ଫୁଲବାଣୀ: ଲଗାତାର ଭାବରେ ସ୍ଥାନୀୟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର ମାଟ୍ରିକ ପରୀକ୍ଷାରେ ନିଜର ଗୌରବକୁ ବଜାୟ ରଖି ଶତ ପ୍ରତିଶତ ସଫଳତା ହାସଲ କରି ଆସିଛି । ଚଳିତ ବର୍ଷ ମଧ୍ୟ ଶତ ପ୍ରତିଶତ ଫଳାଫଳ ସହିତ ଏ-୧ ଗ୍ରେଡ ସାତଟି ହାସଲ କରି ସମଗ୍ର ଅଞ୍ଚଳରେ ପ୍ରଶଂସାଯୋଗ୍ୟ ହୋଇଛନ୍ତି । ସୂଚନା ଅନୁସାରେ ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ଫୁଲବାଣୀ ସରସ୍ଵତୀ ଶିଶୁ ବିଦ୍ୟାଳୟର ମୋଟ ୮୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ତନ୍ମଧ୍ୟରୁ ଏ-୧ରେ ୭,ଏ-୨ ଶ୍ରେଣୀରେ ୯ ଜଣ, ବି-୧ ଶ୍ରେଣୀରେ ୧୪ ଜଣ, ବି-୨ ଶ୍ରେଣୀରେ ୨୯ ଜଣ, ସି- ଶ୍ରେଣୀରେ ୨୫ ଜଣ ଓ ଡି- ଶ୍ରେଣୀରେ ୪ ଜଣ ଛାତ୍ରଛାତ୍ରୀ କୃତକାର୍ୟ୍ୟ ହୋଇଥିବା ଜଣାପଡିଛି।
ଏ-୧ ଶ୍ରେଣୀର ୭ ଜଣଙ୍କ ମଧ୍ୟରେ ଛାତ୍ରୀ ତିତିକ୍ଷା ପଣ୍ଡା ମୋଟ ୬୦୦ ରୁ ୫୫୪ ନମ୍ବର ରଖି କନ୍ଧମାଳ ଜିଲ୍ଲାରେ ଦ୍ବିତୀୟ ସ୍ଥାନ ଓ ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେହିପରି ଆଦ୍ୟାଶା ପାଣ୍ଡେ ୫୪୯ ନମ୍ବର ରଖି ବିଦ୍ୟାଳୟରେ ଦ୍ଵିତୀୟ ସ୍ଥାନ, ଆକାଂକ୍ଷା କର ୫୪୬ ନମ୍ବର ରଖ୍ ବିଦ୍ୟାଳୟରେ ତୃତୀୟ ସ୍ଥାନ, ଅଳଙ୍କୃତା ପାଢୀ ୫୪୫ ନମ୍ଵର ରଖି ଚତୁର୍ଥ,ସ୍ଵପ୍ନା ଶୁଭଦର୍ଶିନି, ତୁଳିକା ପ୍ରିୟଦର୍ଶିନୀ ଭୋଇ ଓ ଦେବସ୍ମୀତା ପ୍ରଧାନ ଏହି ତିନି ଜଣ ଛାତ୍ରୀ ୫୪୦ ନମ୍ଵର୍ ରଖି ପଞ୍ଚମ ସ୍ଥାନ ଅଧିକାର କରିଛନ୍ତି କ୍ଷ
ବିଦ୍ୟାଳୟର ସଫଳତାକୁ ନେଇ ବିଦ୍ୟାଳୟ ପରିଚାଳନା ସମିତିର ସଭାପତି ଡଃ ବ୍ରଜବନ୍ଧୁ ମଲ୍ଲିକ, ସମ୍ପାଦକ ଟି. ଶିବ ଶଙ୍କର ପାତ୍ର, ପରିଷଦର ସଭାପତି ବାସୁଦେବ ପ୍ରହରାଜଙ୍କ ସମେତ ଅନ୍ୟାନ୍ୟ କାର୍ୟ୍ୟକର୍ତ୍ତା ବୃନ୍ଦ, ବିଦ୍ୟାଳୟର ପ୍ରଧାନ ଆଚାର୍ୟ୍ୟ ରାଜେନ୍ଦ୍ର କୁମାର ପାଢୀଙ୍କ ସମେତ ସମସ୍ତ ଆଚାର୍ୟ୍ୟ ଆଚାର୍ୟ୍ୟା ନିଜକୁ ଗୌରବାନ୍ବିତ ମନେ କରିବା ସହିତ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।



