www.samajalive.in
Sunday, December 7, 2025
23.1 C
Bhubaneswar

ତାଇୱାନରେ ରେଳ ଦୁର୍ଘଟଣା : ୪୮ମୃତ

ତାଇପେଇ : ତାଇୱାନ୍‌ର ପୂର୍ବାଞ୍ଚଳ ସହର ହୁଆଲେନ୍‌ର ଉତ୍ତରରେ ଶୁକ୍ରବାର ଭୟାବହ ରେଳ ଦୁର୍ଘଟଣା ଘଟିଛି। ଏଥିରେ ୪୮ଯାତ୍ରୀ ପ୍ରାଣ ହରାଇଥିବାବେଳେ ପ୍ରାୟ ୭୦ରୁ ଅଧିକ ଆହତ ହୋଇଛନ୍ତି। ଅଗ୍ନିଶମ ବିଭାଗ ପକ୍ଷରୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବାରେ ଅନେକଙ୍କ ଜୀବନ ରକ୍ଷା ହୋଇପାରିଛି; ତେବେ ଅନେକଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିବା ଆଶଙ୍କା ରହିଛି। ଗତ ୪ଦଶନ୍ଧି ମଧ୍ୟରେ ଏହା ସବୁଠୁ ମର୍ମନ୍ତୁଦ ଦୁର୍ଘଟଣା ବୋଲି କୁହାଯାଉଛି। ରେଳ ରାଜଧାନୀ ତାଇପେଇରୁ ଦକ୍ଷିଣ-ପୂର୍ବାଞ୍ଚଳ ସହର ତାଇତୁଙ୍ଗ ଅଭିମୁଖେ ଯାଉଥିଲାବେଳେ ଏକ ଟ୍ରକ୍‌ ଏହାର ସମ୍ମୁଖକୁ ଆସିଯିବାରୁ ଏଥିସହିତ ଧକ୍କା ଖାଇ ଧାରଣାଚ୍ୟୁତ ହୋଇଥିଲା। ରେଳ ଏକ ସୁଡ଼ଙ୍ଗ ଅତିକ୍ରମ କରିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣାଗ୍ରସ୍ତ ରେଳରେ ୫୦୦ରୁ ଅଧିକ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ଅଧିକାଂଶ ପର୍ଯ୍ୟଟକ ଥିବାବେଳେ ଅନେକ ଶୁକ୍ରବାର ଛୁଟି ଯୋଗୁଁ ଘରକୁ ଫେରୁଥିଲେ। ପୁଲିସ ଟ୍ରକ୍‌ଚାଳକକୁ ଗିରଫ କରି ପଚରାଉଚୁରା ଚଳାଇଛି।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories