www.samajalive.in
Sunday, December 7, 2025
23.1 C
Bhubaneswar

୧୫ ହଜାର ଟପିଲା ଦୈନିକ ସଂକ୍ରମିତ ସଂଖ୍ୟା, ୨୪ ଘଣ୍ଟାରେ ୪୬୫ ମୃତ

ନୂଆଦିଲ୍ଲୀ: ଦେଶରେ କରୋନା ଭୂତାଣୁରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୧୫ ହଜାର ପାର୍‌ ହୋଇଛି। ଗତ କିଛିଦିନ ଧରି ଦୈନିକ ୧୪ରୁ ୧୫ ହଜାର ମଧ୍ୟରେ ନୂଆ ରୋଗୀ ଚିହ୍ନଟ ହେଉଥିବାବେଳେ ଗତ ୨୪ ଘଣ୍ଟାରେ ୧୫ ହଜାର ୯୬୯ ସଂକ୍ରମିତ ଠାବ ହୋଇଛନ୍ତି। ଏହା ସହିତ ୪୬୫ ରୋଗୀ ପ୍ରାଣ ହରାଇଛନ୍ତି। ଫଳରେ ଦେଶରେ ମୃତ୍ୟୁ ସଂଖ୍ୟା ୧୪ ହଜାର ୪୭୬କୁ ବୃଦ୍ଧି ପାଇଥିବାବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪ ଲକ୍ଷ ୫୬ ହଜାର ୧୮୩ରେ ପହଞ୍ଚିଛି। ବର୍ତ୍ତମାନ ୧ଲକ୍ଷ ୮୩ ହଜାର ୨୨ ଜଣ ସକ୍ରିୟ ରୋଗୀ ରହିଥିବାବେଳେ ୨ ଲକ୍ଷ ୫୮ ହଜାର ୬୮୫ ଜଣ ସୁସ୍ଥ ହୋଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି।

- Advertisement -

ମହାରାଷ୍ଟ୍ରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୩୯ ହଜାର ୧୦ରେ ପହଞ୍ଚିଥିବାବେଳେ ସର୍ବାଧିକ ୬୫୩୧ ଜଣଙ୍କ ମୃତ୍ୟୁ ଘଟିଛି। ଦିଲ୍ଲୀରେ ୬୬ ହଜାର ୬୦୨ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୨୩୦୧ ଜଣ ପ୍ରାଣ ହରାଇଛନ୍ତି। ଏହାବ୍ୟତୀତ ତାମିଲନାଡୁରେ ୬୪ ହଜାର ୬୦୩ କରୋନା ସଂକ୍ରମିତ ଏବଂ ୮୩୩ ରୋଗୀଙ୍କ ମୃତ୍ୟୁ ଘଟିଛି। ଗୁଜରାଟରେ ସଂକ୍ରମିତ ସଂଖ୍ୟା ୨୮ ହଜାର ୪୨୯କୁ ବୃଦ୍ଧି, ୧୭୧୧ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ଉତ୍ତରପ୍ରଦେଶରେ ୧୮ ହଜାର ୮୯୩ ସଂକ୍ରମିତ ଓ ୫୮୮ ମୃତ, ପଶ୍ଚିମବଙ୍ଗରେ ୧୪ହଜାର ୭୨୮ ଆକ୍ରାନ୍ତ ଓ ୫୮୦ ମୃତ, ହରିୟାଣାରେ ୧୧ ହଜାର ୫୨୦ ଆକ୍ରାନ୍ତ ଏବଂ ୧୭୮ ମୃତ, ଆନ୍ଧ୍ରପ୍ରଦଶେରେ ୯୮୩୪ ଆକ୍ରାନ୍ତ ଏବଂ ୧୧୯ ମୃତ, ତେଲେଙ୍ଗାନାରେ ୯୫୫୩ ସଂକ୍ରମିତ ଓ ୨୨୦ ମୃତ, କର୍ଣ୍ଣାଟକରେ ୯୭୨୧ ଆକ୍ରାନ୍ତ ଓ ୧୫୦ ମୃତ, ରାଜସ୍ଥାନରେ ୧୫ ହଜାର ୬୨୭ ଆକ୍ରାନ୍ତ ଓ ୩୬୫ ମୃତ, ଜାମ୍ମୁ-କାଶ୍ମୀରରେ ୬୨୩୬ ସଂକ୍ରମିତ ଓ ୮୭ ମୃତ, ମଧ୍ୟପ୍ରଦେଶରେ ୧୨ ହଜାର ୨୬୧ ସଂକ୍ରମିତ ଓ ୫୨୫ ମୃତ, ବିହାରରେ ୮୦୫୦ ଆକ୍ରାନ୍ତ ଓ ୫୪ ମୃତ, ଆସାମରେ ୬୦୫୦ ଆକ୍ରାନ୍ତ ଓ ୯ ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories