ମୃତ ବ୍ୟକ୍ତି ନେଲେ କୋଭିଡ ଟୀକା!

ଦେବଗଡ଼:ମୃତ ବ୍ୟକ୍ତି କୋଭିଡ ଟୀକା ନେଇଥିବା ନେଇ ମୋବାଇଲକୁ ଆସିଛି ମ୍ୟାସେଜ। ଏଭଳି ଏକ ବିଚିତ୍ର ଘଟଣା ଦେଖିବାକୁ ମିଳିଛି ବାରକୋଟ ବ୍ଲକ ଡଁରା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବଳିତା ଗ୍ରାମରେ। ମିଳିଥିବା ସୂଚନା ଅନୁଯାୟୀ ବଳିତା ଗ୍ରାମର ଦେବେନ୍ଦ୍ର କୁମାର ବିନ୍ଧାଣୀଙ୍କର ଗତ ମାର୍ଚ୍ଚ ମାସ ୧୨ ତାରିଖରେ ପରଲୋକ ହୋଇଥିଲା। ମାତ୍ର ଗତକାଲି ରାତ୍ରୀ ପ୍ରାୟ ୧୦ଟା ୪୧ ମିନିଟ ଏବଂ ରାତ୍ରୀ ୧୦ଟା ୪୬ ମିନିଟ ସମୟରେ ଆଶ୍ଚର୍ଯ୍ୟ ଜନକ ଭାବେ ତାଙ୍କ ପୁଅ ପ୍ରଶାନ୍ତ ବିନ୍ଧାଣୀଙ୍କ ମୋବାଇଲକୁ ୨ଟି ମ୍ୟାସେଜ ଆସିଥିଲା। ବିଭି-ଏନ୍ଏଚପିଏସ୍ଏମ୍ଏସରୁ ଆସିଥିବା ଏହି ମ୍ୟାସେଜର ରଜନୀରାଣୀ ବିନ୍ଧାଣୀ ଓ ତାଙ୍କ ସ୍ୱାମୀ ଦେବେନ୍ଦ୍ର ବିନ୍ଧାଣୀ ଗତକାଲି ରାତ୍ରୀ ୧୦ଟା ୨୪ ମିନିଟରେ କୋଭିସିଲ୍ଡ ପ୍ରିକୋସନ ଡୋଜ ନେଇଥିବା ଉଲ୍ଲେଖ ଥିବା ବେଳେ ଏହାକୁ ଦେଖି ତାଙ୍କ ପରିବାର ଲୋକେ ଆଶ୍ଚର୍ଯ୍ୟ ଚକିତ ହୋଇପଡିଥିଲେ।

prayash

ଶ୍ରୀ ବିନ୍ଦାଣୀଙ୍କର ଦୀର୍ଘ ୬ ମାସ ପୂର୍ବେ ବିୟୋଗ ଘଟିଥିବା ଏବଂ ରଜନୀରାଣୀ ଗତକାଲି କୋଭିଡ ଟୀକା ନେଇନଥିବା ବେଳେ ଏହା କିଭଳି ସମ୍ଭବ ହେଲା ସେନେଇ ତାଙ୍କ ମନରେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା। ଫଳରେ ପୁଅ ପ୍ରଶାନ୍ତ ବିନ୍ଧାଣୀ ଆଜି ପୂର୍ବାହ୍ନରେ ବାରକୋଟ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯାଇ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ ପଚାରିଥିଲେ। ମାତ୍ର କର୍ତ୍ତୃପକ୍ଷ ତାଙ୍କୁ କୌଣସି ସନ୍ତୋଷ ଜନକ ଉତ୍ତର ଦେଇନପାରିବାରୁ ସେ କ୍ଷୋଭର ସହ ଫେରି ଯାଇଥିଲେ। ତେବେ ସେ ଯାହା ହେଉନା କାହିଁକି ଏହି ଘଟଣା ଆଜି ସମ୍ପୃକ୍ତ ଅଂଚଳରେ ବେଶ ଚର୍ଚ୍ଚାର ବିଷୟ ସାଜିଥିଲା।

kalyan agarbati

Comments are closed.