www.samajalive.in
Sunday, December 7, 2025
14.1 C
Bhubaneswar

ଲୋନ୍ କରାଇଦେବାକୁ କହି ଠକୁଥିଲେ: ୬ଜଣଙ୍କୁ ବାନ୍ଧିଲା ମୁମ୍ବଇ ପୁଲିସ୍

ଭଦ୍ରକ : ଏକ ସାଇବର ଅପରାଧ ମାମଲାର ତଦନ୍ତରେ ଆସି ମୁ୍‌‌ମ୍ବଇ ପୁଲିସ ଭଦ୍ରକ ସହରାଞ୍ଚଳ ଥାନା ଇଲାକାରୁ ୬ ଜଣଙ୍କୁ ଗିରଫ କରିଛି। ମୁମ୍ବଇ ଅନ୍ଧେରୀ ୱେଷ୍ଟ ଅଞ୍ଚଳର ମୋଜେସ ଭିନସେଣ୍ଟ କାର୍ଡୋଜ ନାମକ ଜଣେ ବୟସ୍କଙ୍କ ସମେତ ଏକାଧିକ ବ୍ୟକ୍ତି ଏହି ସାଇବର ଠକେଇର ଶିକାର ହୋଇଛନ୍ତି। ନିର୍ଦ୍ଦିଷ୍ଟ ଭାବେ କେତେ ଟଙ୍କାର ଠକେଇ ହୋଇଛି ସେଥିନେଇ ସବିଶେଷ ତଥ୍ୟ ମିଳିନଥିଲେ ବି ୪୫ ଲକ୍ଷରୁ ଅଧିକ ଟଙ୍କାର ଠକେଇ ହୋଇଥିବା କୁହାଯାଉଛି। ଏହି ଠକେଇ ଘଟଣାର ତଦନ୍ତ କରୁଥିବା ମୁମ୍ବଇ ସାଇବର ଥାନା (ୱେଷ୍ଟ ରିଜିଅନ, ବିକେସି, ମୁମ୍ବଇ)ର ଦୁଇଜଣ ଅଧିକାରୀ ଦୁଇଦିନ ହେବ ଭଦ୍ରକରେ ଅବସ୍ଥାନ କରୁଥିଲେ। ସେମାନେ ସହରାଞ୍ଚଳ ପୁଲିସ ସହାୟତାରେ ଠକେଇରେ ସମ୍ପୃକ୍ତ ୬ ଜଣଙ୍କୁ ଠାବ କରିବା ସହ ଗିରଫ କରିଛନ୍ତି। ଗିରଫ ମାନେ ହେଲେ ଏରେଇଁର ପ୍ରମୋଦ କୁମାର ବେହେରା, କୁଆଁସ ଗ୍ରାମର ରାକେଶ କୁମାର ଚୌଧୁରୀ, ବରାଳପୋଖରୀର ଶୁଭେନ୍ଦୁ ଦାସ, ମଉଦାର ଜୟଦୀପ ପରିଡ଼ା, ବାଲିପାଟଣାର ମନୋଜ କୁମାର ରାଉତ ଓ ଅନ୍ୟଜଣେ ସତ୍ୟକୁମାର ରାଉତ। ଏମାନେ ଜାଲ୍‌ ଫେସବୁକ, ଇନଷ୍ଟାଗ୍ରାମ, ୱେବସାଇଟ ଖୋଲି ତହିଁ ମାଧ୍ୟମରେ ଲୋକଙ୍କୁ ଠକୁଥିବା ଜଣାଯାଇଛି। ଏହି ରାକେଟର ମୁଖ୍ୟ ମୁମ୍ବଇରେ ଥିବା ବେଳେ ଭଦ୍ରକର ଏହି ଯୁବକମାନେ ତାଙ୍କ ସହ ଯୋଗାଯୋଗ ରଖି ଅପରାଧରେ ଲିପ୍ତ ଥିବା କୁହାଯାଇଛି। ତେବେ ଏ ସମ୍ପର୍କରେ ମୁମ୍ବଇ ପୁଲିସର ଦୁଇ ଅଧିକାରୀ ଅଧିକ ତଥ୍ୟ ଦେବାକୁ ମନା କରି ଦେଇଛନ୍ତି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories