ୱାଶିଂଟନ୍: ନାସାର ସୌର ଅଭିଯାନ ଜୁଲାଇ ମାସରେ ଆରମ୍ଭ ହେବ। ଏଥିପାଇଁ ପାର୍କର ସୋଲାର ପ୍ରୋବ୍ର ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ନାସାର ଫ୍ଲୋରିଡ଼ା ସ୍ଥିତ କେନେଡି ସ୍ପେଶ୍ ସେଣ୍ଟରର କମ୍ପେ୍ଲକ୍ସ ୩୭ରୁ ପାର୍କର ଲଞ୍ଚ ହେବ। ଲଞ୍ଚ ପୂର୍ବରୁ ଏହାର ଏକାଧିକ ଥର ପରୀକ୍ଷଣ କରାଯିବ। ଉତ୍ତପ୍ତ ସୌରମଣ୍ଡଳରେ ପ୍ରବେଶ ପୂର୍ବରୁ ସମ୍ଭାବ୍ୟ ପ୍ରଭାବକୁ ପ୍ରତିହତ କରିବା ପାଇଁ ଏହି ଯାନରେ ସ୍ୱତନ୍ତ୍ର ଜ୍ଞାନକୌଶଳରେ ପରିପୂର୍ଣ୍ଣ ଉପକରଣ ଲଗାଯାଇଛି। ୭ ବର୍ଷ ଭିତରେ ପାର୍କର ସୌରମଣ୍ଡଳ ସମ୍ପର୍କିତ ଅନେକ ରହସ୍ୟ, ଅସମାହିତ ପ୍ରଶ୍ନ ଓ ଉତ୍ସୁକତାର ସମାଧାନ କରିବ ବୋଲି ନାସା ବୈଜ୍ଞାନିକମାନେ କହିଛନ୍ତି। ଲବ୍ଧ ତଥ୍ୟକୁ ପାଣିପାଗ ଓ ଜଳବାୟୁ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବ୍ୟବହାର କରାଯାଇପାରିବ ବୋଲି ଆଶା କରାଯାଇଛି।
Popular Categories



