www.samajalive.in
Monday, December 8, 2025
14.1 C
Bhubaneswar

ମହାମାରୀ ପରବର୍ତ୍ତୀ ବିବାଦ

କରୋନା ଭୂତାଣୁ ‘କୋଭିଡ୍‌-୧୯’ ସହ ଆରମ୍ଭ ହୋଇଯାଇଛି ବିଶ୍ବଯୁଦ୍ଧ। ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଏହାକୁ ମହାମାରୀ ରୂପେ ଘୋଷଣା କରିଛି। ଅପରପକ୍ଷରେ କରୋନା ଗୋଟିଏ ପରେ ଗୋଟିଏ ଦେଶକୁ ମାଡ଼ି ଚାଲିଛି। କରୋନା ପ୍ରଭାବିତ ଅଞ୍ଚଳ, ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ପ୍ରତିଦିନ ବଢ଼ିବାରେ ଲାଗିଛି। ଏକବିଂଶ ଶତାବ୍ଦୀର ସବୁଠାରୁ ଦୁଃଖଦାୟକ ଘଟଣାର ଅନ୍ତ କିପରି ହେବ ତାହା ଏକ ବିରାଟ ପ୍ରଶ୍ନ ହୋଇଥିବା ବେଳେ କରୋନା ଭୂତାଣୁ ଉପରେ ବିଜୟକୁ ନେଇ ଦେଶ ଦେଶ ମଧ୍ୟରେ ବିବାଦ ଆରମ୍ଭ ହୋଇଛି। କରୋନା ପ୍ରତିଷେଧକ ଟିକାକୁ ନେଇ ଜର୍ମାନୀ ଆଉ ଆମେରିକା ମଧ୍ୟରେ ଟଣାଟଣି ଚାଲିଛି। ଦକ୍ଷିଣ-ପଶ୍ଚିମ ଜର୍ମାନୀର ଟ୍ୟୁବିଗନ ସ୍ଥିତ ଲାବରେଟୋରୀର ଡାଇୱିନ୍‌ ହୋପ ବାୟୋଟେକ ହୋଲଡିଙ୍ଗ୍‌ ଦାବି କରିଛି ଯେ ସେ କରୋନା ଭାଇରସ ରୋଧି ଟିକା ବିକଶିତ କରିସାରିଛି। ଏହାପରେ ଏହାର ସ୍ବତ୍ତ୍ବାଧିକାର ଦେବା ପାଇଁ ଆମେରିକା ଜର୍ମାନୀକୁ ପ୍ରସ୍ତାବ ଦେଇଛି। ଏହି ସମ୍ବାଦଟି ପ୍ରଥମେ ଜର୍ମାନୀର ଏକ ସମ୍ବାଦପତ୍ରରେ ଛପା ଯାଇଥିଲା। ଏହି ଖବର ଉପରେ ଜର୍ମାନୀ ପକ୍ଷରୁ କୁହାଯାଇଛି ଯେ ‘ଆମେ ବଜାରର ପଣ୍ୟବସ୍ତୁ ନୋହୁ, ଯେ ଚାହିଁବ ସେ କିଣିନେବ।’ ପ୍ରତିଷେଧକ ଟିକା ସମଗ୍ର ଦୁନିଆ ପାଇଁ ପ୍ରୟୋଗ କରାଯିବ।
‘ଡାଇୱିନ ହୋପ ବାୟୋଟେକ ହୋଲଡିଙ୍ଗ୍‌’ର ଶାଖା ଆମେରିକାର ବୋଷ୍ଟନରେ ମଧ୍ୟ ଅଛି। ୧୧ ମାର୍ଚ୍ଚରେ ଏହି କମ୍ପାନୀର ସିଇଓ ଦାନିୟଲ ମିନିବେଲାଙ୍କୁ ଅସହଯୋଗ ଅଭିଯୋଗରେ ହଟାଇ ଦିଆଗଲା। ଖବରରୁ ଜଣା ପଡ଼ିଲା ଯେ ଦାନିୟଲ ମିନିବେଲା ଟ୍ରମ୍ପଙ୍କ ସହିତ ସାକ୍ଷାତ କରିଥିଲେ, ଆଉ ଆମେରିକା ରାଷ୍ଟ୍ରପତି ସମସ୍ତ ଗବେଷଣା ସାମଗ୍ରୀ ସବୁ ବୋଷ୍ଟନକୁ ନେଇ ଆସିବାକୁ ଚାପ ପକାଇଥିଲେ। ଏହିପ୍ରକାର ଖବରୁ ଜଣାଯାଉଛି ଯେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ସଂକଟମୟ ସମୟରେ ନିଜ ବ୍ୟବସାୟିକ ବୁଦ୍ଧି ପ୍ରୟୋଗ କରୁଥିଲେ, ଯାହା ଫଳରେ ପ୍ରତିଷେଧକ ଟିକାର ଏକାଧିକାର ପ୍ରାପ୍ତ କରି ଅୟୁତ କୋଟି ଡଲାର ରୋଜଗାର କରିପାରନ୍ତେ। ଏହାଦ୍ବାରା ଆମେରିକାର ଅସଲ ରୂପ ପଦାକୁ ଆସିଛି। ଜର୍ମାନୀର ରାଜନୈତିକ ଦଳଗୁଡ଼ିକ ଟ୍ରମ୍ପଙ୍କ ଏଭଳି କାରନାମାକୁ ଭର୍ତ୍ସନା କରିଛନ୍ତି। ଏହା ଏଭଳି ଏକ ମାମଲା, ଯାହା ଅନ୍ୟ ଦେଶର ଗୁଇନ୍ଦାଗିରି କରିବା ସହିତ ସମାନ ବୋଲି ଆଲୋଚନା ହେଉଛି।
କରୋନା ଭାଇରସର ପ୍ରତିଷେଧକ ଟିକା ବିକଶିତ କରିବା ନେଇ ଆମେରିକା ରୁଷ, ଚୀନ ମଧ୍ୟରେ ଜବରଦସ୍ତ ପ୍ରତିଯୋଗିତା ଚାଲିଛି। ତିନିଦେଶର ବୈଜ୍ଞାନିକମାନେ ଆଣ୍ଟିଭାଇରସର ପରୀକ୍ଷଣକୁ ନେଇ ରାତିଦିନ ପରିଶ୍ରମ କରୁଛନ୍ତି। ୱାଶଂିଟନସ୍ଥିତ ହେଲ୍‌ଥ ରିସର୍ଚ୍ଚ ଇନ୍‌ଷ୍ଟିଚ୍ୟୁଟ୍‌ ତରଫରୁ ୨୪ ଫେବୃଆରୀ ୨୦୨୦ରେ କୋଭିଡ୍‌-୧୯ ଭ୍ୟାକସିନର କ୍ଲିନକାଲ ଟ୍ରାଏଲ ପାଇଁ ୧୮ରୁ ୫୫ ବର୍ଷ ଆୟୁର ୪୫ଜଣ ଲୋକଙ୍କ ପଞ୍ଜୀକରଣ କରାଯାଇଛି। ଏମାନଙ୍କୁ ତିନି ଅଲଗାଅଲଗା ସମୂହରେ ବିଭକ୍ତ କରାଯାଇଥିଲା। ସେମାନଙ୍କ ପରୀକ୍ଷାର ଅନ୍ତିମ ରିପୋର୍ଟ ୧୪ ମାସପରେ ମିଳିବାର ଅଛି। ୧୧ମାସ ପର୍ଯ୍ୟନ୍ତ ପରୀକ୍ଷଣ କରାଯାଉଥିବା ଲୋକଙ୍କୁ ପ୍ରତିମାସରେ ଡାକି ପରୀକ୍ଷା କରାଯିବ ଏବଂ ସେମାନଙ୍କୁ ପ୍ରତିମାସରେ ୧୦୦ ଡଲାର ଦିଆଯିବ। ଏ ବାବଦରେ ମୋଟ ୧୧୦୦ଡଲାର ଖର୍ଚ୍ଚ କରାଯିବ। ରୁଷ ଏବଂ ଆମେରିକାରେ କରୋନା ରୋଧକ ଟିକା ପରୀକ୍ଷାର ଦୌଡ଼କୁ ଦେଖିଲେ ଜଣାପଡ଼ୁଛି ୨୦୨୧ ସୁଦ୍ଧା ଏହା ହାସଲ ହୋଇପାରିବ। ଇତିମଧ୍ୟରେ ଜର୍ମାନୀ କମ୍ପାନୀ ଦ୍ବାରା ଟିକା ବିକଶିତ କରାଯିବା ଖବରକୁ ନେଇ ଆମେରିକା ଚିନ୍ତିତ। ସେ ଭାବୁଛି ତା ହାତରେ ଧରାଯାଇଥିବା ଶୁଆ ଉଡ଼ିଯାଇଛି।
