www.samajalive.in
Friday, December 5, 2025
17.1 C
Bhubaneswar

ଉପକୂଳ ଅତିକ୍ରମ କଲା ବାତ୍ୟା ରିମାଲ: ପଶ୍ଚିମବଙ୍ଗରେ ବ୍ୟାପକ କ୍ଷୟକ୍ଷତି

ଭୁବନେଶ୍ବର: ଉପକୂଳ ଅତିକ୍ରମ କରିଛି ବାତ୍ୟା ରିମାଲ। ଭୀଷଣ ବାତ୍ୟା ଭାବେ ବାଂଲାଦେଶ ଓ ପଶ୍ଚିମବଙ୍ଗ ଉପକୂଳ ଅତିକ୍ରମ କରିଛି। ରାତି ୧୦ଟା ୩୦ରୁ ୧୨ଟା ୩୦ ମଧ୍ୟରେ ଦକ୍ଷିଣପଶ୍ଚିମ ମୋଙ୍ଗଲା ନିକଟବର୍ତ୍ତୀ ସାଗର ଦ୍ଵୀପ ସ ଖେପପରା ଦେଇ ଉପକୂଳ ଅତିକ୍ରମ କରିଥିବା ସୂଚନା ମିଳିଛି। ଲ୍ୟାଣ୍ଡଫଲ ବେଳେ କିଛି ସ୍ଥାନରେ  ପବନର ବେଗ ୧୩୫ କିମି ରହିଥିଲା। ତେବେ ପଶ୍ଚିମବଙ୍ଗ ଓ ବାଂଲାଦେଶରେ ବ୍ୟାପକ କ୍ଷୟକ୍ଷତି କରିଛି ରିମାଲ। ବିଭିନ୍ନ ସ୍ଥାନରେ ବଡ ବଡ ଗଛ ଉପୁଡିବା ସହ ଘରଦ୍ଵାର ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି। ଏବେ ବି ପଶ୍ଚିମବଙ୍ଗ ଏବଂ ବାଂଲାଦେଶରେ ବର୍ଷା ଜାରି ରହିଛି। ବାଂଲାଦେଶରେ ପ୍ରାୟ ୮ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ସେପଟେ ବାତ୍ୟା ପରେ ତାପମାତ୍ରା ବଢିବ ବୋଲି ଆକଳନ କରାଯାଇଛି। ଏହି ବାତ୍ୟାକୁ ଦୃଷ୍ଟିରେ ରଖି କଲକାତାର ନେତାଜୀ ସୁବାସ ଚନ୍ଦ୍ର ବୋଷ ବିମାନବନ୍ଦରରେ ବିମାନ ଚଳାଚଳକୁ ରବିବାର ମଧ୍ୟାହ୍ନ ୧୨ଟାରୁ ସୋମବାର ସକାଳ ୯ଟା ପର୍ଯ୍ୟନ୍ତ ବାତିଲ କରାଯାଇଛି। ପଶ୍ଚିମବଙ୍ଗର ଉତ୍ତର ଓ ଦକ୍ଷିଣ ଚବିଶ ପ୍ରଗଣା ଜିଲାକୁ ରବିବାର ଓ ସୋମବାର ଦୁଇଦିନ ରେଡ୍‌ ଆଲର୍ଟ ଜାରି କରାଯାଇଥିବାବେଳେ କଲକାତା, ହାୱଡା, ନଦିଆ ଓ ପୂର୍ବ ମେଦିନିପୁର ଜିଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ସମୁଦ୍ରରେ ୧.୫ ମିଟର ଉଚ୍ଚତାର ଜୁଆର ଆସିବା ସମ୍ଭାବନା ଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି। ଭୀଷଣ ବାତ୍ୟା ‘ରିମାଲ’ ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶାର ବାଲେଶ୍ୱର, ଭଦ୍ରକ ଏବଂ କେନ୍ଦ୍ରାପଡା ସହ ସଂଲଗ୍ନ କଟକ ଜିଲାର ବିଭିନ୍ନ ସ୍ଥାନରେ ତୁହାକୁ ତୁହା ବୃଷ୍ଟିପାତ ହୋଇଛି। କିଛି ସ୍ଥାନରେ ଘଣ୍ଟାପ୍ରତି ୨ରୁ ୩ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହୋଇଛି। ରବିବାର ଦିନତମାମ ପାଗ ମେଘୁଆ ରହିଥିବା ସହିତ ଭୁବନେଶ୍ବର ସହିତ ଅନେକ ଅଞ୍ଚଳରେ ଝିପିଝିପି ବର୍ଷା ହୋଇଛି। ଆଇଏମ୍‌ଡିର ଆକଳନ ଅନୁଯାୟୀ, ମେ’ ୩୧ ତାରିଖ ସୁଦ୍ଧା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ କେରଳରେ ପହଞ୍ଚିବାର ସମ୍ଭାବନା ରହିଛି। ମୌସୁମୀ ବାୟୁ ଉପରେ ଏହି ବାତ୍ୟା କିଛି ପ୍ରଭାବ ପକାଇବ ନାହିଁ।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories