www.samajalive.in
Sunday, December 7, 2025
14.1 C
Bhubaneswar

କ୍ରିକେଟ ବିଶ୍ୱକପ୍‍ : ଅଷ୍ଟ୍ରେଲିଆ ବିପକ୍ଷରେ ଟସ୍‍ ଜିତି ଶ୍ରୀଲଙ୍କାର ବୋଲିଂ ନିଷ୍ପତ୍ତି

ଲଣ୍ଡନ : କ୍ରିକେଟ ବିଶ୍ୱକପର ଶନିବାର ଦୁଇଟି ମ୍ୟାଚ ରହିଛି। ପ୍ରଥମ ମ୍ୟାଚ୍‍ ଲଣ୍ଡନର କେନିଙ୍ଗଟନ ଓଭାଲ କ୍ରିକେଟ ଗ୍ରାଉଣ୍ଡରେ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ମଧ୍ୟରେ ଆରମ୍ଭ ହୋଇ ସାରିଛି। ଯେଉଁଥିରେ ଶ୍ରୀଲଙ୍କା ଟସ୍‍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୩୧ଓଭର ଶେଷ ସୁଦ୍ଧା ୨ୱିକେଟ ହରାଇ ୧୬୮ରନ ସଂଗ୍ରହ କରିଛି। ଶ୍ରୀଲଙ୍କା ଏପର୍ୟ୍ୟନ୍ତ ମୋଟ ୪ଟି ମ୍ୟାଚ ଖେଳି ଗୋଟିଏ ବିଜୟ ଓ ଗୋଟିଏ ପରାଜୟ ସହ ମୋଟ ୪ ପଏଣ୍ଟ ପାଇଛି ।ବର୍ଷା ଯୋଗୁଁ ଶ୍ରୀଲଙ୍କାର ୨ଟି ମ୍ୟାଚ ବାତିଲ ହୋଇଯାଇଥିଲା । ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଦଳ ମଧ୍ୟ ଏପର୍ୟ୍ୟନ୍ତ ୪ ଟି ମ୍ୟାଚ ଖେଳିଥିବାବେଳେ ସେଥିରୁ ୩ଟିରେ ବିଜୟ ହାସଲ କରିଛି ।
ଶନିବାରର ଦ୍ୱିତୀୟ ମ୍ୟାଚଟି ଦକ୍ଷିଣ ଆଫ୍ରିକା ଓ ଶ୍ରୀଲଙ୍କା ମଧ୍ୟରେ ଭାରତୀୟ ସମୟାନୁସାରେ ସନ୍ଧ୍ୟା ୬ଟାରେ ଖେଳାଯିବ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories