www.samajalive.in
Sunday, December 7, 2025
26.1 C
Bhubaneswar

ପୁଅର ଜୀବନ ବଞ୍ଚାଇବାକୁ ସାର୍କ ସହ ବି ଲଢ଼ିଗଲେ…

ନୂଆଦିଲ୍ଲୀ: ପିଲାମାନଙ୍କ ସୁରକ୍ଷା ପାଇଁ ଯେକୌଣସି ବିପଦକୁ ଭ୍ରୂକ୍ଷେପ କରନ୍ତି ନାହିଁ ମା’, ବାପା। ଏହାର ଏକ ଉଦାହରଣ ଅଷ୍ଟ୍ରେଲିଆରେ ଦେଖିବାକୁ ମିଳିଛି। ଅଷ୍ଟ୍ରେଲିଆର ଜଣେ ବାପା ବିଶାଳକାୟ ଗ୍ରେଟ୍‌ ହ୍ବାଇଟ ସାର୍କ ସହ ଲଢ଼ି ନିଜ ପୁଅର ଜୀବନ ବଞ୍ଚାଇବାକୁ ସକ୍ଷମ ହୋଇଥିବା ଖବର ଚର୍ଚ୍ଚାର ବିଷୟ ପାଲଟିଛି। ସୂଚନାନୁଯାୟୀ ବାପା ଓ ତାଙ୍କ ପୁଅ ମାଛ ଧରିବାକୁ ଡଙ୍ଗା ନେଇ ସମୁଦ୍ରକୁ ଯାଇଥିଲେ। ମାଛ ଧରୁଥିବା ବେଳେ ହଠାତ୍‌ ଏକ ସାର୍କ ଆସି ତାଙ୍କ ଡଙ୍ଗାକୁ ଧକ୍କା ଦେଇଥିଲା। ଫଳରେ ଡଙ୍ଗାରେ ଥିବା ପୁଅ ପାଣିରେ ପଡ଼ି ଯାଇଥିଲା। ସାର୍କ ପୁଅର ଗୋଡ଼କୁ କାମୁଡ଼ି ଦେଇଥିଲା। ପୁଅର ଏପରି ଅବସ୍ଥା ଦେଖି ବାପା ତାକୁ ବଞ୍ଚାଇବାକୁ ପାଣିକୁ ଡେଇଁଥିଲେ। ପାଣିକୁ ଡେଇଁ ସାର୍କର ଆଖିକୁ ଜୋର୍‌ରେ ଦାବି ଦେବା ସହ ତା’ ମୁହଁକୁ ମୁଥ ମାରି ଚାଲିଥିଲେ। ଅତର୍କିତ ଆକ୍ରମଣରେ ଭୟଭୀତ ସାର୍କ ପୁଅକୁ ଛାଡ଼ି ପଳାଇ ଯାଇଥିଲା। ପୁଅକୁ କଷ୍ଟେମଷ୍ଟେ କୂଳକୁ ଆଣି ବାପା ଡାକ୍ତରଖାନାକୁ ଫୋନ କରିଥିଲେ। ସ୍ବାସ୍ଥ୍ୟକର୍ମୀମାନେ ପୁଅକୁ ଡାକ୍ତରଖାନାକୁ ନେଇଥିଲେ। ପୁଅର ଗୋଡ଼ରେ ସାର୍କର ୩ଟି ଦାନ୍ତ ଗଳି କ୍ଷତ ହୋଇଥିଲା। ତେବେ ତା’ ଅବସ୍ଥା ଗୁରୁତର ନଥିବା ଡାକ୍ତରଖାନା ତରଫରୁ ସ୍ପଷ୍ଟ କରି ଦିଆଯାଇଛି। ବାପାର ସାହସିକତା ଯୋଗୁଁ ପୁଅ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିବା ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories