ଉନ୍ନାଓ : ବିବାଦୀୟ ମନ୍ତବ୍ୟ ଦେବାରେ ଅଭ୍ୟସ୍ତ ବିଜେପି ସାଂସଦ ସାକ୍ଷୀ ମହାରାଜ ନିର୍ବାଚନ ପ୍ରଚାର ସମୟରେ ମତଦାତାଙ୍କୁ ଧମକ ଦେଇଛନ୍ତି। ତାଙ୍କୁ ଭୋଟ୍ ନ ଦେଲେ ସେ ଅଭିଶାପ ଦେବେ ବୋଲି ମତଦାତାଙ୍କୁ କହିଛନ୍ତି। ମଧ୍ୟପ୍ରଦେଶର ଉନ୍ନାଓ ସାଂସଦ ସାକ୍ଷୀ ମହାରାଜ କହିଛନ୍ତି ଯେ ‘ମୁଁ ଜଣେ ସନ୍ନ୍ୟାସୀ। ତୁମେମାନେ ଭୋଟ୍ ଦେଲେ ମୁଁ ଜିତିବି।
ଭୋଟ୍ ନ ପାଇଲେ ମନ୍ଦିରରେ ଭଜନ କୀର୍ତ୍ତନ କରିବି। ମୁଁ ଆଜି ଆପଣମାନଙ୍କ ଦ୍ବାରକୁ ଭୋଟ୍ ଭିକ୍ଷା କରିବା ପାଇଁ ଆସିଛି। ଆପଣମାନେ ଯଦି ଜଣେ ସନ୍ନ୍ୟାସୀକୁ ଭୋଟ୍ ନ ଦେଇ ଫେରାଇଦେବେ; ତାହାହେଲେ ମୁଁ ଅଭିଶାପ ଦେବି ଏବଂ ଆପଣମାନଙ୍କ ପରିବାରକୁ ସୁଖରେ ରଖାଇ ଦେବି ନାହିଁ।’ ମହାରାଜଙ୍କ ଏଭଳି ଧମକପୂର୍ଣ୍ଣ ମନ୍ତବ୍ୟ ସମ୍ପର୍କରେ ଦଳ ପକ୍ଷରୁ କିଛି ପ୍ରତିକ୍ରିୟା ପ୍ରକାଶ ପାଇ ନାହିଁ। ଏପ୍ରିଲ ୨୯ରେ ଉନ୍ନାଓରେ ନିର୍ବାଚନ ହେଉଛି।
ଭୋଟ୍ ନ ଦେଲେ ଅଭିଶାପ ଦେବି
Popular Categories



