ଜାତୀୟ ଦଳିତ ଖ୍ରୀଷ୍ଟିୟାନ ପରିଷଦ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ଦାବିପତ୍ର ପ୍ରଦାନ

ନବରଙ୍ଗପୁର: ଜାତୀୟ ଦଳିତ ଖ୍ରୀଷ୍ଟିୟାନ ପରିଷଦ ନବରଙ୍ଗପୁର ଜିଲା ତରଫରୁ ଏକ ଦାବିପତ୍ର ଅତିରିକ୍ତ ଜିଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ପ୍ରେରଣ କରିବା ପାଇଁ ପ୍ରଦାନ କରାଯାଇଛି । ଆଜି ଅଗଷ୍ଟ ୧୦ ତାରିଖକୁ ‘ପ୍ରତିବାଦ ଦିବସ’ ଭାବରେ ଭାରତର ସମସ୍ତ ରାଜ୍ୟରୁ ଏହି ଦାବିପତ୍ର ପ୍ରଦାନ କରିବା ସକାଶେ ସ୍ଥିର କରିବା ଅନୁସାରେ ନବରଙ୍ଗପୁର ଜିଲା ଜାତୀୟ ଦଳିତ ଖ୍ରୀଷ୍ଟିଆନ ପରିଷଦ ମଧ୍ୟ ଏହି ଦାବିପତ୍ର ପ୍ରଦାନ କରିଛନ୍ତି । ଏହାର ମୂଳ ଉଦ୍ଦେଶ୍ୟ ହେଲା ଭାରତର ସମ୍ବିଧାନର ଅନୁସୂଚିତ ଜାତି ଵର୍ଗର ଅଧିକାରରୁ ବିଚ୍ୟୁତ କରାଯାଇଛି । ୧୯୫୦ ମସିହା ଯାହା ସମ୍ବିଧାନର ପାରା ୩ରେ ଯୋଗ କରାହୋଇଛି। ଏହା ଭାରତୀୟ ଦଳିତ ଖ୍ରୀଷ୍ଟିଆନମାନଙ୍କ ସମ୍ବିଧାନିକ ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଉଅଛି । ଏହା ଦେଶର ମୂଳ ଜାତି ହୋଇ ମଧ୍ୟ ଜାତିଭିତ୍ତିକ ସଂରକ୍ଷଣରୁ ଵାଦ ଦିଆଯାଇଛି । ଅନ୍ୟ ପକ୍ଷରେ ଭାରତର ଯେକୌଣସି ଜାତିର ଲୋକ ଯେକୌଣସି ଧର୍ମ ଗ୍ରହଣ କଲେ ଏସସି ଷ୍ଟାଟସ ମିଳେନାହିଁ । ଏହା ସମ୍ପୂର୍ଣ୍ଣ ଦଳିତ ଖ୍ରୀଷ୍ଟିଆନମାନଙ୍କ ବିରୁଦ୍ଧରେ ନିଷ୍ପତ୍ତି ଓ ଧର୍ମ ଆଧାରରେ ପକ୍ଷପାତ ଏବଂ ଭେଦଭାବ କରାଯାଇଛି । ଏହି ବିଷୟରେ ଉଚ୍ଚତମ ନ୍ୟାୟାଳୟର ପୂର୍ବତନ ମୁଖ୍ୟ ବିଚାରପତି ରଙ୍ଗନାଥ ମିଶ୍ର, ବହୁ ବୁଦ୍ଧିଜୀବୀ ଓ ବହୁ ସଂଗଠନ ମତାମତ ଦେଇଛନ୍ତି ଯେ, ଦଳିତ ଖ୍ରୀଷ୍ଟିଆନମାନଙ୍କୁ ଏସସି ଷ୍ଟାଟସ ଦିଆଯାଉ। ଏହି ବିଷୟରେ ଦାବିପତ୍ର ମାନ୍ୟବର ପ୍ରଧାନମନ୍ତ୍ରୀଙ୍କୁ ଜିଲାପାଳଙ୍କ ଜରିଆରେ ପ୍ରେରଣ କରାଯାଇଛି ।

prayash

ଏହି ସଂଗଠନର ସଭାପତି ଡ଼ଃ. ବିକ୍ରମ କୁମାର ନାଗ, ରେଭ ପଙ୍କଜ ସିପା ଉପ ସଭାପତି, ରେଭ ପ୍ରଦୀପ କୁମାର ନନ୍ଦ ସାଧାରଣ ସମ୍ପାଦକ,ରେଭ ଡ଼ଃ ଶାମୁଏଲ ଲିମା ଯୁଗ୍ମ ସମ୍ପାଦକ, ରେଭ ଡ଼ଃ ଖ୍ରୀଷ୍ଟଦାନ ନାଗ କୋଷାଧ୍ୟକ୍ଷ, ରେଭ ଗାବ୍ରିଏଲ ସେନାପତି ପ୍ରୋଗ୍ରାମ ସମ୍ପାଦକ, ସୁକାନ୍ତ ନାଗ ଅର୍ଗାନାଇଜର, ରେଭ ମାହେର ହିଆଲ କୋଡିନେଟର, ଯୋସେଫ କେନେଡି ମିଡ଼ିଆ ସମ୍ପାଦକ, ଈଶ୍ୱରଦାନ ସୁନା ଉପଦେଷ୍ଟା, ସନାତନ ମହାନ୍ତି ଉପଦେଷ୍ଟା, ସୁଧାଂଶୁ ସାଧୁ ଲିଗାଲ ଉପଦେଷ୍ଟା, ଫିରୋଜ ବାଘ, ତେଜବିନ ନାୟକ, ବାବୁଲା ପରିଚ୍ଛା, ବିରାଜ ମୋହନ କନ୍ଦପାନ, ଗାବ୍ରିଏଲ କର୍କରା, ଏନ. କେ. ଖୋସଲା, କିଶୋର କୁମାର ଟାକ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

 

 

kalyan agarbati

Comments are closed.