mission shakti banner

୨ଭଉଣୀଙ୍କ ସଲିଳ ସମାଧି

nua o banner
0

ଭଦ୍ରକ: ପାଣିରେ ବୁଡ଼ି ଦୁଇ ଭଉଣୀଙ୍କ ମୃତ୍ୟୁ ଘଟିଛି। ଭଦ୍ରକ ଜିଲା ବାସୁଦେବପୁର ବ୍ଲକ୍‍ ବିଦେଇପୁର ଗଦିଡିହ ମଳିକ ସାହି ଗ୍ରାମରେ ଘଟିଛି ଏହି ଦୁଃଖଦ ଘଟଣା। ଆଜି ପୂର୍ବାହ୍ନରେ ପ୍ରଶାନ୍ତ ମଲିକଙ୍କ ଦୁଇ ଝିଅ ପିଙ୍କି(୧୦) ଓ ପାପୁନି(୧୨) ଗାଁ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ଗାଧୋଉଥିବା ବେଳେ ପିଙ୍କିର ଗୋଡ଼ ଖସିଯିବାରୁ ସେ ପାଣି ଭିତରକୁ ଚାଲିଯାଇଥିଲା। ତାକୁ ବଞ୍ଚାଇବାକୁ ଯାଉ ପାପୁନି ମଧ୍ୟ ପାଣିରେ ବୁଡ଼ି ଯାଇଥିଲା। ଗାଁ ଲୋକେ ଦୁଇ ଭଉଣୀଙ୍କୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ଦୁଇ ଝିଅଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply