www.samajalive.in
Tuesday, December 9, 2025
15.1 C
Bhubaneswar

ଦାଦନ ସର୍ଦ୍ଦାରଙ୍କ ଦାଦାଗିରି ; ପୁଲିସ ନିରବ

ବଲାଙ୍ଗୀର : ଲାଠୋର ଥାନା ଅଞ୍ଚଳରେ ଦିନକୁ ଦିନ ଦାଦନ ସର୍ଦ୍ଦାର ମାନଙ୍କ ପତିଆରା ବଢିବାରେ ଲାଗିଛି । ବିଭିନ୍ନ ସମୟରେ ନିର୍ଯ୍ୟାତନାର ଶିକାର ହୋଇ ମୃତ୍ୟୁ ବରଣ କରୁଥିବା ଶ୍ରମିକଙ୍କ ପରିବାର ଲୋକଙ୍କୁ ନ୍ୟାୟ ପ୍ରଦାନ କରାଯାଉ ନଥିବା ଅଭିଯୋଗ ହୋଇଛି । ଯାହାଫଳରେ ଆଦିବାସୀ ମହିଳାମାନେ ମାନସିକ ନିର୍ଯ୍ୟାତନାର ଶିକାର ହେଉଥିବା ଗୁରୁତର ଅଭିଯୋଗ କରିଛି ଖପ୍ରାଖୋଲ ବ୍ଲକ ଘୁନସରରେ ଥିବା ପଲ୍ଲୀ ବିକାଶ ସଂଘ । ଏହି ମାମଲାର ସମାଧାନ କରାନଗଲେ ଆଗାମୀ ଦିନରେ ସଂଘ ପକ୍ଷରୁ ଅନଶନ କରିବେ ବୋଲି ଚେତାବନୀ ଦିଆଯାଇଛି ।

