www.samajalive.in
Wednesday, December 10, 2025
26.1 C
Bhubaneswar

ଚାଲିଛି ଟଣାଓଟରା: ବାଲିଯାତ୍ରାକୁ ମିଳୁନି ମାନ୍ୟତା କି ସହାୟତା, ମନ୍ତ୍ରୀ ଡାକିଲେ ବୈଠକ

କଟକ : ରାତି ପାହିଲେ ବାଲିଯାତ୍ରା। ଐତିହାସିକ ବାଲିଯାତ୍ରା ପାଇଁ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି; ହେଲେ ପ୍ରଶାସନ ସାମ୍ନାରେ ପ୍ରତିବନ୍ଧକ ସାଜିଛି ଅର୍ଥାଭାବ। ଅର୍ଥାଭାବ ଯୋଗୁଁ ପ୍ରସ୍ତୁତି କାର୍ଯ୍ୟ ଆଗେଇ ପାରୁନାହିଁ। ବାଲିଯାତ୍ରାକୁ ଆର୍ଥିକ ସହାୟତା ପ୍ରଦାନ କରିବା ଲାଗି ଜିଲା ପ୍ରଶାସନ ବିଭିନ୍ନ ବିଭାଗକୁ ଚିଠି ଲେଖିଥିବା ଜଣାପଡିଛି। ହେଲେ ଅଦ୍ୟାବଧି ବିଭାଗୀୟ ଆଭିମୁଖ୍ୟ କ’ଣ ରହିଛି ତାହା ଜଣାପଡିନି। ବିଭାଗ ବିଭାଗ ଭିତରେ ଚାଲିଛି ଟଣାଓଟରା। ଏଭଳି ସ୍ଥିତିରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ନଭେମ୍ବର ପହିଲାରେ ବାଲିଯାତ୍ରା ପ୍ରସ୍ତୁତି ନେଇ ଏକ ବୈଠକ ଡକାଇଥିବା ସୂଚନା ମିଳିଛି। ନଭେମ୍ବର ୧୨ ତାରିଖରୁ ବାଲିଯାତ୍ରା ଆରମ୍ଭ ହେଉଥିବାବେଳେ ଏହାର ୧୧ ଦିନ ପୂର୍ବରୁ ବୈଠକ ଡକାଇବା ମଧ୍ୟ ଅନେକଙ୍କୁ ବିସ୍ମିତ କରିଛି। ଏଣେ ଅର୍ଥ ନଥିବାରୁ ବିଭିନ୍ନ ବିଭାଗକୁ ଚାହିଁ ରହିଛି ପ୍ରଶାସନ। ମାନ୍ୟତା କି ଆର୍ଥିକ ସହାୟତା ମିଳୁନଥିବାରୁ ବାଲିଯାତ୍ରା ପ୍ରସ୍ତୁତି ଯେଉଁଭଳି ହେବା କଥା ତାହା ହୋଇପାରୁନାହିଁ। ଜିଲାପାଳ ବିଭିନ୍ନ ବିଭାଗକୁ ଏ ସଂକ୍ରାନ୍ତରେ ଚିଠି ଲେଖି ଅବଗତ କରିଥିଲେ ମଧ୍ୟ କୌଣସି ସୁଫଳ ମିଳୁନାହିଁ। ବିଭାଗ-ବିଭାଗ ମଧ୍ୟରେ ସମ୍ବନ୍ୱୟ ଅଭାବରୁ ବାଲିଯାତ୍ରାକୁ ମାନ୍ୟତା କିମ୍ବା ଆର୍ଥିକ ସହାୟତା ଦେବା ସଂକ୍ରାନ୍ତରେ ସରକାର କୌଣସି ଚୂଡାନ୍ତ ନିଷ୍ପତ୍ତି ନେଇପାରୁନାହାନ୍ତି। ଏନେଇ ଟାଳଟୁଳ ନୀତି ମଧ୍ୟ ଆପଣାଯାଉଥିବା ଅନେକ ଅନୁଭବୀ କଟକ ବାସିନ୍ଦା କହିଛନ୍ତି। ବାରମ୍ବାର କଟକକୁ ଉପେକ୍ଷା ସହିତ ଐତିହାସିକ ବାଲିଯାତ୍ରାକୁ ଜାତୀୟ ମାନ୍ୟତା ନେଇ ଶାସକ ଦଳ ମନ୍ତ୍ରୀ, ସାଂସଦ କି ବିଧାୟକ ମୁହଁ ଖୋଲୁନାହାନ୍ତି। ଶାସକ ଦଳ ଚୁପ୍‌ ଥିବାବେଳେ ମାନ୍ୟତା ଓ ଆର୍ଥିକ ସହାୟତା ଯୋଗାଇ ଦେବାକୁ ବାରବାଟୀ-କଟକ ବିଧାୟକ ମହମ୍ମଦ ମୋକିମ ଦାବି କରିଛନ୍ତି। ଏ ସମ୍ପର୍କରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପାଇଁ ସମୟ ମାଗିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସମୟ ମିଳିଲେ ସେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଐତିହାସିକ ବାଲିଯାତ୍ରାକୁ ମାନ୍ୟତା ଦେବା ପ୍ରସଙ୍ଗରେ ଆଲୋଚନା କରିବେ ବୋଲି କହିଛନ୍ତି। ଅନ୍ୟପକ୍ଷରେ ବିଜେପି ପକ୍ଷରୁ ମଧ୍ୟ ଆରଡିସିଙ୍କୁ ଏନେଇ ସ୍ମାରକପତ୍ର ପ୍ରଦାନ କରାଯାଇସାରିଛି। ବରିଷ୍ଠ ବିଜେପି ନେତା ସମୀର ଦେ ମଧ୍ୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ଏବାବଦରେ ସହଯୋଗ ଲୋଡିଛନ୍ତି। ଏହାସତ୍ତ୍ବେ ବାଲିଯାତ୍ରା ନେଇ ସ୍ବତନ୍ତ୍ର ଅର୍ଥ ବରାଦ ଓ ମାନ୍ୟତା ଦିଗରେ ଠୋସ୍‌ ନିଷ୍ପତ୍ତି କିଛି ନିଆଯାଇପାରିନି।
ଭାରତର ଦ୍ୱିତୀୟ ବୃହତ୍ତମ ମେଳା ହେଉଛି କଟକର ଐତିହାସିକ ବାଲିଯାତ୍ରା। କେବେଠାରୁ ଏହା ଆରମ୍ଭ ହୋଇଛି ସେ ସମ୍ପର୍କରେ ଇତିହାସରେ କୌଣସି ସ୍ପଷ୍ଟ ସୂଚନା ନାହିଁ। ଅଥଚ ଏ ପର୍ଯ୍ୟନ୍ତ ବାଲିଯାତ୍ରାକୁ ରାଜ୍ୟ କିମ୍ବା କେନ୍ଦ୍ର ସରକାର ମାନ୍ୟତା ପ୍ରଦାନ କରିନାହାନ୍ତି। ମାନ୍ୟତା ମିଳୁନଥିବାରୁ ଆର୍ଥିକ ସହାୟତା ମିଳୁନି। ଅର୍ଥ ଅଭାବରୁ ପ୍ରଶାସନ ବ୍ୟବସାୟୀଙ୍କ ଉପରେ ନିର୍ଭର କରି ବାଲିଯାତ୍ରା ଆୟୋଜନ କରୁଛି। ପ୍ରତିବର୍ଷ ଟିକସ ବାବଦରେ ପ୍ରଶାସନ ବାଲିଯାତ୍ରାରେ ଦେୟ ବୃଦ୍ଧି କରିଚାଲିଛି। ଯାହାକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ପ୍ରତିବର୍ଷ ଅସନ୍ତୋଷ ବଢିଚାଲିଛି। ବାଲିଯାତ୍ରା ଆୟୋଜନରେ ନଗର ଉନ୍ନୟନ ବିଭାଗର ପ୍ରମୁଖ ଭୂମିକା ରହିଥିଲେ ବି ବିଭାଗୀୟ ମନ୍ତ୍ରୀ ଓ ସଚିବ ଚୁପ ରହିଛନ୍ତି। ଏହି ବିଭାଗ ଅଧିନରେ କଟକ ମହାନଗର ନଗର ନିଗମ ରହିଛି। ଆର୍ଥିକ ସହାୟତା ଦେବା ଦୂରେ ଥାଉ ବାଲିଯାତ୍ରା କିପରି ପରିଚାଳନା କରାଯାଉଛି, ସେ ସମ୍ପର୍କରେ ବି ବିଭାଗୀୟ ମନ୍ତ୍ରୀ ଖବର ପ୍ରକାଶର ୧୫ ଦିନ ପରେ ବୈଠକଟିଏ ଡାକିବାକୁ ନଭେମ୍ବର ୧କୁ ଦିନ ଧାର୍ଯ୍ୟ କରିଛନ୍ତି। ଖୋଦ୍‌ କଟକ ଜିଲାରୁ ପ୍ରତିନିଧିତ୍ୱ କରୁଥିବା ଶାସକ ଦଳର ଏକାଧିକ ମନ୍ତ୍ରୀ, ସାଂସଦ ଓ ବିଧାୟକଙ୍କ ରହସ୍ୟମୟ ନୀରବତା ଓ ବାଲିଯାତ୍ରାର ଗୌରବ ପାଇଁ ମୁହଁ ନ ଖୋଲିବା ସେମାନଙ୍କ ଆନ୍ତରିକତାକୁ ପଦାରେ ପକାଇଦେଇଥିବା ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି।

 

Hot this week

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

ଇଣ୍ଡିଗୋ ଅଚଳାବସ୍ଥା : ୧୧ଟି ବିମାନବନ୍ଦରରେ କ୍ଷେତ୍ର ଯାଞ୍ଚ ପାଇଁ ଡିଜିସିଏ ନିର୍ଦ୍ଦେଶ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋର ଉଡାଣ କ୍ଷେତ୍ରରେ ବଡ଼ ଧରଣର...

ହୃଦୟ ହ୍ୟାକ୍‌ କରନ୍ତି ମୋଦୀ

ନୂଆଦିଲ୍ଲୀ : ସଂସଦର ଶୀତକାଳୀନ ଅଧିବେଶନ ସମୟରେ, ବିଜେପି ସାଂସଦ କଙ୍ଗନା...

Related Articles

Popular Categories