www.samajalive.in
Sunday, December 7, 2025
26.1 C
Bhubaneswar

ଗେମିଂ ଜୋନ୍‌ ଅଗ୍ନିକାଣ୍ଡ ଘଟଣା: ନିଜ ଆଡୁ ମାମଲା ରୁଜୁ କଲେ ଉଚ୍ଚ ନ୍ୟାୟାଳୟ

ଅହମ୍ମଦାବାଦ : ଗୁଜରାଟର ରାଜକୋଟ ସହରରେ ଶନିବାର ଘଟିଥିବା ଗେମିଙ୍ଗ୍‌ ଜୋନ୍‌ ଅଗ୍ନିକାଣ୍ଡରେ ମୃତକଙ୍କ ସଂଖ୍ୟା ୩୩କୁ ବୃଦ୍ଧି ପାଇଛି। ଏହି ଘଟଣାରେ ଗୁଜରାଟ ଉଚ୍ଚ ନ୍ୟାୟାଳୟ ରବିବାର ନିଜ ତରଫରୁ ମାମଲା ରୁଜୁ କରିବା ସହ ଏହାକୁ ସମ୍ପୂର୍ଣ୍ଣ ମନୁଷ୍ୟକୃତ ବୋଲି ଆକ୍ଷେପ କରିଛନ୍ତି। କର୍ତ୍ତୃପକ୍ଷଙ୍କ ବିନା ଅନୁମତି​‌ରେ ଏଭଳି ଗେମିଂ ଜୋନ୍‌ ଏବଂ ଆମୋଦ ପ୍ରଦାନକାରୀ ସଂସ୍ଥା କିପରି ଖୋଲାଯାଇଛି ବୋଲି ଜଷ୍ଟିସ ବୀରେନ ବୈଷ୍ଣବ ଏବଂ ଜଷ୍ଟିସ ଦେବନ ଦେଶାଇଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରଶ୍ନ କରିଛନ୍ତି। କେଉଁ ପରିସ୍ଥିତିରେ ଏବଂ କେଉଁ ଆଇନ ବଳରେ ଏଭଳି ଗେମିଂ ଜୋନ୍‌ କାର୍ଯ୍ୟ କରୁଛି, ସେ ସମ୍ପର୍କରେ ଅବଗତ କରାଇବା ନିମନ୍ତେ ଅହମ୍ମଦାବାଦ, ଭଦୋଦରା, ସୁରଟ ଏବଂ ରାଜକୋଟ ମ୍ୟୁନିସିିପାଲ କର୍ପୋରେସନର ଓକିଲଙ୍କୁ ସୋମବାର ହାଜର ହେବାକୁ ଖଣ୍ଡପୀଠ ନିର୍ଦେଶ ଦେଇଛନ୍ତି। ଗୁଜରାଟ ପୁଲିସ ଶନିବାର ଦୁଇଜଣଙ୍କୁ ଗିରଫ କରିଛି। ଗିରଫ ଦୁଇ ଅଭିଯୁକ୍ତ ହେଲେ ଟିଆର୍‌ପି ଗେମ୍‌ ଜୋନ୍‌ ପରିଚାଳନା ଦାୟିତ୍ବ ବହନ କରୁଥିବା ସଂସ୍ଥା ରେସ୍‌ୱେ ଏଣ୍ଟରପ୍ରାଇଜ୍‌ର ଅନ୍ୟତମ ମାଲିକ ଯୁବରାଜ ସିଂହ ସୋଲାଙ୍କି ଏବଂ ଟିଆର୍‌ପି ଗେମ୍‌ ଜୋନ୍‌ ମ୍ୟାନେଜର ନୀତିନ ଜୈନ। ଏହାବ୍ୟତୀତ ଟିଆରପି ଗେମ୍‌ ଜୋନ୍‌ର ୬ ଜଣ ଅଂଶୀଦାରଙ୍କ ବିରୋଧରେ ଏତଲା ଦାଏର କରାଯାଇଛି ବୋଲି ରାଜକୋଟ ପୁଲିସ କମିସନର ରାଜୁ ଭାର୍ଗବ କହିଛନ୍ତି। ଫେରାର ଅନ୍ୟ ୪ ଅଭିଯୁକ୍ତଙ୍କୁ ଧରିବାକୁ କ୍ରାଇମ ବ୍ରାଞ୍ଚ ତରଫରୁ ଚାରିଟି ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଛି। ସୂଚନାଯୋଗ୍ୟ ଶନିବାର ଏହି ଗେମିଙ୍ଗ୍‌ ଜୋନ୍‌ରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୨ ଶିଶୁଙ୍କ ସମେତ ୩୩ ଜଣ ପ୍ରାଣ ହରାଇଛନ୍ତି। ୨୦୨୩ ନଭେମ୍ବରରେ ରାଜକୋଟ ପୁଲିସ ଟିଆରପି ଗେମ୍‌ ଜୋନ୍‌କୁ ବୁକିଂ ଲାଇସେନ୍ସ ପ୍ରଦାନ କରିଥିବାବେଳେ ୨୦୨୪ ଡିସେମ୍ବର ୩୧ ପର୍ଯ୍ୟନ୍ତ ଏହାର ନବୀକରଣ କରାଯାଇଛି। ସଂସ୍ଥା ପକ୍ଷରୁ ରାଜକୋଟ ସହରର ନାନା ଭାବା ଅଞ୍ଚଳରେ ୬୦ ମିଟର ଲମ୍ବ ଓ ୫୦ ମିଟର ଚଉଡା ବିଶିଷ୍ଟ ଏହି ଗେମ୍‌ ଜୋନ୍‌ ନିର୍ମାଣ କରାଯାଇଛି। ତେବେ ସେଠାରେ ଅଗ୍ନି ନିର୍ବାପକ ବ୍ୟବସ୍ଥା ନଥିବାବେଳେ କେବଳ ଗୋଟିଏ ପ୍ରସ୍ଥାନ ଦ୍ବାର ରହିଥିଲା। ଫଳରେ ନିଆଁ ଲାଗିବା ପରେ ଭିତରେ ଥିବା ଲୋକେ ବାହାରକୁ ବାହାରି ପାରିନଥିବା କୁହାଯାଇଛି।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories