www.samajalive.in
Sunday, December 7, 2025
14.1 C
Bhubaneswar

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ଅଭିଯୋଗରେ ରାସ୍ତାରୋକ

ଯାଜପୁର: ଯାଜପୁର ଜିଲା ଜେନାପୁର ଥାନା ଅନ୍ତର୍ଗତ ସୋରେଇ ଗାଁର ଜଣେ ଯୁବକଙ୍କର ତିନି ଦିନ ତଳେ ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଥିଲା। ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ କରି ଶନିବାର ଦିନ ମୃତ ଯୁବକଙ୍କ ପରିବାର ଲୋକ ଓ ଗ୍ରାମବାସୀ ୫୩ ନମ୍ବର ଜାତୀୟ ରାଜପଥ ଅବରୋଧ କରିଛନ୍ତି। ଏହା ଫଳରେ ଚଣ୍ଡିଖୋଲ -ଡୁବୁରି ରାସ୍ତାରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆନ୍ଦୋଳନକାରୀଙ୍କୁ ବୁଝାସୁଝା କରୁଛି।
ସୂଚନାଯୋଗ୍ୟ ଯେ, ଅକ୍ଟୋବର ୩ ତାରିଖ ଦିନ ଜେନାପୁର ଥାନା ସୋରେଇ ଗ୍ରାମର ଦୀପକ ଦଳେଇ(୨୬)ଙ୍କୁ ଗ୍ରାମର ଅନ୍ୟ ଦୁଇଜଣ ଯୁବକ ବାଲେଶ୍ୱର ଯିବା ପାଇଁ ସାଙ୍ଗରେ ଡାକି ନେଇଥିଲେ। କିନ୍ତୁ ୪ ତାରିଖ ଦିନ ଭୋର ସମୟରେ ଦୀପକଙ୍କ ମୃତ ଦେହ ପାଣିକୋଇଲି ଥାନା ଅଞ୍ଚଳରୁ ମିଳିଥିଲା । ତେବେ ଦୀପକଙ୍କର କୌଣସି ପରିଚୟ ପୁଲିସ ନ ପାଇ ଅଜଣା ମୃତଦେହ ଭାବେ ଏହାର ବ୍ୟବଚ୍ଛେଦ କରିଥିଲା। ପରେ ଦୀପକଙ୍କ ପ୍ୟାଣ୍ଟ ପକେଟରୁ ମିଳିଥିବା ଏକ ସିମ୍କାଡ଼ରୁ ତାଙ୍କ ପରିଚୟ ପାଇ ପୁଲିସ ଦୀପକଙ୍କ ଘରଲୋକଙ୍କୁ ଏହି ବିଷୟରେ ଜଣାଇଥିଲା। ତେବେ ଦୀପକଙ୍କୁ ହତ୍ୟା କରାଯାଇଛି ବୋଲି ପରିବାର ଲୋକ ଅଭିଯୋଗ କରିଥିଲେ। ଦୀପକଙ୍କୁ ଡାକି ନେଇଥିବା ଦୁଇ ଜଣ ସାଙ୍ଗକୁ ପୁଲିସ ଗିରଫ କରିବା ଦାବିରେ ଗ୍ରାମବାସୀ ଓ ପରିବାର ଲୋକ ଜାତୀୟ ରାଜପଥ ଅବରୋଧ କରିଛନ୍ତି।

Hot this week

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

‘ବାବୁଜୀ ଥିଲେ ଉତ୍କଳମଣିଙ୍କ ଐତିହ୍ୟର ଅନିର୍ବାଣ ଶିଖା’

କଟକ:‘ସମାଜ’ ହେଉଛି ଖବରକାଗଜର ପ୍ରତିନାମ। ‘ସମାଜ’ର ଏପରି ସୁନାମ ପଛରେ ପଣ୍ଡିତ...

Related Articles

Popular Categories