ଜର୍ମାନୀକୁ ସବୁଠାରୁ ବେଶୀ ଡର ଇଟାଲୀରେ କରୋନା ଭୂତାଣୁ ଦ୍ବାରା ସଂକ୍ରମିତଙ୍କ ସଂଖ୍ୟା। ଜର୍ମାନୀରେ ମଧ୍ୟ ୧୧ରୁ ଅଧିକ ଲୋକ ମୃତ୍ୟୁବରଣ କରିସାରିଛନ୍ତି। ୬ହଜାରରୁ ଅଧିକ ଜର୍ମାନୀ ନାଗରିକ କରୋନା ଭୂତାଣୁ ଦ୍ବାରା ସଂକ୍ରମିତ ହୋଇଛନ୍ତି। ସେଥିମଧ୍ୟରୁ ୬୫ବର୍ଷରୁ ଅଧିକ ଆୟୁର ଲୋକଙ୍କ ସଂଖ୍ୟା ଅଧିକ ରହିଛି। ଏହି ସବୁ କାରଣରୁ ଜର୍ମାନୀ କରୋନା ପ୍ରତିଷେଧକ ଟିକା କରିବାରେ ଆଗୁଆ ରହିବାକୁ ଚିନ୍ତା କରୁଛି।
ୟୁରୋପର ସାମୁଦ୍ରିକ ସୀମା ଉପରେ ମଧ୍ୟ ସେଭଳି ସଜାଗ ରଖାଯାଇଛି। ଦକ୍ଷିଣ ଏସିଆରେ ଏହି ମଡେଲ ତିଆରି କରିବାକୁ ଆହୁରି ବହୁତ ସମୟ ଲାଗିବ। ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ଭିଡିଓ କନଫରେନ୍‌ସ ମାଧ୍ୟମରେ ସାର୍କ ଦେଶର ରାଷ୍ଟ୍ରସମୂହ ଶାସନ ପ୍ରମୁଖମାନଙ୍କୁ ସୀମା ପ୍ରସ୍ତୁତ ଓ ସଜାଗ ରହିବାକୁ ଚେତାବନୀ ଦେଇଛନ୍ତି। କରୋନା ଭୂତାଣୁର ମୁକାବିଲା ପାଇଁ ସାର୍କ ଫଣ୍ଡ କରିବାକୁ ଘୋଷଣା କରିଛନ୍ତି। ଭାରତର ଆପଦକାଳୀନ ପାଣ୍ଠିରୁ ୧ କୋଟି ଡଲାର ଦିଆଯିବାର ଘୋଷଣା ଏକ ସକାରାତ୍ମକ ପ୍ରୟାସ ଅଟେ। ସାର୍କର ବର୍ତ୍ତମାନର ଅଧ୍ୟକ୍ଷ ହେବାକୁ ଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ ଖାନ୍‌ ଉପସ୍ଥିତ ରହିବା ଦରକାର ଥିଲା।, ସେଠାକୁ ସେ ଜଣେ କନିଷ୍ଠ ମନ୍ତ୍ରୀଙ୍କୁ ପଠାଇଥିଲେ। ସେହି ମନ୍ତ୍ରୀ ମଧ୍ୟ ଏଭଳି ଉଦ୍‌ବେଗ ସ୍ଥିତିରେ କାଶ୍ମୀର ରାଗ ଗାନ କରୁଥିଲା, ଯାହା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ ଥିଲା।

ପଞ୍ଚାନନ ଅଗ୍ରୱାଲା

ରତ୍ନାକର ବାଗ, ଟଙ୍କପାଣିରୋଡ଼, ଭୁବନେଶ୍ବର

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories