www.samajalive.in
Sunday, December 7, 2025
16.1 C
Bhubaneswar

ନବରଙ୍ଗପୁରରେ ମାଟ୍ରିକ ପରୀକ୍ଷା ପାସହାର ୯୪.୮୮ ପ୍ରତିଶତ

ନବରଙ୍ଗପୁର: ଚଳିତ ବର୍ଷର ମାଟ୍ରିକ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି। ନବରଙ୍ଗପୁର ଜିଲାରେ ୭ ଜଣ ଏ-ୱାନ ପାଇଥିବାବେଳେ ସେଥି ମଧ୍ୟରୁ ୬ ଜଣ ଛାତ୍ରୀ ଓ ଜଣେ ଛାତ୍ର ରହିଛନ୍ତି। ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ଆନୁକୂଲ୍ୟରେ ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ନବରଙ୍ଗପୁର ଜିଲାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ, ସରସ୍ୱତୀ ଶିଶୁ ବିଦ୍ୟ।ମନ୍ଦିର ଓ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ବିଦ୍ୟାଳୟ ପକ୍ଷରୁ ମୋଟ ୧୭୩୯୧ ଜଣ ମାଟ୍ରିକ ପରୀକ୍ଷା ଦେଇଥିଲେ। ସେଥି ମଧ୍ୟରୁ ମୋଟ ୧୬୪୮୦ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଯାହାକି ପାସ ହାର ୯୪.୮୮ ପ୍ରତିଶତ ବୋଲି ଜଣାପଡିଛି। ଜିଲାର ମୋଟ ୨୨୮ ହାଇସ୍କୁଲ ମଧ୍ୟରୁ ୮୮ ହାଇସ୍କୁଲର ମାଟ୍ରିକ ପରୀକ୍ଷା ପାସ ହାର ଶତପ୍ରତିଶତ ରହିଛି। ତେବେ ଜିଲାର ୭ ଜଣ ପରୀକ୍ଷାର୍ଥୀ ଏ-ୱାନ ପାଇଛନ୍ତି। ନବରଙ୍ଗପୁର ନୋଡାଲ ଆରସିଡ଼ି ହାଇସ୍କୁଲର ଛାତ୍ରୀ ସମୀକ୍ଷା ରାଣୀ ମାଳି ୬୦୦ରୁ ୫୬୭ ମାର୍କରଖିଛନ୍ତି। ସେ ୯୪.୫ ପ୍ରତିଶତ ମାର୍କରଖି ନବରଙ୍ଗପୁର ଜିଲାର ଟପ୍ପର ହୋଇଛନ୍ତି। ସେହିଭଳି ଉମରକୋଟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ଆକାଂକ୍ଷା ମିଶ୍ର ୫୫୧ ଓ ଚନ୍ଦାହାଣ୍ଡି ବ୍ଲକର ଦଲବେଡା ଏସ ଏସ ଡି ହାଇସ୍କୁଲର ଛାତ୍ରୀ ପ୍ରତିଭା ସାହୁ ୫୫୧ ମାର୍କ ରହିଛନ୍ତି। ଆକାଂକ୍ଷା ଓ ପ୍ରତିଭା ୯୧.୮୩ ପ୍ରତିଶତ ମାର୍କ ରହି ଜିଲାରେ ଯୁଗ୍ମ ଦ୍ଵିତୀୟ ସ୍ଥାନରେ ରହିଛନ୍ତି। ରାଇଘର ବ୍ଲକ ନୂଆପାରା ସରକାରୀ ଏସ ଏସ ଡି ହାଇସ୍କୁଲର ଛାତ୍ରୀ ଆରାଧନା ଚର୍ଚ୍ଚି ୫୪୯ ମାର୍କ ରଖିଛନ୍ତି। ସେ ୯୧.୫୦ ପ୍ରତିଶତ ମାର୍କ ରଖି ଜିଲାରେ ତୃତୀୟ ସ୍ଥାନରେ ରହିଛନ୍ତି।

ତେନ୍ତୁଳିଖୁଣ୍ଟି ବାପୁଜି ହାଇସ୍କୁଲର ଛାତ୍ର ନିହାର ରଞ୍ଜନ ପାଣିଗ୍ରାହୀ ୫୪୭ ମାର୍କ ରଖିଛନ୍ତି। ସେ ୯୧.୧୭ ପ୍ରତିଶତ ମାର୍କ ରଖି ଜିଲାରେ ୪ର୍ଥ ସ୍ଥାନରେ ରହିଛନ୍ତି। ନବରଙ୍ଗପୁର ସରସ୍ୱତୀ ଶିଶୁ ବିଦ୍ୟାଳୟ ଛାତ୍ରୀ ଅନୁପ୍ସା ହୋତା ୫୪୦ ଓ ଉମରକୋଟ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ର ଛାତ୍ରୀ ଆକାଂକ୍ଷା ମହାପାତ୍ର ୫୪୦ ମାର୍କ ରଖିଛନ୍ତି। ଦୁହେଁ ୯୦ ପ୍ରତିଶତ ମାର୍କ ରଖି ଜିଲାରେ ଯୁଗ୍ମ ୫ମ ସ୍ଥାନରେ ରହିଛନ୍ତି। ଜିଲାରେ ଟପ୍ପର ହୋଇ ଥିବା ସମୀକ୍ଷା ରାଣୀ ମାଳି ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ଓ ମାଆ ବାପାଙ୍କୁ ଶ୍ରେୟ ଜଣାଇଛନ୍ତି। ସେ ଭବିଷ୍ୟତରେ ଜଣେ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଥିବା କହିଛନ୍ତି। ଜିଲାର ପାସହାର ନେଇ ବିଭିନ୍ନ ମହଲରେ ସନ୍ତୋଷ ପ୍ରକାଶ ପାଇଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories