www.samajalive.in
Monday, December 8, 2025
14.1 C
Bhubaneswar

ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ମୃତ

କଲମପୁର : ବିଦ୍ୟୁତ ତାର ସଂଯୋଗ କରିବା ଯୁବକଙ୍କ ପାଇଁ କାଳ ହେଲା। ଅସାବଧାନତା ବଶତଃ ବିଦ୍ୟୁତ ତାର ସଂସ୍ପର୍ଶରେ ଆସିବାରୁ ଯୁବକଙ୍କର ମୃତ୍ୟୁ ହୋଇଛି। ସାଙ୍ଗ ସହିତ ଭଲିବଲ୍‍ ଖେଳିବା ବେଳେ ଆଲୋକ ଜାଳିବା ପାଇଁ ବିଦ୍ୟୁତ ତାର ସଂଯୋଗ କରୁଥିଲେ।
ବିଦ୍ୟୁତ ତାରକୁ ସ୍ପର୍ଶ କରିବା ମାତ୍ରେ ଯୁବକ ଜଣକ ଗୁରୁତର ହୋଇଥିଲେ। ତାଙ୍କୁ ସେଠାରୁ ଉଦ୍ଧାର କରାଯାଇ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଭର୍ତ୍ତି କରାଯାଇଥିଲା। ମାତ୍ର ଡ଼ାକ୍ତର ତାଙ୍କ ମୃତ ଘୋଷଣା କରିଥିଲେ।
ସୂଚନା ଅନୁସାରେ ମୃତକ ଜଣକ ହେଲେ ଚୁରା ଗ୍ରାମର ଲଳିତ ବିଶିଙ୍କ ପୁଅ ଚନ୍ଦ୍ରକାନ୍ତ (୨୭)। ନିଜ ସାଙ୍ଗ ସହିତ ଭଲିବଲ୍‍ ଖେଳିବା ପାଇଁ ନିକଟସ୍ଥ ବିଦ୍ୟାଳୟର ପଡ଼ିଆକୁ ଶନିବାର ସଂଧ୍ୟାରେ ଯାଇଥିଲେ। ସେଠାରେ ଆଲୋକର ବ୍ୟବସ୍ଥା କରିବା ପାଇଁ ବିଦ୍ୟାଳୟ ପରିସରରେ ଥିବା ବିଦ୍ୟୁତ ଖୁଣ୍ଟରୁ ହୁକି ପକାଇ କରି ଲମ୍ବିଥିବା ତାରକୁ ହଠାତ ଧରି ନେଇ ହଡ଼ବଡ଼େଇ ଯାଇଥିଲେ। ଯାହା ଫଳରେ ତାରଟି ତାଙ୍କ ଛାତିରେ ଲାଗିଯାଇଥିଲା। ବିଦ୍ୟୁତ ଆଘାତ ଯୋଗୁ ସେ ଗୁରୁତର ହେବାରୁ ତାଙ୍କ ସାଙ୍ଗ ତାଙ୍କୁ ତୁରନ୍ତ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିବା ପରେ କଲମପୁର ପାଣ୍ଠି ଅଧିକାରୀ ଶ୍ରୀ ମନୋରଞ୍ଜନ ଆଚାର୍ଯ୍ୟ ସେଠାରେ ଶବ ଜବତ କରିଥିଲେ। ଶବର ବ୍ୟବଚ୍ଛେଦ ପାଇଁ ଜୟପାଟଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ। ଏହା ପରେ ଜୟପାଟଣା ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରାଯାଇଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories