www.samajalive.in
Monday, December 15, 2025
14.1 C
Bhubaneswar

ମହାବାତ୍ୟାକୁ ୨୦ବର୍ଷ ପୂରିଲା : ଏବେ ବି ସ୍ମୃତି ଆଣେ ଶିହରଣ

ଏରସମା : ୧୯୯୯ ମସିହା ଅକ୍ଟୋବର ୨୮,୨୯ ଓ ୩୦ ତାରିଖରେ ମହାବାତ୍ୟା ଏରସମା ବ୍ଲକ ଅଞ୍ଚଳରେ ତାଣ୍ଡବଲୀଳା ସୃଷ୍ଟି କରିଥିଲା। ୨୦ ବର୍ଷ ପରେ ବି ଅଞ୍ଚଳବାସୀ ଉକ୍ତ ଲୋକହର୍ଷଣକାରୀ ମହାବାତ୍ୟାକୁ ଭୁଲିନାହାନ୍ତି। ଏରସମା ଓ ପାରାଦ୍ୱୀପ ଅଂଚଳରେ ପ୍ରାୟ ୧୦,୦୦୦ରୁ ଊର୍ଦ୍ଧ୍ବ ମଣିଷଙ୍କ ଅମୂଲ୍ୟ ଜୀବନ ଓ ଲକ୍ଷାଧିକ ସଂଖ୍ୟାରେ ଗୃହପାଳିତ ପଶୁ ଜୀବନ୍ତ ସମାଧି ନେଇଥିଲେ ସମୁଦ୍ରର ଅତଳ ଗର୍ଭରେ। ଉକ୍ତ ସ୍ମୃତିକୁ ମନେ ପକାଇ ପ୍ରଶାସନ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବାତ୍ୟା ବିପର୍ଯ୍ୟୟ ପ୍ରଶମନ ଦିବସ ପାଳିତ ହେଉଛି।
୧୯୯୯ ମସିହାରେ ମହାବାତ୍ୟାର ଦୀର୍ଘ ୩୬ ଘଂଟାର ତାଣ୍ଡବଲୀଳା ଓ ପବନର ବେଗ ଘଂଟାକୁ ୩୫୦କିମି ଥିବାରୁ ବଙ୍ଗୋପସାଗର କୂଳବର୍ତ୍ତୀ ଏରସମା ଓ ବାଲିକୁଦା ବ୍ଲକରେ ସମୁଦ୍ର ମୃତ୍ୟୁର ତାଣ୍ଡବଲୀଳା ରଚାଇଥିଲା। ଶିଆଳୀ, ଦହିବର,ଝାଟିପାରୀ,ଖୋଳପ, ଧୋବେଇ ଜଙ୍ଗଲ, ଆମ୍ବିକିର କାଙ୍କଣ, ଗଡବିଶୁନପୁରର ନଳଭେଡି,ବାଲିକୁଦାର ବନ୍ଦର ମରିଚପୁର, ନହରଣା, ବୋରିକିନା, ତିତିରା ଆଦି ଗ୍ରାମରେ କୁଢ କୁଢ ମଣିଷଶବ ଦେଖିବାକୁ ମିଳିଥିଲା। ଆଜିବି ମହାବାତ୍ୟାର ରୂପକୁ ୨୫ଟି ପଂଚାୟତର ଲୋକେ ଭୁଲିପାରି ନାହାନ୍ତି। ଜପା ପଂଚାୟତ ଅନ୍ତର୍ଗତ ଦହିବର ଗ୍ରାମର ଏକ ପରିବାରର ୧୪ ଜଣଙ୍କ ମଧ୍ୟରୁ ୧୦ ଜଣ ମହାବାତ୍ୟାର ଶିକାର ହୋଇଯାଇଥିଲେ। ସେହିପରି ଦହିବର ଗ୍ରାମର ଜଗଦିଶ ମଣ୍ଡଳଙ୍କ ୪୦ଜଣ ସଦସ୍ୟଙ୍କ ମଧ୍ୟରୁ ୩୫ ଜଣଙ୍କ ଜୀବନ ଚାଲି ଯାଇଥିଲା। ମୃତ୍ୟୁରୁ ରକ୍ଷା ପାଇବାଲାଗି କିଏ ଗଛରେ ଚଢି ଯାଇଥିଲା ତ କିଏ ପାଣିରେ ଭାସିଭାସି ବଙ୍ଗୋପସାଗରରେ ବିଲୀନ ହୋଇଯାଇଥିଲା। ମହାବାତ୍ୟାରେ ଦହିବର ଗ୍ରାମର ୫୮୭ ଜଣ ଏବଂ ନଳଭେଡି ଗ୍ରାମର ୬୦୦ଜଣଙ୍କ ମୃତ୍ୟୁ ହୋଇଥିଲା। ମହାବାତ୍ୟାର ୨୦ ବର୍ଷ ପୂର୍ତ୍ତି ପାଳନ ହୋଇଥିଲେ ମଧ୍ୟ ଗୋଡା ପଂଚାୟତର ଭଜାଖିଆ ଠାରେ ଏପର୍ଯ୍ୟନ୍ତ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହୋଇପାରି ନାହିଁ। ଏରସମା ଓ ବାଲିକୁଦାର ଆଉ କେତେକ ବାତ୍ୟା ବିଧ୍ୱସ୍ତ ଅଂଚଳରେ ବାତ୍ୟା ଆଶ୍ରୟସ୍ଥଳୀ ନ ଥିବାରୁ ସ୍ଥାନୀୟଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଗଡବିଷୁନପୁର ପଂଚାୟତର ଡିଗିରି ଓ ଆମ୍ବିକି ପଂଚାୟତର ହଣାଗୋଠ, ଗଡହରିଶପୁର ପଂଚାୟତର ଶୁଆକୁଣ୍ଡ, ଘାସୁଆ ଓ ପାତୁଆ ଗ୍ରାମକୁ, ପଦ୍ମପୁରର ଶଂଖା ଗ୍ରାମ ଓ ଦହିବରକୁ ଏପର୍ଯ୍ୟନ୍ତ ସବୁଦିନିଆ ପିଚୁରାସ୍ତା ଖଣ୍ଡେ ତିଆରି ହୋଇପାରି ନାହିଁ। ମୃତକଙ୍କ ନିକଟତମ ବ୍ୟକ୍ତିଙ୍କୁ ଅଦ୍ୟାବଧି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷିତ ୨୫,୦୦୦ ଟଙ୍କା ଅନୁକମ୍ପା ରାଶି ମିଳିପାରି ନାହିଁ। ମହାବାତ୍ୟା ପରେ ମହାରାଷ୍ଟ୍ର ସରକାରଙ୍କ ପକ୍ଷରୁ ଅନେକ ଶିକ୍ଷାନୁଷ୍ଠାନ ପରିସରରେ ନିର୍ମିତ ବାତ୍ୟା ଆଶ୍ରୟସ୍ଥଳୀ ଏବେ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏହାର ଆବଶ୍ୟକ ମରାମତି କରାଯାଉ ନାହିଁ।
ମହାବାତ୍ୟାର ୨୦ ବର୍ଷ ମଧ୍ୟରେ ସରକାରଙ୍କ ପକ୍ଷରୁ ଅନେକ ପ୍ରଗତିମୂଳକ କାର୍ଯ୍ୟକ୍ରମ କରାଯାଇଥିଲେ ମଧ୍ୟ ଆହୁରି ଅନେକ କାମ ଅଧୁରା ହୋଇପଡିଛି। ମହାବାତ୍ୟାର ସ୍ମୃତିକୁ ମନେପକାଇ ବାଲିକୁଦା-ଏରସମା ଅଂଚଳର ଶତାଧିକ ଲୋକ ଏବେବି ଲୁହକୁ ଅଟକାଇପାରୁ ନାହାନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories