କଟକ: କଟକ ଏସସିବି ଏମ୍ସ ପ୍ଲସ୍ ନିର୍ମାଣ ସ୍ଥଳରେ ଅଭାବନୀୟ ଘଟଣା ଘଟିଛି। ନିର୍ମାଣାଧୀନ କୋଠାରୁ ଝୁଲନ୍ତା ଅବସ୍ଥାରେ ଜଣେ ଶ୍ରମିକଭ୍କର ମୃତଦେହ ଉଦ୍ଧାର ହୋଇଛି। ମୃତ ଶ୍ରମିକ ଜଣକ ଢେଙ୍କାନାଳ ଅଞ୍ଚଳର କ୍ଷୀରୋଦ ଚନ୍ଦ୍ର ମହାନ୍ତି ବୋଲି ଜଣାପଡିଛି। କ୍ଷୀରୋଦ ଏଠାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ବର୍ତ୍ତମାନ ପର୍ଯ୍ୟନ୍ତ ଆତ୍ମହତ୍ୟାର ପ୍ରକୃତ କାରଣ ଜଣାପଡିନି। ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି। ମଙ୍ଗଳବାଗ ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ ଜାରି ରଖିଛି।
Popular Categories



