ସର୍ବଦା ଶରୀରକୁ ସୁସ୍ଥ ଓ ତ୍ବଚାକୁ ସତେଜ ରଖିବାର ଉପାୟ

ସାଧାରଣତଃ ସମସ୍ତେ ସର୍ବଦା ସୁସ୍ଥ ଓ ସତେଜ ରହିବାକୁ ଚାହାନ୍ତି। କିନ୍ତୁ ଏଥିପାଇଁ ଅପାଣଙ୍କୁ ବିଶେ‌ଷ ଭାବେ ସଚେତନ ରହିବାକୁ ପଡ଼ିବ। ବୟସ ବୃଦ୍ଧି ହେବା ସହ ଶରୀର ଓ ସ୍ବାସ୍ଥ୍ୟରେ ପରିବର୍ତ୍ତନ ଦେଖାଦେଇଥାଏ। ତେଣୁ ସବୁ ବୟସରେ ନିଜ ଶରୀରକୁ ସୁସ୍ଥ ଓ ତ୍ବଚାକୁ ସତେଜ ରଖିବାକୁ ଚାହୁଁଥିଲେ ଆପଣଙ୍କୁ କିଛି ଦିଗ ପ୍ରତି ବିଶେଷ ଧ୍ୟାନ ଦେବାକୁ ପଡ଼ିବ। ଏଥିପାଇଁ ଆପଣଙ୍କୁ ଦୈନନ୍ଦିନ ଜୀବନରେ କିଛି ଅଭ୍ୟାସକୁ ସାମିଲ କରିବାକୁ ହେବ। ଚାଲନ୍ତୁ ଜାଣିବା ସେହିସବୁ ଅଭ୍ୟାସ ବିଷୟରେ –

 

ଦୈନିକ କିଛି ଓଜନ ଉଠାନ୍ତୁ : ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଶରୀର ସର୍ବଦା ସୁସ୍ଥ ରହୁ ଏବଂ ଆପଣଙ୍କ ଚର୍ମରେ ବୟସର ଛାପ ନପଡ଼ୁ ତେବେ ଦୈନନ୍ଦିନ କିଛି ଓଜନିଆ ଜିନିଷ ଉଠାଇବା ଅଭ୍ୟାସ ରଖନ୍ତୁ। ଓଜନ ଉଠାଇବା ଦ୍ବାରା ଶରୀରର ମାଂସପେଶୀ ସତେଜ ରହିଥାଏ। ଏଥିପାଇଁ ଆପଣଙ୍କୁ ପ୍ରଥମେ ଅଧିକ ଓଜନ ଉଠାଇବାର ଆବଶ୍ୟକତା ନାହିଁ। ପ୍ରଥମେ କମ୍ ଓଜନର ଉଠାନ୍ତୁ। ଏହା ଅଭ୍ୟାସ ହୋଇଯିବା ପରେ ଅଧିକ ଓଜନ ଉଠାନ୍ତୁ। ଏପରି କରିବା ସମୟରେ ସମ୍ପୂର୍ଣ୍ଣ ଶରୀର ଉପରେ ଧ୍ୟାନ ଦିଅନ୍ତୁ ।

ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ : କମ୍ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଇବା ଦ୍ବାରା ଶରୀରର ମାଂସପେଶୀ କ୍ଷୟ ହେବାକୁ ଲାଗିଥାଏ। ୫୦ବର୍ଷ ବୟସ ପରେ ଶରୀର ପୂର୍ବାପେକ୍ଷା ଅଧିକ ପ୍ରୋଟିନ୍ ଆବଶ୍ୟକ କରିଥାଏ । ସାଧାରଣତଃ ଆମ ଶରୀର କିଲୋଗ୍ରାମ ପ୍ରତି ୦.୮ ଗ୍ରାମ ପ୍ରୋଟିନ୍ ଆବଶ୍ୟକତା କରିଥାଏ। ତେଣୁ ସବୁଦିନ ଖାଦ୍ୟରେ ପ୍ରୋଟିନ୍ ଯୁକ୍ତ ଆହାର ସାମିଲ କରନ୍ତୁ।

prayash

ଦିନରେ ୩ ଥର ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ : ସୁସ୍ଥ ଏବଂ ସତେଜ ଦେଖାଯିବା ପାଇଁ ଦିନକୁ ତିନିଥର ପ୍ରୋଟିନ୍ ଯୁକ୍ତ ଖାଦ୍ୟ ଖାଆନ୍ତୁ । ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ, ରାତ୍ରି ଭୋଜନରେ ପ୍ରୋଟିନ୍ ଯୁକ୍ତ ଖାଦ୍ୟକୁ ସାମିଲ କରନ୍ତୁ।

ଭିଟାମିନ୍-ଡି’ର ଆବଶ୍ୟକତା : ସୂର୍ଯ୍ୟକିରଣରୁ ମିଳୁଥିବା ଭିଟାମିନ୍-ଡି ଶରୀର ପାଇଁ ବେଶ୍ ଉପଯୋଗୀ । ଯଦି ଆପଣଙ୍କ ଶରୀରରେ ଭିଟାମିନ୍-ଡି କମ୍ ମାତ୍ରାରେ ରହିଛି ତେବେ ଆପଣ ପର୍ଯ୍ୟାପ୍ତ ପରିମାଣର ସୂର୍ଯ୍ୟକିରଣରେ ରୁହନ୍ତୁ କିମ୍ବା ଭିଟାମିନ୍-ଡି ବଟିକା ଖାଆନ୍ତୁ । ଏହା ଆପଣଙ୍କ ହାଡ଼କୁ ଶକ୍ତ ରଖିବାରେ ସାହାଯ୍ୟ କରିଥାଏ ।

ଗ୍ରୀନ୍ ଟି ପିଅନ୍ତୁ : ପ୍ରତ୍ୟେକଦିନ ଗ୍ରୀନ୍ ଟି ପିଇବାକୁ ଭୁଲନ୍ତୁ ନାହିଁ। ଗ୍ରୀନ୍ ଟିରେ ଆଣ୍ଟିଅକ୍ସିଡାଣ୍ଟ ଭରି ରହିଛି । ଏହା ଶରୀର ପାଇଁ ଖୁବ୍ ଲାଭଦାୟକ ହୋଇଥାଏ। ଏହା ଶରୀରର ପାଚନ ଶକ୍ତିକୁ ମଧ୍ୟ ବୃଦ୍ଧି କରିଥାଏ। ଏହା ବ୍ୟତୀତ ଡାଳିମ୍ବକୁ ମଧ୍ୟ ଖାଦ୍ୟରେ ସାମିଲ କରନ୍ତୁ । ଏଥିରେ ଅଧିକ ଆଣ୍ଟିଅକ୍ସିଡାଣ୍ଟ ରହିଛି ।

Comments are closed.