Patra electronics

ଶିକରପାଇଠାରେ ଦ୍ରୁତଗାମୀ ଓ ପାସେଞ୍ଜର ରେଳ ରହଣି ଦାବି

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ଷ୍ଟେସନଠାରେ ଦ୍ରୁତଗାମୀ ଓ ପାସେଞ୍ଜର ରେଳ ରହଣି ପାଇଁ ଶିକରପାଇ ରେଳବାଇ ଷ୍ଟେସନ ଅଧିକାରୀଙ୍କ ଜରିଆରେ ଡିଆରଏମ ଇକୋ ରେଳ ବିଭାଗକୁ ଲିଖିତ ପତ୍ର ପ୍ରଦାନ କରାଯାଇଛି । ଆଜି ଭାରତୀୟ ଜନତା ପାର୍ଟି ତରଫରୁ ଶିକରପାଇ ମଣ୍ଡଳର ସଭାପତି ମନୋଜ କୁମାର ସେଠୀଙ୍କ ନେତୃତ୍ୱରେ ଦଳୀୟ ନେତା କର୍ମୀ ମିଳିତରେ ଶିକରପାଇ ଷ୍ଟେସନ ଅଧିକାରୀ, ସ୍ଥାନୀୟ ଥାନା ଭାରପ୍ରାପ୍ତ ଅଧିକାରୀ, ବିଡ଼ିଓ ଅନୁପସ୍ଥିତ ଥିବାରୁ ଏବିଡ଼ିଓ ବଳରାମ ପାତ୍ରଙ୍କୁ ଲିଖିତ ପ୍ରଦାନ କରିଛନ୍ତି । ଉକ୍ତ ପତ୍ରରେ ୨୦୧୯ ମସିହାରେ କୋବିଡ଼ ଆରମ୍ଭଠାରୁ ସିକରପାଇ ଷ୍ଟେସନ ଠାରେ ଦ୍ରୁତଗାମୀ ହୀରଖଣ୍ଡ ଏକ୍ସପ୍ରେସ ରହୁନାହିଁ । ବର୍ତ୍ତମାନ କୋଭିଡ଼ ସ୍ଥିତି ସୁଧୁରିବା ସହ ସ୍ୱାଭାବିକ ହେବା ପରେ ରେଳ ଯାତ୍ରା ସ୍ୱାଭାବିକ ହୋଇଛି। ସିକରପାଇ ରେଳ ଷ୍ଟେସନ ପାରି ପାର୍ଶ୍ୱରେ ୩ଟି ବ୍ଲକ ଓ ୨୧ଟି ଗ୍ରାମ ପଞ୍ଚାୟତ ରହିଛି । ଅଞ୍ଚଳର ବ୍ୟବସାୟୀ, ଆବଶ୍ୟକ ସ୍ୱାସ୍ଥ୍ୟ ସେବା ଓ ପିଲାଙ୍କ ଶିକ୍ଷା କ୍ଷେତ୍ରରେ ଘୋର ଅସୁବିଧା ହେଉଛି। ଯାହା ଫଳରେ ଅଞ୍ଚଳର କ୍ଷୁଦ୍ର ଓ ମଧ୍ୟମ ବ୍ୟବସାୟୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଯାଇଛି। ଯୁବ ଭାରତ ଦେଶର ନାଗରିକ ଭାବେ ରେଳ ସେବା ପାଇବା ଆମର ନ୍ୟାର୍ଯ୍ୟ ଦାବି। ଏହି ଅଞ୍ଚଳରେ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ଦେବଗିରି ଶିବମନ୍ଦିର ଓ ରାଇଲିମା ଜଳ ପ୍ରପାତ ରହିଛି। କୋରାପୁଟଠାରୁ ବିଶାଖାପାଟଣା ଯାଉଥିବା ଡିଏମୟୁ ପାସେଞ୍ଜର ରେଳ ସିକରପାଇ ଷ୍ଟେସନରେ ରହଣି ସମୟ ପରିବର୍ତ୍ତନ କରି ପୂର୍ବ ସମୟ ଯଥା ୮.୪୦ ସକାଳରେ ରହିଲେ ସମଗ୍ର ଅଞ୍ଚଳବାସୀ ଉପକୃତ ହୋଇପାରିବେ। ଆସନ୍ତା ଜୁଲାଇ ୧ ତାରିଖ ସୁଧା ଦାବି ପୂରଣ କରା ନଗଲେ, ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ରେଳ ରୋକ ଆନ୍ଦୋଳନ କରିବାକୁ ବାଧ୍ୟହେବୁ। ଏଥିପାଇଁ ରେଳ ବିଭାଗ ଦାୟୀ ରହିବେ ବୋଲି ଉଲ୍ଲେଖ କରିଛନ୍ତି । ଏହିପତ୍ର ଦେବା ସମୟରେ ବିଜେଡି ବରିଷ୍ଠ ନେତା ହଳଧର ମିଶ୍ର, ଜେକେ ମଣ୍ଡଳ ସଭାପତି ଚରଣ ଗରଡ଼ିଆ, ଯୁବ ମୋର୍ଚ୍ଚା ସଭାପତି ଦିଲୀପ ମିଣିଆକା, ମହିଳା ମୋର୍ଚ୍ଚା ସଭାପତି ପ୍ରମିଳା ନାୟକ, ଆଦିବାସୀ ମୋର୍ଚ୍ଚାର ସଭାପତି ଯମୁନା ମିଣିଆକା, ଯୁବ ମୋର୍ଚ୍ଚା ସେକ୍ରେଟାରୀ ମନୋଜ ପଟ୍ଟନାୟକ ବରିଷ୍ଠ ନେତା ଗୁଡୁଲ୍ଲା ସୁରେଶ, ଡାକୁଜି ଶିବ ପ୍ରମୁଖ ଉପସ୍ଥିତ ରହିଥିଲେ।

Comments are closed.