www.samajalive.in
Tuesday, December 9, 2025
15.1 C
Bhubaneswar

ସ୍ୱଇଚ୍ଛାରେ ରିଲାଏନ୍ସକୁ ଅଂଶୀଦାର ଚୟନ କରାଯାଇଛି: ଡାସଲ୍ଟର ସ୍ପଷ୍ଟୀକରଣ

ନୂଆଦିଲ୍ଲୀ : ରାଫେଲ୍‍ କାରବାର ମାମଲାରେ ଫ୍ରାନ୍ସର ଯୁଦ୍ଧ ବିମାନ ନିର୍ମାଣକାରୀ କମ୍ପାନୀ ଡାସଲ୍ଟ ଆଭିଏସନ୍‍ ପୁନଃ ଖୋଲାଖୋଲି ପ୍ରତିକ୍ରିୟା ପ୍ରକାଶ କରିଛି। ଏହି କାରବାର ନିମନ୍ତେ ଭାରତୀୟ କମ୍ପାନୀ ରିଲାଏନ୍ସକୁ ସ୍ୱଇଚ୍ଛାରେ ଅଂଶୀଦାର ଚୟନ କରିଥିବା ଡାସଲ୍ଟ ସ୍ପଷ୍ଟ କରିଛି। ରାଫେଲ ବିମାନର ଅଂଶ ନିର୍ମାଣ କରିବା ଲାଗି ଭାରତୀୟ କମ୍ପାନୀ ସହିତ ଅଂଶୀଦାରିତା କଲେ ଅଫ୍‍ସେଟ୍‍ କାରବାରକୁ ନେଇ ଡାସଲ୍ଟ ଲାଭବାନ ହେବ। ଏହି କାରଣରୁ ସ୍ୱଇଚ୍ଛାରେ ଅନୀଲ ଅମ୍ବାନୀଙ୍କ ରିଲାଏନ୍ସ ଗ୍ରୁପ୍‍କୁ ଅଫ୍‍ସେଟ୍‍ ଅଂଶୀଦାର ଭାବେ କମ୍ପାନୀ ସ୍ଥିର କରିଥିଲା ବୋଲି ବୁଧବାର ଫ୍ରାନ୍ସଠାରେ ଡାସଲ୍ଟ ପକ୍ଷରୁ କୁହାଯାଇଛି। ଉଲ୍ଲେଖ ଯେ, ଭାରତ ସରକାର ୫୯,୦୦୦ କୋଟି ଟଙ୍କାରେ ୩୬ଟି ରାଫେଲ ବିମାନ କିଣିବାକୁ ଫ୍ରାନ୍ସ ସହିତ ରାଜିନାମା ସ୍ୱାକ୍ଷର କରିଛନ୍ତି। ଏହି ବିମାନ ନିର୍ମାଣ ନେଇ ଭାରତଠାରୁ ବିଭିନ୍ନ ଅଂଶ କ୍ରୟ କରିବା ଲାଗି ଡାସଲ୍ଟ ୫୦% ଅର୍ଥ ବିନିଯୋଗ କରୁଛି। ଅଫ୍‍ସେଟ୍‍ ଚୁକ୍ତି ପୁରଣ ନିମନ୍ତେ ୨୦୧୭ ଫେବୃଆରୀ ୧୦ରେ ଡାସଲ୍ଟ ରିଲାଏନ୍ସ ଏରୋସ୍ପେସ୍‍ ଲିମିଟେଡ୍‍ ନାମକ ଏକ ମିଳିତ ଉଦ୍ୟୋଗ ସ୍ଥାପନ ହୋଇଥିଲା। ରାଫେଲକୁ ନେଇ ଭାରତରେ ରାଜନୈତିକ ବିବାଦ ଲାଗି ରହିଥିବା ବେଳେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଛି। ସର୍ବୋଚ୍ଚ ଅଦାଲତ ଏହି ପ୍ରସଙ୍ଗରେ କେନ୍ଦ୍ରକୁ ରିପୋର୍ଟ ଲୋଡିଛନ୍ତି। ତଥାପି ବିରୋଧୀ ଦଳ କଂଗ୍ରେସ୍‍ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ରାଫେଲ କାରବାରରେ ସ୍ପଷ୍ଟ ଦୁର୍ନୀତି ହୋଇଥିବା ସେ ପୁନଃ ଅଭିଯୋଗ ଦର୍ଶାଇଛନ୍ତି। ଅନ୍ୟ ପଟେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଫ୍ରାନ୍ସ ଗସ୍ତରେ ଯାଇ ତାଙ୍କ ପ୍ରତିପକ୍ଷ ଫ୍ଲୋରେନ୍ସ ପାର୍ଲିଙ୍କ ସହିତ ଆଲୋଚନା କରିଛନ୍ତି। ତିନି ଦିନିଆ ଗସ୍ତ ବେଳେ ଶୁକ୍ରବାର ସେ ରାଫେଲ ଯୁଦ୍ଧ ବିମାନ ନିର୍ମାଣକାରୀ କମ୍ପାନୀ ସହିତ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି। ଉଲ୍ଲେଖ ଯେ, ରାଫେଲ କାରବାର ଦ୍ୱାରା କେନ୍ଦ୍ର ସରକାର ରିଲାଏନ୍ସକୁ ଲାଭବାନ କରିଥିବା ଦର୍ଶାଇ ବିରୋଧୀ ଦଳଗୁଡିକ ଏହାକୁ ବିରୋଧ କରୁଥିବା ବେଳେ ଗତ ମାସରେ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାଙ୍କୋଇସ୍‍ ହଲାନ୍ଦେଙ୍କ ବୟାନ ଚହଳ ସୃଷ୍ଟି କରିଥିଲା। ରିଲାଏନ୍ସକୁ ଚୟନ କରିବାରେ ଫ୍ରାନ୍ସର କୌଣସି ଭୂମିକା ନାହିଁ ବୋଲି ସେ କହିଥିଲେ। ଏହି ଘଟଣା ପରେ ରାଜନୈତିକ ବିବାଦ ଅଧିକ ତୀବ୍ରତର ହୋଇଥିଲା। ଡସଲ୍ଟ ନିଜସ୍ୱ ଇଚ୍ଛାରେ ରିଲାଏନ୍ସକୁ ଅଂଶୀଦାର ଚୟନ କରିଥିବା ଉଭୟ ଫ୍ରାନ୍ସ ସରକାର ଏବଂ ଡାସଲ୍ଡ ପକ୍ଷରୁ କୁହାଯାଇଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories