www.samajalive.in
Saturday, December 6, 2025
26.1 C
Bhubaneswar

ଝାରସୁଗୁଡ଼ା-ଚେନ୍ନଇ ବିମାନ ସେବା ଆରମ୍ଭ

ଝାରସୁଗୁଡ଼ା : ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଚେନ୍ନାଇକୁ ବିମାନ ସେବା ଆରମ୍ଭ ହୋଇଛି। ଆଜି ଅପରାହ୍ଣ ୩ଟା ୨୦ରେ ସ୍ପାଇସଜେଟର ଏକ ବିମାନ ଝାରସୁଗୁଡ଼ା ବିମାନବନ୍ଦରରେ ପହଞ୍ଚିବା ପରେ ଜଳତୋପରେ ବିମାନକୁ ସଲାମୀ ଦିଆଯାଇଥିଲା। ପ୍ରଥମ ବିମାନରେ ଚେନ୍ନାଇରୁ ୯୩ ଜଣ ଯାତ୍ରୀ ଝାରସୁଗୁଡା ଆସିଥିଲେ। ବିମାନଟି ପୁଣି ୩ଟା ୫୦ରେ ଚେନ୍ନାଇ ଅଭିମୁଖେ ଉଡାଣ ଭରିଥିଲା। ଝାରସୁଗୁଡାରୁ ୮୪ ଜଣ ଯାତ୍ରୀ ପ୍ରଥମ କରି ବିମାନରେ ଚେନ୍ନାଇକୁ ଯାଇଥିଲେ। ଝାରସୁଗୁଡାରୁ ଚେନ୍ନାଇକୁ ବିମାନ ସେବା ଆରମ୍ଭ ହେବା ପରେ ଲୋକଙ୍କ ଚିକିତ୍ସା, ପର୍ଯ୍ୟଟନ, ହୋଟେଲ ଶିଳ୍ପ, ଟେକ୍ସଟାଇଲ ଶିଳ୍ପ ଆଦି ପାଇଁ ସହାୟକ ହେବ। ସ୍ଥାନୀୟ ଲୋକେ ଅଳ୍ପ ସମୟରେ ଚେନ୍ନାଇରୁ ଝାରସୁଗୁଡାକୁ ଯାତାୟାତ କରିପାରିବେ ବୋଲି ବିମାନ ବନ୍ଦର ନିର୍ଦ୍ଦେଶକ କିଶୋର ସେନାପତି କହିଛନ୍ତି। ପୂର୍ବରୁ ଭୁବନେଶ୍ୱର, କୋଲକାତା, ମୁମ୍ବାଇ, ଦିଲ୍ଲୀ ଓ ହାଇଦ୍ରାବାଦ ଏବଂ ବେଙ୍ଗାଲୁରୁକୁ ଏହି ବିମାନ ବନ୍ଦରରୁ ବିମାନ ସେବା ମିଳୁଥିବା ବେଳେ ଆଗାମୀ ଦିନରେ ଦେଶର ପ୍ରତ୍ୟେକ ବିମାନ ବନ୍ଦରକୁ ଝାରସୁଗୁଡାରୁ କିଭଳି ସିଧାସଳଖ ଭାବରେ ବିମାନ ସେବା ହୋଇ ପାରିବ ସେ ଦିଗରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଶ୍ରୀ ସେନାପତି କହିଛନ୍ତି। ଏବେ ଦେଶର ସମସ୍ତ ମେଟ୍ରୋ ସହରକୁ ଝାରସୁଗୁଡ଼ା ସହ ଯୋଡ଼ି ହୋଇଛି ବୋଲି ସେ କହିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ସ୍ପାଇସଜେଟର ବିମାନ ପ୍ରତ୍ୟେକ ଦିନ ଚେନ୍ନାଇରୁ ଅପରାହ୍ଣ ୧ଟା ୧୦ରେ ବାହରି ଅପରାହ୍ଣ ୩ଟାରେ ଝାରସୁଗୁଡା ଓ ଅପରାହ୍ଣ ୩ଟା ୩୦ରେ ଝାରସୁଗୁଡାରୁ ଉଡାଣ ଭରି ୫ଟା ୧୫ରେ ଚେନ୍ନାଇ ପହଞ୍ଚିବା ପାଇଁ ସମୟ ସାରିଣୀ ସ୍ଥିର କରାଯାଇଛି।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories