ଏମ୍ସରେ ଜଗା କାଳିଆଙ୍କ ଜନ୍ମ ଦିନ ପାଳିତ
ନୂଆଦିଲ୍ଲୀ: ଅସ୍ତ୍ରୋପଚାର ପରେ କନ୍ଧମାଳର ଯୋଡା ମୁଣ୍ଡ ଶିଶୁ ଜଗା-କାଳିଆ ସୋମବାରରେ ପ୍ରଥମ ଥର ପାଇଁ ଅଲଗା ଅଲଗା ହୋଇ ନିଜର ଜନ୍ମ ଦିନ ପାଳନ କରିଛନ୍ତି । ଏମ୍ସ ପରିସରରେ ଏମାନଙ୍କର ଜନ୍ମ ଦିନ ପାଳନ କରାଯାଇଛି । ଏମାନେ ତୃତୀୟ ଜନ୍ମ ଦିନ ପାଳନ କରିଛନ୍ତି । ୨୦୧୫ ମସିହା ଏପ୍ରିଲ ୯ ତାରିଖରେ ଜଗା କାଳିଆଙ୍କର ଜନ୍ମ ହୋଇଥିଲା ।
ଏକ ବିରଳ ଅସ୍ତ୍ରୋପଚାର କରାଯାଇ ଏହି ଯୋଡା ମୁଣ୍ଡ ଶିଶୁଙ୍କୁ ଅଲଗା କରାଯାଇଥିଲା । ଓଡିଆ ଡାକ୍ତର ତଥା ବିଶିଷ୍ଟ ନ୍ୟୁରୋ ସର୍ଜନ ଅଶୋକ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏହି ଅସ୍ତ୍ରୋପଚାର କରାଯାଇଥିଲା । ଏବେ ଜଗା କାଳିଆଙ୍କର ସ୍ୱାସ୍ଥ୍ୟ ବସ୍ଥା ଭଲ ଅଛି । ଜଗା ଅପେକ୍ଷାକୃତ ଭଲ ଥିବା ବେଳେ କାଳିଆର ସ୍ୱାସ୍ଥ୍ୟବସ୍ଥାରେ ଉନ୍ନତି ପରିଲକ୍ଷିତ ହେଉଛି ।