www.samajalive.in
Sunday, December 14, 2025
14.1 C
Bhubaneswar

ହାତୀ ଛୁଆ ମୃତ

କେନ୍ଦୁଝର ସଦର: କେନ୍ଦୁଝର ବନଖଣ୍ଡ ଅଧିନସ୍ଥ ଭୂୟାଁ ଜୁଆଙ୍ଗ ପୀଢ଼ ବନାଞ୍ଚଳ ଅନ୍ତର୍ଗତ ନୟାକୋଟ ବିଟ ଭେଜିଡ଼ିହି ଗ୍ରାମରେ ରବିବାର ଆହତ ହୋଇ ଚିକିତ୍ସାଧୀନ ଥିବା ଦୁଇ ବର୍ଷର ମାଈ ହାତୀ ଛୁଆର ସୋମବାର ସକାଳେ ମୃତ୍ୟୁ ଘଟିଛି। ଗତକାଲି ହାତୀପଲ ପଶି ଆସିଥିଲେ। ସେଥିମଧ୍ୟରୁ ଗୋଟେ ଦନ୍ତା ହାତୀ ଛୁଆ ଗନ୍ଧିଆଗୁଡ଼ା ଜଙ୍ଗଲରେ ମନରେଗା ଯୋଜନାରେ ଜଳ ସଂରକ୍ଷଣ ପାଇଁ ଖୋଳା ଯାଇଥିବା ଗାତରେ ପଡ଼ି ଯାଇ ଆହତ ହୋଇଥିଲା।

ବହୁ ଉଦ୍ୟମ ସତ୍ତ୍ୱେ ମା’ ହାତୀ ତାକୁ ଉଦ୍ଧାର କରି ନେଇ ପାରି ନ ଥିଲା। ସ୍ଥାନୀୟ ଲୋକେ ଦେଖି ବନବିଭାଗକୁ ଜଣାଇଥିଲେ। ବନବିଭାଗ ଆସି ହାତୀଛୁଆଟିକୁ ଉଦ୍ଧାର ପରେ ଡାକ୍ତରୀ ଚିକିତ୍ସା କରିଥିଲେ ମଧ୍ୟ ଆଜି ସକାଳେ ହାତୀଛୁଆଟିର ମୃତ୍ୟୁ ଘଟିଛି। ଏସିଏଫ୍‌ ଅଶୋକ ଦାସ ସୂଚନା ଦେଇଛନ୍ତି ଯେ ଗତକାଲି ସକାଳେ ହାତୀଟି ଗାତରେ ପଡ଼ିଯାଇଥିଲା। ତା’ ମା ଛୁଆଟିକୁ ଉଠାଇବାକୁ ଚେଷ୍ଟା କରିଥିଲା ମାତ୍ରା ଉଠାଇ ପାରି ନ ଥିଲା। ଯାହା ଫଳରେ ହାତୀଛୁଆଟି ଗଭୀର ଆଘାତ ପାଇଥିଲା। ତିନିଜଣିଆ ଡାକ୍ତର ଚିକିତ୍ସା କରିବା ପରେ ଶେଷରେ ହାତୀଛୁଆଟିର ମୃତ୍ୟୁ ଘଟିଛି। ଦିନକୁ ଦିନ କେନ୍ଦୁଝରରେ ହାତୀମୃତ୍ୟୁ ବଢ଼ିବାରେ ଚାଲିଛି। ହାତୀକୁ ବଞ୍ଚାଇବାରେ ଫେଲ୍‌ ମାରୁଛି ବନବିଭାଗ। ହାତୀର ମୃତ୍ୟୁର କାରଣ ମୃତଦେହ ବ୍ୟବଚ୍ଛେଦ ପରେ ଜଣାପଡ଼ିବ ବୋଲି ଏସିଏଫ୍‌ ଶ୍ରୀ ଦାସ କହିଛନ୍ତି।

Hot this week

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

ଆଜି ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦

ଧର୍ମଶାଳା: ଟ୍ବେଣ୍ଟି୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ରେ ବୋଲରଙ୍କ ସଫଳତା ବଳରେ ଘରୋଇ...

ନୂଆ ବର୍ଷରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ବର : ରାଜ୍ୟର ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ...

ଗମ୍ଭୀରଙ୍କ ଯୋଜନାକୁ ତିଳକଙ୍କ ସମର୍ଥନ

ଧର୍ମଶାଳା: ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ଟ୍ବେଣ୍ଟି୨୦ କ୍ରିକେଟ୍‌ରେ ଭାରତୀୟ ବ୍ୟାଟିଂ...

Related Articles

Popular Categories