ମାଲକାନଗିରି : ମାଲକାନଗିରି ଜିଲା ଲାଠିଆଗୁଡ଼ା ଠାରେ ଗୁରୁବାର ଶୌଚାଳୟ ଟାଙ୍କିରୁ ଜଣେ ନାବାଳିକାଙ୍କ ମୃତ ଦେହ ଉଦ୍ଧାର ହୋଇଛି। ଗତକାଲି ଠାରୁ ନାବାଳିକା ଜଣଙ୍କ ଘରୁ ନିଖୋଜ ଥିବା ବେଳେ ପରିବାର ଲୋକେ ଝିଅକୁ ବହୁତ ଖୋଜା ଖୋଜି କରିଥିଲେ। ତେବେ ଆଜି ସକାଳୁ ଏକ ଶୌଚାଳୟ ଟାଙ୍କିରୁ ନାବାଳିକାଙ୍କ ମୃତ ଦେହ ଉଦ୍ଧାର ହୋଇଥିବା ଜଣାପଡ଼ିଛି। ଟାଙ୍କିର ମୁହଁଟି ଖୋଲା ଥିବାରୁ ନାବାଳିକା ଜଣଙ୍କ ଟାଙ୍କିରେ ପଡ଼ି ମୃତ୍ୟୁ ବରଣ କରିଥିବା ଅନୁମାନ କରାଯାଉଛି। ପୁଲିସ ଓ ଜିଲା ଚାଇଲ୍ଡ ଲାଇନର କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
Popular Categories



