ମଦୁରାଇ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ନିର୍ବାଚନ ପ୍ରଚାର ପାଇଁ ତାମିଲନାଡୁ ଓ କେରଳ ଗସ୍ତ କରିବା ଅବସରରେ ମଦୁରାଇର ପ୍ରସିଦ୍ଧ ମୀନାକ୍ଷୀ ସୁନ୍ଦରେଶ୍ବର ମନ୍ଦିର ପରିଦର୍ଶନ କରିଛନ୍ତି। ପ୍ରଧାନମନ୍ତ୍ରୀ ହେବା ପରେ ଏହା ତାଙ୍କର ପ୍ରଥମ ମୀନାକ୍ଷୀ ମନ୍ଦିର ପରିଦର୍ଶନ। ସେଠାରେ ସେ ପାରମ୍ପରିକ ଦକ୍ଷିଣ ଭାରତୀୟ ପୋଷାକ ପିନ୍ଧି ପୂଜାର୍ଚ୍ଚନା କରୁଥିବାର ଫଟୋ ପ୍ରସାରିତ ହୋଇଛି। ପ୍ରଧାନମନ୍ତ୍ରୀ ଶୁକ୍ରବାର ମଦୁରାଇଠାରେ ଏକ ଜନସଭାକୁ ସମ୍ବୋଧିତ କଲାବେଳେ ଜାଲିକାଟ୍ଟୁ କାର୍ଡ ଖେଳିଛନ୍ତି। ଡିଏମକେ ଓ କଂଗ୍ରେସ ମେଣ୍ଟ ଉପରେ ଆକ୍ରମଣ କରି ସେ କହିଛନ୍ତି ଯେ ଏହି ମେଣ୍ଟର କୌଣସି ବାସ୍ତବ କାର୍ଯ୍ୟକ୍ରମ ନାହିଁ। ୨୦୧୬ରେ କଂଗ୍ରେସ ଏହାର ନିର୍ବାଚନ ଇସ୍ତାହାରରେ ଦକ୍ଷିଣ ଭାରତର ଲୋକପ୍ରିୟ କ୍ରୀଡ଼ା ଜାଲିକାଟ୍ଟୁକୁ ନିଷିଦ୍ଧ କରିବା ପାଇଁ ଘୋଷଣା କରିଥିଲା; କିନ୍ତୁ କେନ୍ଦ୍ର ସରକାର ଓ ଏଆଇଡିଏମକେ ଉଦ୍ୟମକ୍ରମେ ମଦୁରାଇରେ ଏହି ଖେଳ ସମ୍ଭବ ହୋଇଥିଲା। ଏଆଇଏଡିଏମ୍କେ ଓ ବିଜେପି ସର୍ବଦା ଲୋକଙ୍କ ସହିତ ରହିଥିବା ମୋଦୀ କହିଥିଲେ।
Popular Categories



