www.samajalive.in
Sunday, December 7, 2025
14.1 C
Bhubaneswar

ଟ୍ରାନ୍ସଫରମର ସଂସ୍ପର୍ଶରେ ଆସି ଯୁବକ ମୃତ, ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତାରୋକ

ଗଞ୍ଜାମ: ଟ୍ରାନ୍ସଫରମର ସଂସ୍ପର୍ଶରେ ଆସି ବିଦ୍ୟୁତ ଆଘାତରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ଭଞ୍ଜନଗର ଥାନା ଅନ୍ତର୍ଗତ ମହୁଲପାଲି ପଞ୍ଚାୟତର ଭାଲିଆଖାଇ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ଟ୍ରାନ୍ସଫରମର ଅନ୍ୟତ୍ର ସ୍ଥାନାନ୍ତର ଓ ମୃତକଙ୍କ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦାବିରେ ଶୁକ୍ରବାର ସକାଳୁ ଗ୍ରାମବାସୀମାନେ ବ୍ରହ୍ମପୁର- ଭଞ୍ଜନଗର ରାସ୍ତାରେ ଟାୟାର ଜାଳି ଅବରୋଧ କରିଛନ୍ତି।

ସୂଚନାଯୋଗ୍ୟ, ମୃତକଙ୍କ ଘର ନିକଟରେ ଥିବା ଏକ ଛୋଟ୍‌ ଟ୍ରାନ୍ସଫରମର ରହିଛି। କୌଣସି କାମ ପାଇଁ ଏକ ଲୁହା ପାଇପ ଧରି ଯାଉଥିବା ବେଳେ ଅସାବଧାନତା ବଶତଃ ଏହି ଲୁହା ପାଇପ୍‌ଟି ଟ୍ରାନ୍ସଫରମର ସହ ସଂଯୋଗ ହୋଇ ଯାଇଥିଲା। ଫଳରେ ବିଦ୍ୟୁତ ଆଘାତରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ତେବେ ଏହାକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତଲୋକେ ଟ୍ରାନ୍ସଫରମରକୁ ତୁରନ୍ତ ସେଠାରୁ ହଟାଇବା ସହ ମୃତକଙ୍କ ପରିବାରକୁ କ୍ଷତି ପୂରଣ ଦେବାକୁ ଦାବି କରିଛନ୍ତି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଉତ୍ତ୍ୟକ୍ତଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟ ଚଳାଇଛି ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories