www.samajalive.in
Monday, December 15, 2025
14.1 C
Bhubaneswar

୧୨ ଘଣ୍ଟିଆ ଦାରିଙ୍ଗବାଡି ବନ୍ଦ

ବାଲିଗୁଡା: ୧୨ ଘଣ୍ଟିଆ ଦାରିଙ୍ଗବାଡି ବନ୍ଦ। ଚାରିଛକ ଦୁର୍ଗା ପୂଜା ମଣ୍ଡପ ଜମିକୁ ନେଇ ଆଜି ୧୨ ଘଣ୍ଟିଆ ଦାରିଙ୍ଗବାଡି ବନ୍ଦ ପାଳନ କରାଯାଉଛି। ଦାରିଙ୍ଗବାଡି ଦୁର୍ଗାପୂଜା କମିଟି ଓ ବଣିକ ସଂଘ ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି। ପ୍ରଭାବରେ ଆଜି ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି ।

କେବଳ ଜରୁରୀକଳୀନ ସେବା ଜାରି ରହିଛି। ଚାରିଛକ ଦୁର୍ଗାପୂଜା ମଣ୍ଡପ ଜମିକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ସମାଧାନ ପାଇଁ ଉଭୟ ଗୋଷ୍ଠୀଙ୍କୁ ନେଇ ତହସିଲଦାରଙ୍କ ପକ୍ଷରୁ ଶାନ୍ତି କମିଟି ବୈଠକ ମଧ୍ୟ ବସିଥିଲା। କିନ୍ତୁ କିଛି ସମାଧାନର ରାସ୍ତା ବାହାରିପାରିନଥିଲା। ଯାହାର ପ୍ରତିବାଦରେ ଆଜି ଦାରିଙ୍ଗବାଡିରେ ବନ୍ଦ ପାଳନ କରାଯାଉଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories