କନ୍ଧମାଳ: ଦୁଇରୁ ଅଧିକ ସନ୍ତାନ ଥିବା ଅଭିଯୋଗରେ ଦାରିଙ୍ଗବାଡି ବ୍ଲକ ଅଧକ୍ଷା ସୁବେନ୍ତି ପ୍ରଧାନଙ୍କ ସଭ୍ୟ ପଦକୁ କନ୍ଧମାଳ ଜିଲ୍ଲା ଦୌରା ଜର୍ଜ ରଦ୍ଦ କରିଛନ୍ତି। ୨୦୧୭ ତ୍ରିସ୍ତରୀୟ ନିର୍ବାଚନରେ ବ୍ଲକ ଅଧକ୍ଷା ଭାବେ ସୁବେନ୍ତି ପ୍ରଧାନ ନିର୍ବାଚିତ ହେଇଥିବା ବେଳେ ପରାସ୍ତ ହୋଇଥିବା ବିରୋଧୀ ଦଳର ତାଜୁଙ୍ଗିଆ ସମିତିସଭ୍ୟା ରୁଦା ମଲିକ ପକ୍ଷରୁ ଏନେଇ କୋର୍ଟରେ ଏକ ମାମଲା ରୁଜୁ ହୋଇଥିଲା। ଦୀର୍ଘ ଦିନ ଧରି ଏହି ମାମଲା କୋର୍ଟରେ ଚାଲିବା ପରେ ମଙ୍ଗଳବାର ଅର୍ଥାତ୍ ଆଜି ଏହି ମାମଲାର ଶୁଣାଣି ହୋଇଛି। ଜିଲ୍ଲା କୋର୍ଟ ସୁବେନ୍ତି ପ୍ରଧାନଙ୍କ ସଭ୍ୟ ପଦକୁ ରଦ୍ଧ କରି ଦେଇଛନ୍ତି ।
ସୂଚନାଯୋଗ୍ୟ, ଜି.ଉଦୟଗିରିର ନବନିର୍ବାଚିତ ବିଜେଡି ବିଧାୟକ ସାଲୁଗା ପ୍ରଧାନଙ୍କ ପତ୍ନୀ ହେଉଛନ୍ତି ସୁବେନ୍ତି ପ୍ରଧାନ। ତାଙ୍କର ପୂର୍ବରୁ ୫ଟି ସନ୍ତାନ ଥିବା ବେଳେ ୧୯୯୬ ପରେ ତାଙ୍କର ଅନ୍ୟ ଏକ ପୁଅ ଜନ୍ମ ହୋଇଥିଲେ।



