www.samajalive.in
Monday, December 15, 2025
14.1 C
Bhubaneswar

ଦୟାନଦୀରେ ଯୁବକ ନିଖୋଜ ଘଟଣା : ୩୮ଘଣ୍ଟା ପରେ ଅବିନାଶଙ୍କ ମୃତଦେହ ଉଦ୍ଧାର

ପିପିଲି : ପିପିଲି ଥାନା ଅନ୍ତର୍ଗତ ଦୟାନଦୀର କାକୁଡିଆ ବାଲିଘାଟ ଠାରେ ବୁଧବାର ସଂନ୍ଧ୍ୟାରେ ନଦୀରେ ବୁଡି ନିଖୋଜ ହୋଇଯାଇଥିବା ଯୁବ ବ୍ୟବସାୟୀ ଅବିନାଶ ଦାଶ (୩୨)ଙ୍କ ମୃତଦେହକୁ ଦୀର୍ଘ ୩୮ଘଣ୍ଟା ପରେ ଶୁକ୍ରବାର ସକାଳେ ନଦୀରୁ ଉଦ୍ଧାର କରାଯାଇଛି । ମୃତ ଅବିନାଶଙ୍କ ଘର ଭୁବନେଶ୍ୱରର ଖଣ୍ଡଗିରି ଥାନା ପାତ୍ରପଡା ଅଞ୍ଚଳରେ ହୋଇଥିବା ବେଳେ ସେ ଜଣେ ଯୁବ ବ୍ୟବସାୟୀ ଓ ଏକ ପ୍ରମୁଖ ରାଜନୈତିକ ଦଳର ଜଣେ ଟାଣୁଆ ଯୁବନେତା ହୋଇଥିବା ସୂଚନା ମିଳିଛି । ତାଙ୍କ ପରଲୋକରେ ଜଟଣୀ, ପାତ୍ରପଡା ଓ କାକୁଡିଆ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, କାକୁଡିଆ ଗ୍ରାମ ସ୍ଥିତ ନିଜର ସଂପର୍କୀୟଙ୍କ ଘରକୁ ଅବିନାଶ ବୁଧବାର ବୁଲିବାକୁ ଆସିଥିଲେ । ସଂନ୍ଧ୍ୟାରେ ସେ ଦୟାନଦୀର କାକୁଡିଆ ବାଲିଘାଟ ଠାରେ ଗାଧୋଉଥିବା ବେଳେ ଏହି ଅଘଟଣ ଘଟିଥିଲା । ଅସାବଧାନତା ବଶତଃ ତାଙ୍କ ଗୋଡ ଖସି ଯିବାରୁ ୫୦ଫୁଟ୍‍ରୁ ଅଧିକ ଗଭୀର ନଦୀଜଳରେ ବୁଡି ଯାଇଥିଲେ । ସେଠାରେ ଉପସ୍ଥିତ ଥିବା ତାଙ୍କର ସାଙ୍ଗଙ୍କ ସମେତ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରିବାକୁ ଉଦ୍ୟମ କରି ବିଫଳ ହୋଇଥିଲେ। ଖବର ପାଇ ପିପିଲି ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଖୋଜା ଖୋଜି ଜାରି ରଖିଥିଲେ । ଗୁରୁବାର ଅଗ୍ନିଶମବାହିନୀ ଓ କଟକ ମୁଣ୍ଡଳୀ ସ୍ଥିତ ଓଡ୍ରାଫ୍‍ ଟିମ୍‍ ଅକ୍ସିଜେନ ସିଲିଣ୍ଡର ଓ କ୍ୟାମେରା ସହ ପାଣି ମଧ୍ୟରେ ବୁଡି ରାତି ସାଢେ ୧୦ଟା ପର୍ଯ୍ୟନ୍ତ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନଥିଲା। ତେବେ ଶୁକ୍ରବାର ସକାଳ ୭ଟା ସମୟରେ ଘଟଣାସ୍ଥଳ ଠାରୁ ୬ଶହ ମିଟର ଦୂରରେ ଲେମ୍ବୁଆପଡା ମାଣିତ୍ରୀ ଠାରେ ଦୟାନଦୀରେ ଅବିନାଶଙ୍କ ମୃତଦେହ ଭାସୁଥିବାର ଦେଖି ସ୍ଥାନୀୟ ଲୋକେ ମୃତଦେହକୁ କୂଳକୁ ଆଣିବା ସହ ତାଙ୍କ ପରିବାର ଓ ପିପିଲି ପୁଲିସକୁ ଖବର ଦେଇଥିଲେ । ପରିବାର ଲୋକେ ସେଠାରେ ପହଞ୍ଚି ମୃତଦେହକୁ ଚିହ୍ନଟ କରିଥିଲେ। ଘଟଣାସ୍ଥଳରେ ଉଭୟ ପିପିଲି ପୁଲିସ ଓ ହରିରାଜପୁର ଫାଣ୍ଡି ପୁଲିସ ପହଞ୍ଚି ଥିଲେ ମଧ୍ୟ ମୃତଦେହ ମିଳିଥିବା ସ୍ଥାନ ଡେଲାଙ୍ଗ ଥାନା ଅଞ୍ଚଳ ହୋଇଥିବାରୁ ହରିରାଜପୁର ଫାଣ୍ଡି ପୁଲିସ ମୃତଦେହକୁ ଜବତ କରିଥିଲା । ଏନେଇ ଡେଲାଙ୍ଗ ପୁଲିସରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଥିବା ବେଳେ ହରିରାଜପୁର ଫାଣ୍ଡି ଅଧିକାରୀ ଗଦାଧର ନାୟକ ମୃତଦେହକୁ ପଞ୍ଚାନାମା କରିବା ପରେ ବ୍ୟବଚ୍ଛେଦ ପାଇଁ ପୁରୀ ପଠାଇ ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories