www.samajalive.in
Saturday, December 6, 2025
23.1 C
Bhubaneswar

ବଢ଼ୁଛି ସାଇବର ଠକେଇ : ଟାର୍ଗେଟରେ ବେକାର ଯୁବକଯୁବତୀ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ସାଇବର ଠକେଇ ବଢ଼ି ଚାଲିଛି। କରୋନା ମହାମାରୀ ପାଇଁ ଲୋକେ ଜୀବନ ଜୀବିକା ପାଇଁ ଛଟପଟ ହେଉଥିବାବେଳେ ଏହାର ସୁଯୋଗ ନେଇ ସାଇବର ଅପରାଧୀମାନେ ମାତିଛନ୍ତି। ବିଭିନ୍ନ ଲୋକଙ୍କୁ ରାତାରାତି କୋଟିପତିର ନିଶା ଶୁଙ୍ଘାଇ ଲକ୍ଷାଧିକ ଟଙ୍କା ଲୁଟି ନେଉଥିବାବେଳେ ଆଉ କେତେକ ଠକ ବେକାର ଯୁବକଯୁବତୀଙ୍କୁ ଚାକିରି ପ୍ରଲୋଭନ ଦେଖାଇ ଟାର୍ଗେଟ କରୁଛନ୍ତି।
ରାଜ୍ୟ ସରକାରଙ୍କ ତଥ୍ୟ କହୁଛି ଯେ ୨୦୨୦ରେ ରାଜ୍ୟରେ ୧୯୩୧ଟି ସାଇବର ଠକେଇ ମାମଲା ରୁଜୁ ହୋଇଛି। ଭବାନୀ ଶଙ୍କର ଭୋଇଙ୍କ ଏକ ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏଭଳି ତଥ୍ୟ ଦେଇଛନ୍ତି। ମନ୍ତ୍ରୀଙ୍କ ଉତ୍ତରକୁ ନେଇ ଶ୍ରୀ ଭୋଇ କହିଛନ୍ତି ଯେ ରାଜ୍ୟରେ ଯେଉଁ ସାଇବର ଅପରାଧ ମାମଲା ରୁଜୁ ହୋଇଛି ବୋଲି ସରକାର ଦର୍ଶାଇଛନ୍ତି ବାସ୍ତବରେ ଏହି ସଂଖ୍ୟା ଢ଼େରଗୁଣରେ ଅଧିକ ହେବ। ବହୁ ଲୋକ ପୁଲିସ ଉପରେ ଆଶା ଓ ବିଶ୍ବାସ କରିପାରୁ ନାହାନ୍ତି, ନ୍ୟାୟ ନପାଇବା ଆଶାରେ ଲୋକେ କାନମୁଣ୍ଡା ଆଉଁଶି ଘରେ ରହୁଛନ୍ତି। ଏହି ପରିପ୍ରେକ୍ଷୀରେ ଲୁଟିଆମାନେ ଏବେ ଯୁବକଯୁବତୀଙ୍କୁ କିଭଳି ଟାର୍ଗେଟ କରିଛନ୍ତି ତାହାର ଏକ ସଦ୍ୟତମ ଉଦାହରଣ ଦେଖିବାକୁ ମିଳିଛି। ଲୁଟେରାମାନେ ସାମାଜିକ ଗଣମାଧ୍ୟମରେ ଖୁଲମଖୁଲା ଚାକିରି ଲାଗି ବିଜ୍ଞାପନ ଦେଇ ଯୁବକଯୁବତୀଙ୍କଠାରୁ ବିପୁଳ ଅର୍ଥ ଆତ୍ମସାତ୍ କରିବାର ନଜିର ଥିବାବେଳେ ଏବେ ଏଭଳି ଏକ ତଥ୍ୟ ଲୋକଲୋଚନକୁ ଆସିଛି। ଲୁଟେରାମାନେ ସାମାଜିକ ଗଣମାଧ୍ୟମରେ ଏଭଳି କାରନାମା କରୁଥିବା ରାଜ୍ୟର ଜଣେ ବରି‌ଷ୍ଠ ପ୍ରଶାସନିକ ଅଧିକାରୀ ତଥା ସାମ୍ବିଧାନିକ ପଦରେ ଅବସ୍ଥାପିତ ବ୍ୟକ୍ତିଙ୍କ ହାବୁଡ଼ରେ ପଡିଛି। ଏହାକୁ ନେଇ ସଂପୃକ୍ତ ବ୍ୟକ୍ତି ହତୋତ୍ସାହ ହେବା ସହିତ ତୁରନ୍ତ ଏହା ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ ଆଗାମୀ ଦିନରେ ବହୁ ବେକାର ଯୁବକଯୁବତୀ ଠକେଇର ଶିକାର ହୋଇପାରନ୍ତି ବୋଲି କହିଛନ୍ତି।
ସୂଚନା ଅନୁଯାୟୀ ଗୋଟିଏ ଠକସଂସ୍ଥା ସାମାଜିକ ଗଣମାଧ୍ୟମରେ ଏକ ବିଜ୍ଞାପନ ଦେଇ ବିଭିନ୍ନ ଜିଲାପାଳ କାର୍ଯ୍ୟାଳୟରେ ଚାକିରି କରାଇ ଦେବାକୁ ଯୁବକଯୁବତୀଙ୍କୁ ପ୍ରଲୋଭିତ କରିଥିବା ଜଣାଯାଇଛି। ଏମିତିକି ୭ମ ପାସ୍ ପିଲାଙ୍କୁ ଚପରାଶି ଚାକିରିଠାରୁ ଆରମ୍ଭ କରି ତଦୂର୍ଦ୍ଧ୍ବ ଯୋଗ୍ୟତାଧାରୀଙ୍କୁ ଉଚ୍ଚପଦରେ ଚାକିରି କରାଇ ଦେବେ ବୋଲି ସାମାଜିକ ଗଣମାଧ୍ୟମରେ ଉକ୍ତ ସଂସ୍ଥା ପୋଷ୍ଟ କରିଛି। ଆଉ କେତେକ ସଂସ୍ଥା ଜାଲ୍ ୱେବସାଇଟ ବ୍ୟବହାର କରି ରାଜ୍ୟ ସରକାରଙ୍କ ମହିଳା ବିଭାଗର ଏକ ପ୍ରମୁଖ ଦାୟିତ୍ବରେ ଚାକିରି କରାଇଦେବେ ବୋଲି ବିଜ୍ଞାପନ ଦେଇଛନ୍ତି। ଏମିତିକି ବ୍ଲକସ୍ତରରେ ସଂଯୋଜକ ପାଇଁ ୨୫ହଜାର ଟଙ୍କାର ଦରମା ଉଲ୍ଲେଖ କରିଥିବାବେଳେ ଜିଲାସ୍ତରୀୟ ସଂଯୋଜକ ପାଇଁ ୫୦ହଜାର ଟଙ୍କା ରଖିଛନ୍ତି। ଏହାକୁ ନେଇ ଯୁବକଯୁବତୀଙ୍କ ମଧ୍ୟରେ ପ୍ରବଳ ଆଗ୍ରହ ପରିଲକ୍ଷିତ ହେଉଛି। ଏମିତିକି କେତେକ ପିଲା ଚାକିରି ପାଇବା ପାଇଁ ପରିବାର ଲୋକଙ୍କ ଜରିଆରେ ବିଭିନ୍ନ ମହଲରେ ଚାପ ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି।
ଏସମ୍ପର୍କରେ ରାଜ୍ୟ କ୍ରାଇମବ୍ରାଞ୍ଚ ଅତିରିକ୍ତ ପୁଲିସ ମହାନିର୍ଦେଶକ ଯଶୋବନ୍ତ ଜେଠୱା କହିଛନ୍ତି ଯେ ପ୍ରତ୍ୟେକ ଅଭିଯୋଗକୁ ଗୁରୁତ୍ବ ଦିଆଯାଉଛି। ଯଦି ଏଭଳି କିଛି ଅଭିଯୋଗ ରହିଛି ତାହା ଦୃଷ୍ଟିକୁ ଆଣିଲେ ତ୍ବରିତ ପଦକ୍ଷେପ ଗ୍ରହଣ କରାଯିବ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories