ଡାକ୍ତରଖାନାରେ ପହଞ୍ଚିଥିଲା। ଏନେଇ ରଞ୍ଜିତଙ୍କ ମା ଥାନାରେ ଅଭିଯୋଗ କରିବା ପରେ ମାମଲା ରୁଜୁ କରି ପୁଲିସ ତଦନ୍ତ କରିବା ସହ ତିନି ଜଣ ଅଭିଯୁକ୍ତଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି।

- Advertisement -

 

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories