www.samajalive.in
Sunday, December 14, 2025
26.1 C
Bhubaneswar

ରିଲିଜ୍‍ ହେଲା ଅକ୍ଷୟଙ୍କ ‘କେଶରୀ’ର ଟ୍ରେଲର

ମୁମ୍ବଇ : ବଲିଉଡ଼ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର ‘କେଶରୀ’ର ଟ୍ରେଲର ଗୁରୁବାର ରିଲିଜ ହୋଇଛି। ଏହି ଚଳଚ୍ଚିତ୍ରରେ ଅକ୍ଷୟ ଜଣେ ଯୋଦ୍ଧା ଭୂମିକାରେ ଅଭିନୟ କରିଛନ୍ତି। ତାଙ୍କ ବିପକ୍ଷରେ ନାୟିକା ଭାବେ ପରିଣୀତି ଚୋପ୍ରା ଅଭିନୟ କରିଛନ୍ତି। ୩ମିନିଟ୍‍ ର ଏହି ଟ୍ରେଲର ଅକ୍ଷୟ କୁମାରଙ୍କ ଡାଏଲଗରୁ ଆରମ୍ଭ ହୋଇଛି। ସେ କହିଛନ୍ତି, “ଜଣେ ଗୋରା ମୋତେ କହିଥିଲା ଯେ, ତୁମେ ହେଉଛ ଗୋଲାମ। ହିନ୍ଦୁସ୍ତାନ ମାଟିରେ ଭୀରୁମାନେ ଜନ୍ମ ନେଇଥାଆନ୍ତି। ଆଜି ଉତ୍ତର ଦେବାର ସମୟ ଆସିଛି”। ଟ୍ରେଲରରେ ଜବରଦସ୍ତ ଆକ୍ସନ ମଧ୍ୟ ଦେଖିବାକୁ ମିଳିଛି। ୨୧ଜଣ ଶିଖ୍‍ ଯବାନ କିପରି ୧୦ହଜାର ଆଫଗାନୀଙ୍କ ସହ ଯୁଦ୍ଧ କରିଥିଲେ ତାହାକୁ ପ୍ରଦର୍ଶିତ କରାଯାଇଛି। ଯାହାକି ବାସ୍ତବରେ ଲୋମହର୍ଷଣକାରୀ।

‘କେଶରୀ’ର ନିର୍ଦ୍ଦେଶନା ଭାର ଅନୁରାଗ ସିଂହ ବହନ କରିଛନ୍ତି। ଏହା ବହୁ ପ୍ରଯୋଜକଙ୍କ ମିିଳିତ ସହଯୋଗରେ ନିର୍ମିତ ହୋଇଛି, ସେମାନଙ୍କ ମଧ୍ୟରୁ କରଣ ଜୋହର ହେଉଛନ୍ତି ଜଣେ। ଏହି ଚଳଚ୍ଚିତ୍ର ୨୧ ମାର୍ଚ୍ଚରେ ମୁକ୍ତିଲାଭ କରିବ।

Hot this week

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

Related Articles

Popular Categories