କୁଆଁପାଳ : ଆଗକୁ ଦୀପାବଳି ଥିବାରୁ ଏବେଠାରୁ ମାହାଙ୍ଗା ଅଞ୍ଚଳରେ ବେଆଇନ ବାଣ ପ୍ରସ୍ତୁତିରେ ବହୁ କାରିଗର ଲିପ୍ତ ରହିଛନ୍ତି। ବାଣ ପ୍ରସ୍ତୁତ କରାଯାଇ ବାହାରକୁ ଚୋରାରେ ଚାଲାଣ କରାଯାଉଛି।
ଭଦ୍ରେଶ୍ବର ପୁଲିସ ଲକ୍ଷ୍ମୀନାରାୟଣପୁରରେ ଚଢ଼ଉ କରି ବହୁ ପରିମାଣର ବାଣ ଜବତ କରିଥିବାବେଳେ ତରଣୀସେନ ରାଉତ ନାମକ ଜଣେ ବ୍ୟକ୍ତିଙ୍କୁ ଗିରଫ କରି ଅଦାଲତ ଚାଲାଣ କରିଛି। ହଳଦିଆ, ଗୌଡ଼ଗୋପ, ନାରୀଜଙ୍ଗ, ବାଏନପୁର, ଅଲିଅରା ଆଦି ସ୍ଥାନରେ ବେଆଇନଭାବେ ବାଣ ପ୍ରସ୍ତୁତ ହେଉଥିବା ଅଭିଯୋଗ ହେଉଛି। ସେହିସବୁ ସ୍ଥାନରେ ପୁଲିସ ଚଢ଼ଉ ପାଇଁ ଦାବି ହୋଇଛି।



