ଦେବଗଡ଼ ଆର୍‌ସିଏମ୍‌ଏସ୍‌ ନିର୍ବାଚନ: ଈଶ୍ୱର ଚନ୍ଦ୍ର ସାହୁ ସଭାପତି ନିର୍ବାଚିତ

ଦେବଗଡ଼: ଦେବଗଡ ଆର୍‌ସିଏମ୍‌ଏସ୍‌ (ଆଂଚଳିକ ବାଣିଜ୍ୟ ସମବାୟ ସମିତି)ର ସଭାପତି ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଛି । ଈଶ୍ୱର ଚନ୍ଦ୍ର ସାହୁ ତାଙ୍କର ଏକମାତ୍ର ପ୍ରତିଦ୍ୱନ୍ଦୀ ପ୍ରତାପ ପ୍ରଧାନଙ୍କୁ ଏକ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ବିଜୟୀ ହୋଇଛନ୍ତି । ନିର୍ବାଚନ ଅଧିକାରୀ ତଥା ଏସ୍‌.ଆର.ସି.ଏସ୍‌. ନିମାଇଁ ଚରଣ ନାୟକଙ୍କ ପରିଚାଳନାରେ ଅନୁଷ୍ଠିତ ଆଜିର ନିର୍ବାଚନରେ ଶ୍ରୀ ସାହୁ ମୋଟ ୮ ଖଣ୍ଡ ଭୋଟ ପାଇଥିବା ବେଳେ ପ୍ରତିଦ୍ୱନ୍ଦୀ ଶ୍ରୀ ପ୍ରଧାନ ୭ ଟି ଭୋଟ ପାଇଥିଲେ । ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଦେବଗଡ ଆଦର୍ଶ ଥାନା ପୁଲିସ ପକ୍ଷରୁ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଅବହେଳିତ ତଥା ଜରାଜୀର୍ଣ୍ଣ  ଅବସ୍ଥାରେ ପଡିରହିଥିବା ଦେବଗଡ ଆର୍‌ସିଏମ୍‌ଏସ୍‌ର ପୁନଃରୁଦ୍ଧାର ପାଇଁ ଉଦ୍ୟମ କରାଯିବ ବୋଲି ବିଜୟୀ ହେବା ଅବସରରେ ନୂତନ ସଭାପତି ଶ୍ରୀ ସାହୁ ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି ।

Comments are closed.