ମୁଣ୍ଡଳିରେ କମୁଛି ଜଳ ପ୍ରବାହ : ତେରମାଣପୁରରେ ୨୦ ଫୁଟର ଘାଇ

କଟକ: ଆଜି କଟକ ମୁଣ୍ଡଳିରେ ଜଳସ୍ତର କମିବା ନେଇ ସୂଚନା ରହିଛି । ଫଳରେ ବନ୍ୟା ଆଶଙ୍କା ଟଳିଛି। ସୂଚନା ଅନୁଯାୟୀ, ବର୍ତ୍ତମାନ ମୁଣ୍ଡଳିରେ ୮ ଲକ୍ଷ ୬ ହଜାର ୧୪ କ୍ୟୁସେକ୍ ଜଳ ପ୍ରବାହିତ ହେଉଛି । କୁଜଙ୍ଗ ବ୍ଲକ ତେରମାଣପୁର ଗାଁ ନିକଟରେ ୨୦ ଫୁଟର ଘାଇ ହୋଇଥିବା ଜଣାପଡ଼ିଛି। ବୈତରଣୀ ନଦୀର ବିପଦସଂକେତ ୧୭.୮୩ମିଟର ଥିବାବେଳେ ଏବେ ଏଠାରେ ୧୯.୪୪ ମିଟରରେ ବନ୍ୟା ପାଣି ପ୍ରବାହିତ ହେଉଛି। ଆନନ୍ଦପୁରରେ ମଧ୍ୟ ‌ବୈତରଣୀ ଖସୁଛି। ଜେନାପୁରରେ ବ୍ରାହ୍ମଣୀର ବିପଦ ସଂକେତ ୨୩ମିଟର ଥିବାବେଳେ ଏବେ ଏଠାରେ ୨୨.୨୦ମିଟର ଅଛି। ବାଲେଶ୍ୱରର ମଥାନିଠାରେ ଜଳକା ନଦୀ ବିପଦସଂକେତ ଉପରେ ବହୁଥିଲେ ମଧ୍ୟ ଏଠାରେ ଜଳ ସ୍ତର କମୁଛି। ହେଲେ ଭଦ୍ରକ ଓ ଯାଜପୁରର ତଳିଆ ଅଞ୍ଚଳରେ ପାଣି ମାଡ଼ିଥିବାରୁ ଏହା ଉପରେ ନଜର ରଖିବାକୁ ଉଭୟ ଜିଲାର ଜିଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି।

Comments are closed.