www.samajalive.in
Monday, December 8, 2025
14.1 C
Bhubaneswar

ସର୍ବଭାରତୀୟ ନୃତ୍ୟ ପ୍ରତିଯୋଗିତାରେ ଓଡିଶା ଝିଅ ଲଳିତାଙ୍କର କୃତିତ୍ୱ

ସମ୍ବଲପୁର : ଗତ ଡିସେମ୍ବର ୨୭ ରୁ ୩୦ ତାରିଖ ପର୍ଯ୍ୟନ୍ତ ଆଇଆଇଟି ମୁମ୍ବାଇ ଠାରେ ଅନୁଷ୍ଠିତ ଅଖିଳ ଭାରତ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ମଡର୍ଣ୍ଣ ଡ୍ୟାନ୍ସ ପ୍ରତିଯୋଗିତାରେ ଓଡିଆ ଝିଅ ଲଳିତା ପଟେଲ ତୃତୀୟ ସ୍ଥାନ ଅଧିକାର କରି ରାଜ୍ୟ ପାଇଁ ସୁନାମ ଅର୍ଜନ କରିଛନ୍ତି। ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଡ. ଜାକୀର ହୁସେନ ମହାବିଦ୍ୟାଳୟରେ ଅଧ୍ୟୟନରତ ଓଡିଆ ଛାତ୍ରୀ ଲଳିତା ଏମ. ଆଇ ଦି ବେଷ୍ଟ (ମୁଡ ଇଣ୍ଡିଆ) ପ୍ରତିଯୋଗୀତାରେ ସର୍ବଭାରତୀୟ ସ୍ତରରେ ଏହି କୃତିତ୍ୱ ଅର୍ଜନ କରିଛନ୍ତି। ନୃତ୍ୟ ପ୍ରତି ପିଲାଦିନରୁ ଆସକ୍ତି ରହିଥିବା ଲଳିତା ଏହା ପୂର୍ବରୁ ଗତ ଅକ୍ଟୋବର ୨୦୧୮ ଆଇଆଇଟି, ରୁରକି ଠାରେ ଅନୁଷ୍ଠିତ ‘ଥମସୋ ଫେଷ୍ଟ’ରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ। ଲଳିତାଙ୍କର ଏହି ସଫଳତା ପାଇଁ ତାଙ୍କ ପାଖକୁ ଏବେ ଶୁଭେଚ୍ଛାର ସୁଅ ଛୁଟିଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories