www.samajalive.in
Saturday, December 6, 2025
19.1 C
Bhubaneswar

ପାପୁଆ ନିଉ ଗିନିରେ ଭୟଙ୍କର ଭୂସ୍ଖଳନ: ମୃତ୍ୟୁସଂଖ୍ୟା ୭୦୦

ପୋର୍ଟ ମୋରେସ୍‌ବି : ପ୍ରଶାନ୍ତ ମହାସାଗରୀୟ ରାଷ୍ଟ୍ର ପାପୁଆ ନିଉ ଗିନିରେ ଘଟିଥିବା ଭୂସ୍ଖଳନରେ ମୃତକଙ୍କ ସଂଖ୍ୟା ୭୦୦ ଛୁଇଁଛି। ଏବେ ମଧ୍ୟ ୧୫୦ରୁ ଅଧିକ ବାସଗୃହ ମାଟିରେ ପୋତି ହୋଇରହିଥିବାରୁ ମୃତ୍ୟୁ ସଂଖ୍ୟା ଆହୁରି ବଢ଼ିପାରେ। ପ୍ରତିକୂଳ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ଇତିମଧ୍ୟରେ ଦୁଇ ଦିନ ଅତିକ୍ରାନ୍ତ ହୋଇସାରିଥିଲେ ସୁଦ୍ଧା ଭୂସ୍ଖଳନ ଘଟୁଥିବାରୁ ସ୍ଥିତି ଅଧିକ ଦୟନୀୟ ହୋଇପଡିଥିବା ଜାତିସଂଘ ଦେଶାଟନ ସଂସ୍ଥା କର୍ମକର୍ତ୍ତା ସେରହାନ୍‌ ଆକ୍‌ତୋପ୍ରାକ୍‌ କହିଛନ୍ତି। ପାହାଡରୁ ନିୟମିତ ଅତଡା ଖସିବା ସହ ଝରଣାରୁ ପାଣି ନିର୍ଗତ ହେଉଥିବାରୁ ଉଦ୍ଧାରକାରୀଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି। ମାଟି ଖୋଳିବାକୁ ଅତ୍ୟାଧୁନିକ ଯନ୍ତ୍ରପାତି ଅଭାବ ଯୋଗୁଁ ଉଦ୍ଧାରକାରୀ ଦଳ କୋଦାଳ, କୁରାଢିରେ ମାଟି ତଳୁ ମୃତଦେହ ଖୋଜି ବାହାର କରୁଛନ୍ତି। ଭୂସ୍ଖଳନରେ ୪ ହଜାରରୁ ଅଧିକ ଲୋକ ବାସ କରୁଥିବା ଏନ୍‌ଗା ଗ୍ରାମ ସମ୍ପୂର୍ଣ୍ଣ ନିଶ୍ଚିହ୍ନ ହୋଇପଡିଛି। ଏକ ହଜାରରୁ ଅଧିକ ଲୋକ ବିସ୍ଥାପିତ ହୋଇଛନ୍ତି। ଗ୍ରାମବାସୀ ନିକଟସ୍ଥ ସୁନା ଖଣିରୁ ବେଆଇନ ଭାବେ ଖନନ କାର୍ଯ୍ୟ କରୁଥିଲେ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories