www.samajalive.in
Sunday, December 14, 2025
17.1 C
Bhubaneswar

ବାତ୍ୟା ରୂପ ନେବ ଲଘୁଚାପ: ବାତ୍ୟା ନାଁ ‘ହାମୁନ୍’ ରହିବ, ପ୍ରଭାବରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ସମ୍ଭାବନା

ଭୁବନେଶ୍ବର: ବାତ୍ୟା ରୂପ ନେବ ଲଘୁଚାପ: ବାତ୍ୟା ନାଁ ‘ହାମୁନ୍’ ରହିବ। ବଙ୍ଗୋପସାଗରରେ ଘନୀଭୂତ ହେଉଛି ଗଭୀର ଅବପାତ। ସକ୍ରିୟ ଅବପାତ ଗତ ୬ ଘଣ୍ଟା ମଧ୍ୟରେ ସ୍ଥିର ରହିଛି। ପାରାଦୀପଠୁ ୪୩୦ କିମି ଦୂରରେ କେନ୍ଦ୍ରୀଭୂତ। ଆଗାମୀ ୧୮ଘଣ୍ଟା ମଧ୍ୟରେ ବାତ୍ୟାର ରୂପ ନେବା ସମ୍ଭାବନା। ବାତ୍ୟା ବାଂଲାଦେଶ ମୁହାଁ ହେବା ସମ୍ଭାବନା।  ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟମରୁ ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି। ୨୫ରେ ଖେପୁପରା ଓ ଚିଟ୍ଟାଗଙ୍ଗ ମଧ୍ୟରେ ଉପକୂଳ ଛୁଇଁବ। ବାତ୍ୟାକୁ ନେଇ ଲୋକଙ୍କ ମଧ୍ୟରେ ଆଶାଙ୍କା ପ୍ରକାଶ ପାଇଛି।

ପୁଣି ଅକ୍ଟୋବରରେ ବାତ୍ୟା ଆସୁଛି। ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବ ନାହିଁ। କିନ୍ତୁ ୨୫ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାର କିଛି ଅଞ୍ଚଳ ସହ ଉତ୍ତର ଓ ଦକ୍ଷିଣ ଉପକୂଳବର୍ତ୍ତୀ ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇପାରେ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ରବିବାର ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଅବପାତରେ ପରିଣତ ହୋଇଛି। ସକ୍ରିୟ ଅବପାତ ଆଗାମୀ ୨୪ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତରେ ପରିଣତ ହେବା ସମ୍ଭାବନା ରହିଛି। ରବିବାର ବିଳମ୍ବିତ ରାତି କିମ୍ବା ସୋମବାର ଗଭୀର ଅବପାତ ରୂପ ନେବା ପରେ ବାତ୍ୟାରେ ପରିଣତ ହେବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

- Advertisement -

ରବିବାର ସନ୍ଧ୍ୟା ସୁଦ୍ଧା ପାରାଦ୍ୱୀପରୁ ଦକ୍ଷିଣ-ଦକ୍ଷିଣ-ପୂର୍ବରେ ୫୨୦କି.ମି ଦୂରରେ କେନ୍ଦ୍ରୀଭୂତ ହେଉଥିବା ବେଳେ ପଶ୍ଚିମବଙ୍ଗର ଦୀଘାରୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମରେ ୬୮୦କି.ମି, ବାଂଲାଦେଶର ଖେପୁପାରାରୁ ଦକ୍ଷିଣ-ଦକ୍ଷିଣ-ପଶ୍ଚିମ ଦିଗରେ ୮୨୦ କି.ମି ଦୂରରେ ଗତି କରୁଛି। ଆଗାମୀ ୨୪ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ ହୋଇ ଗଭୀର ଅବପାତ ରୂପନେବା ସମ୍ଭାବନା ଥିବାବେଳେ ରବିବାର ମଧ୍ୟାହ୍ଣଠାରୁ ଅବପାତ ଗତିପଥ ପରିବର୍ତ୍ତନ କରି ଉତ୍ତର-ଉତ୍ତର-ପୂର୍ବ ଦିଗରେ ବାଂଲାଦେଶ-ପଶ୍ଚିମବଙ୍ଗ ଉପକୂଳ ଆଡକୁ ମୁହଁାଉଛି। ବିଭିନ୍ନ ମଡେଲର ଆକଳନ କହୁଛି, ସମ୍ଭାବ୍ୟ ବାତ୍ୟା ଓଡ଼ିଶା ଉପକୂଳରୁ ୮୦ରୁ ୧୨୦କି.ମି ସମୁଦ୍ର ଭିତରେ ପଶ୍ଚିମବଙ୍ଗ ଓ ବାଂଲାଦେଶ ଉପକୂଳ ଆଡ଼କୁ ଯିବା ସମ୍ଭାବନା ରହିଛି। ଏହାର ପ୍ରଭାବ ଓଡ଼ିଶା ଉପରେ ପଡ଼ିବାର ସମ୍ଭାବନା ନାହିଁ। କିନ୍ତୁ ଉପକୂଳ ଓଡ଼ିଶାର କିଛି ଅଞ୍ଚଳରେ ହାଲୁକାରୁ ମଧ୍ୟମ ଧରଣ ବର୍ଷା ହୋଇପାରେ।

ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସ ଗଣମାଧ୍ୟମକୁ କହିଛନ୍ତି, ଅବପାତ ଗଭୀର ଅବପାତରେ ପରିଣତ ହୋଇ ବାତ୍ୟା ରୂପ ନେଇପାରେ। ସୋମବାର ମଧ୍ୟରାତିି ସୁଦ୍ଧା ଗଭୀର ଅବପାତଟି ଦୁର୍ବଳ ବାତ୍ୟାର ରୂପ ନେବା ସମ୍ଭାବନା ରହିଛି। ଏହା ବାତ୍ୟା ରୂପ ନେବାବେଳେ ପବନର ବେଗ ଘଣ୍ଟା ପ୍ରତି ସର୍ବାଧିକ ୮୦କି.ମି ବହିପାରେ। ଓଡ଼ିଶା ଉପରେ ବିଶେଷ ପ୍ରଭାବ ରହିବା ସମ୍ଭାବନା ନାହିଁ ଏବଂ ରାଜ୍ୟରେ ବର୍ଷାର ମାତ୍ରା ମଧ୍ୟ ବିଶେଷ ରହିବ ନାହିଁ।

Hot this week

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

Related Articles

Popular Categories