ସୂଚନା ଅନୁଯାୟୀ ଗତ ଜାନୁୟାରୀ ମାସ ୭ ତାରିଖରେ ରାତ୍ରୀରେ କଣ୍ଟାବାଞ୍ଜିର ପପୁ ଖାନ ନାମକ ଏକ ଦାଦନ ସର୍ଦ୍ଦାର ଉକ୍ତ ଅଞ୍ଚଳର ଲହଡୁଙ୍ଗୁରୀ ଗାଁର ଯୁଧିଷ୍ଠିର ନାଗକୁ ଘରୁ ଉଠାଇ ନେଇ କୁଆଡେ ଚାଲିଯାଇଥିଲା । ପର ଦିନ ଯୁଧିଷ୍ଠିରଙ୍କୁ ସେ ପିଟି ପିଟି ହତ୍ୟା କରିଦେଇଥିବା ତାଙ୍କ ସ୍ତ୍ରୀ ଥାନାରେ ଅଭିଯୋଗ କରିଥିଲେ । ଘଟଣାକୁ ପ୍ରାୟ ୬ ମାସ ବିତିଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ପୁଲିସ ହାତ ଖାଲି । ସେହିପରି ଗତ ଜାନୁୟାରୀ ମାସ ୨୨ ତାରିଖରେ ଲାଠୋର ଥାନା ଅଧିନସ୍ଥ ରେଙ୍ଗାଲି ଗ୍ରାମର ସୁରେନ୍ଦ୍ର ବାଗ ଖପ୍ରାଖୋଲ ଆସୁଥିବା କହି ଆଉ ଘରକୁ ଫେରିନଥିଲେ । ସେ ଘରକୁ ଫେରିବା ପରିବର୍ତ୍ତେ ତାଙ୍କର ମୃତ୍ୟୁ ଖବର ପରିବାର ଲୋକଙ୍କୁ ମିଳିଥିଲା। ଘଟଣା ପରେ ସର୍ଦ୍ଦାର ପପୁ ଖାନ ଆଉ ଜଣେ ଦାଦନ ଶ୍ରମିକ ସହିତ ସୁରେନ୍ଦ୍ରଙ୍କ ଘରକୁ ଆସି ତାଙ୍କ ସ୍ତ୍ରୀ ଓ ଝିଅଙ୍କୁ ବିଭିନ୍ନ ପ୍ରକାର ଧମକଚମକ ଦେଇଥିବା ଥାନାରେ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ମଧ୍ୟ ଆଜି ପର୍ଯ୍ୟନ୍ତ ଲାଠୋର ପୁଲିସ ନୀରବ ରହିଥିବା ଅଭିଯୋଗ ହୋଇଛି । କେବଳ ଏହି ଦୁଇଟି ଘଟଣା ନୁହଁ, ଗତ ୨୦୧୮ ମସିହା ଅକ୍ଟୋବର ୧୦ ତାରିଖରେ ବାଗଦୁର ଗାଁର ସନ୍ତୋଷ ଧରୁଆ ନାମକ ଏକ ଦାଦନ ଶ୍ରମିକଙ୍କୁ ଦାଦନ ସର୍ଦ୍ଦାର ହେମସାଗର ତାଣ୍ଡି ଘରୁ ଅପହରଣ କରି ନେଇଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ତାଙ୍କ କୈାଣସି ଖୋଜ ଖବର ମିଳୁନାହିଁ। ଏନେଇ ଲାଠୋର ଥାନାରେ ଅଭିଯୋଗ କରାଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ପୁଲିସ କୌଣସି ସୁରାକ ପାଇପାରି ନଥିବା ଅଭିଯୋଗ କରିଛନ୍ତି ପରିବାର ଲୋକ । ସନ୍ତୋଷ ମୃତ ନା ଜୀବିତ କିଛି ଏହିଭଳି ଦ୍ୱନ୍ଦାତ୍ମକ ପରିସ୍ଥିତିରେ ତାଙ୍କ ସ୍ତ୍ରୀ ଦଶମି ଧରୁଆ ମାନସିକ ନିର୍ଯ୍ୟାତନାର ଶୀକାର ହୋଇଥିବା ବେଳେ ଏଥିପାଇଁ ଲାଠୋର ପୁଲିସକୁ ସେ ଦାୟୀ କରିଛନ୍ତି । ଏହା ସତ୍ତେ୍ୱ ପୁଲିସ ଦାଦନ ସର୍ଦ୍ଦାର ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି । ତେବେ ଏହିଭଳି ଅନେକ ମାମଲା ରହିଛି ଯେଉଁ ମାମଲାରେ ଦାଦନ ସର୍ଦ୍ଦାରମାନେ ସଂପୃକ୍ତ ରହୁଥିବା ବେଳେ ପୁଲିସ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦୂରର କଥା, ସେମାନଙ୍କ ଆଦେଶରେ ପରିଚାଳିତ ହେଉଥିବା ଅଭିଯୋଗ କରିଛି ସଂଘ । ଏନେଇ ସଂଘ ପକ୍ଷରୁ ଶୀଘ୍ର କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ, ମୁଖ୍ୟମନ୍ତ୍ରୀ କାର୍ଯ୍ୟାଳୟ, ବଲାଙ୍ଗିର ସାଂସଦ, ପାଟଣାଗଡ ବିଧାୟକ, ଜିଲାପାଳ, ଜିଲା ଶ୍ରମ ଅଧିକାରୀ ଓ ଏସପିଙ୍କୁ ଚିଠି ମାଧ୍ୟମରେ ଅଭିଯୋଗ କରିଛନ୍ତି । ତେବେ ତିନି ଦିନ ଭିତରେ ଏହି ଘଟଣାର ଉଚିତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନଗଲେ ଲାଠୋର ଥାନାରେ ଅନିର୍ଦ୍ଦିଷ୍ଟ ସମୟ ପାଇଁ ସଂଘ ପକ୍ଷରୁ ଧାରଣା ଦିଆଯିବ ବୋଲି ଚେତବାନୀ ଦିଆଯାଇଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories