www.samajalive.in
Sunday, December 14, 2025
19.1 C
Bhubaneswar

କଲରାପତରିଆ ବାଘର ମୃତ୍ୟୁ, କାରଣ ଅସ୍ପଷ୍ଟ

ଆଠମଲ୍ଲିକ: ଆଠମଲ୍ଲିକ ବନଖଣ୍ଡ ଅନ୍ତର୍ଗତ ଆଠମଲ୍ଲିକ ବନାଞ୍ଚଳର ଯଦୁପୁର ଗ୍ରାମ ଜଙ୍ଗଲ ମଧ୍ୟରୁ ଏକ କଲରାପତରିଆ ବାଘର ମୃତ ଦେହକୁ ଜଙ୍ଗଲ କର୍ମଚାରୀମାନେ ଠାବ କରିଛନ୍ତି। ଘଟଣାରୁ ପ୍ରକାଶ ଯେ ଶୁକ୍ରବାର ସକାଳ ୧୦ ଟା ୫୦ ବେଳକୁ ଯଦୁପୁର ଗ୍ରାମର ଜନୈକ ବୀର ମୁଣ୍ଡାଙ୍କ ଜମିରେ ଥିବା ବୁଦୁବୁଦୁକିଆ ଜଙ୍ଗଲ ମଧ୍ୟରୁ କଲରାପତରିଆ ବାଘର ମୃତ ଦେହ ଠାବ ହେଲା ପରେ ତଦନ୍ତ କରାଯାଇ ଶବ ବ୍ୟବଚ୍ଛେଦ କରାଯାଇଥିଲା। ଆର.ସି.ସି.ଏଫ ପି.ଆର. କରାଟ, ଡି.ଏଫ.ଓ. ସମ୍ୟକ ସାମନ୍ତରା, ଏ.ସି.ଏଫ ରାଜେନ୍ଦ୍ର ଗୋଛାୟତ, ରେଞ୍ଜ ଅଫିସର, ଦୁଇ ଜଣ ଏନ.ଜି.ଓ ସଦସ୍ୟ, ଭି.ଏସ.ଏସ. ସଦସ୍ୟ ଏବଂ ପରିବେଶବିତ୍‍ ପ୍ରସନ୍ନ ବେହେରାଙ୍କ ଉପସ୍ଥିତିରେ ସ୍ଥାନୀୟ ପ୍ରାଣୀଧନ ଚିକିତ୍ସକ ଶବ ବ୍ୟବଚ୍ଛେଦ କରିବା ପରେ ମୃତ କଲରାପତରିଆ ବାଘକୁ ପୋଡି ଦିଆଯାଇଥିବା କଥା ଡି.ଏଫ.ଓ. ସମ୍ୟକ ସାମନ୍ତରା ପ୍ରକାଶ କରି ମୃତ ବାଘଟି ଅଣ୍ଡିରା ହୋଇଥିବା ବେଳେ ବୟସ ୩ ରୁ ୪ ବର୍ଷ ଏବଂ ତା’ର ଲମ୍ବ ୯୦ ସେ.ମି. ବୋଲି ସୂଚନା ଦେଇଛନ୍ତି। ମୃତ କଲରାପତରିଆ ବାଘର ଠାବ ହେବା ୪/୫ ଘଣ୍ଟା ପୂର୍ବରୁ ମୃତ୍ୟୁ ହୋଇଥିବା ଆଶଙ୍କା କରାଯାଉଥିବା ବିଭାଗ ସୂତ୍ରରୁ ପ୍ରକାଶ।

Hot this week

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

Related Articles

Popular Categories