www.samajalive.in
Sunday, December 7, 2025
13.1 C
Bhubaneswar

ଫେରାର ଦୁଷ୍କର୍ମକାରୀ ଗିରଫ

ଦାରିଙ୍ଗବାଡି: କନ୍ଧମାଳ ଜିଲା ବ୍ରାହ୍ମଣୀଗାଁ ଥାନାଞ୍ଚଳରେ ବିବାହିତ ମହିଳାଙ୍କୁ ଦୁଷ୍କର୍ମ କରି ଗିରଫ ଭୟରେ ଫେରାର ହୋଇଯାଇଥିବା ତାମାଙ୍ଗି ଗ୍ରାମର ଜୀମେନ୍ଦ୍ର ଦେଶ ମାଝୀ(୨୯)କୁ ଗିରଫ କରିଛି ପୁଲିସ୍‌। ବ୍ରାହ୍ମଣୀଗାଁ ଥାନା ଅଧକାରୀ ଚିରଞ୍ଜିବୀ ବେହେରାଙ୍କ ନେତୃତ୍ୱରେ ଏସଆଇ ଅମରେନ୍ଦ୍ର ସୁବୁଦ୍ଧିଙ୍କ ସହ ପୁଲିସ୍ ବାହିନୀ ଗତକାଲି ଜୀମେନ୍ଦ୍ରକୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି।

ସୂଚନା ଅନୁସାରେ, ଗତ ମେ’ ମାସ ୭ରେ ଗାଁ ନିକଟ ଜଙ୍ଗଲକୁ ଜାଳେଣୀ କାଠ ଆଣିବାକୁ ଯାଇଥିବା ଜଣେ ବିବାହିତ ମହିଳାଙ୍କୁ ଏକୁଟିଆ ଥିବାର ସୁଯୋଗ ନେଇ ଜୀମେନ୍ଦ୍ର ଦେଶ ମାଝୀ ଜୀବନରୁ ମାରିବାର ଧମକ ଦେଇ ଦୁଷ୍କର୍ମ କରିଥିଲା। ପରେ ଏକୁଟିଆ ଥିବାର ସୁଯୋଗ ନେଇ ଭୟଭୀତ କରାଇ ପୁଣି ଥରେ ଦୁଷ୍କର୍ମ କରିଥିଲା। ବାଧ୍ୟ ହୋଇ ମହିଳା ଜଣକ ନିଜ ସ୍ୱାମୀଙ୍କୁ ଜଣାଇଥିଲେ। ସ୍ୱାମୀଙ୍କ ସହାୟତାରେ ପୀଡ଼ିତା ବ୍ରାହ୍ମଣୀଗାଁ ଥାନାରେ ଜୁଲାଇ ମାସ ୫ରେ ଲିଖିତ ଅଭିଯୋଗ କରିଥିଲେ। ଗିରଫ ଭୟରେ ଅଭିଯୁକ୍ତ ନିଜ ଗ୍ରାମରୁ ଫେରାର ରହି ସ୍ୱାମୀ ସହିତ ପୀଡ଼ିତାଙ୍କୁ ଜୀବନରୁ ମାରିବା ଧମକ ଦେଇ ଆସୁଥିଲା। ପୀଡ଼ିତାଙ୍କ ସ୍ବାମୀ ଏହି ଧମକରେ ଭୟଭୀତ ହୋଇ ନିଜ ପରିବାରର ସୁରକ୍ଷା ପାଇଁ ଏସପିଙ୍କୁ ଲିଖିତ ଭାବେ ଜୁଲାଇ ମାସ ୧୧ରେ ଜଣାଇଥିଲେ। ହେଲେ ଫେରାର୍ ଥିବା ଦୁଷ୍କର୍ମକାରୀକୁ ଗିରଫ କରିବାରେ ବ୍ରାହ୍ମଣୀଗାଁ ପୁଲିସ୍ ଗତକାଲି ସଫଳ ହୋଇଛି। ଆଜି ଥାନା ପକ୍ଷରୁ ଦୁଷ୍କର୍ମକାରୀ ଜୀମେନ୍ଦ୍ରକୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories